କେବଳ ହିନ୍ଦୁ ନୁହେଁ, ଜୈନ, ଶିଖ୍ଙ୍କ ପାଇଁ ବି ବଡ଼ ପର୍ବ
ଭାରତର ବିଭିନ୍ନ ଅଞ୍ଚଳରେ ବିଶ୍ୱାସ ଅଲଗା ଅଲଗା
ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ନେଇ ସମଗ୍ର ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ବିଦେଶରେ ମଧ୍ୟ ପ୍ରବାସୀ ଭାରତୀୟମାନେ ଏହି ପର୍ବକୁ ଖୁବ୍ ଉତ୍ସାହର ସହିତ ପାଳନ କରିଥାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହିନ୍ଦୁମାନଙ୍କ ପାଇଁ ଏହି ପର୍ବ ଯେତିକି ଗୁରୁତ୍ୱ ରଖେ, ଶିଖ୍, ଜୈନ, ବୌଦ୍ଧ ବି ସେତିକି ଆନ୍ତରିକତାର ସହିତ ଏହି ଦିନଟିକୁ ପାଳନ୍ତି ।
ଜୈନମାନେ ବିଶ୍ୱାସ କରନ୍ତି ଯେ ଏହି ଦିନଟିରେ ସେମାନଙ୍କ ଆରାଧ୍ୟ ମହାବୀରଙ୍କର ଆଧ୍ୟାତ୍ମିକତାର ଜାଗରଣ ଘଟିଥିଲା । ଶିଖମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କର ଷଷ୍ଠ ଗୁରୁ ହରିଗୋବିନ୍ଦଙ୍କୁ ସେହିଦିନ କାରାଗାର ବା ବନ୍ଦୀ ଜୀବନରୁ ମୁକ୍ତି ମିଳିଥିଲା । ଉତ୍ତର ଭାରତରେ ବିଶ୍ୱାସ କରାଯାଏ, ଦୀପାବଳି ଦିନ ରାଜା ରାମଚନ୍ଦ୍ର ରାବଣକୁ ମାରି ଅଯୋଧ୍ୟାକୁ ପ୍ରତ୍ୟାବର୍ତନ କରିଥିଲେ । ଦକ୍ଷିଣ ଭାରତରେ ବିଶ୍ୱାସ କରାଯାଏ ଯେ ସେହିଦିନ ଶ୍ରୀକୃଷ୍ଣ ନରକାସୁରକୁ ବଦ୍ଧ କରିଥିଲେ । ପଶ୍ଚିମ ଭାରତର ଲୋକେ ବିଷ୍ଣୁ ଓ ବଳି ରାଜାଙ୍କୁ ନେଇ ଏହି ଦିନଟିକୁ ଗୁରୁତ୍ୱ ଦିଅନ୍ତି । ଓଡ଼ିଶାରେ ଋଷିମାନଙ୍କ ଉଦ୍ଦେଶ୍ୟରେ ସେହିି ଦିନ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି । ଏହାକୁ ପୟା ଶ୍ରାଦ୍ଧ ବୋଲି କହନ୍ତି । କାଉଁରିଆ ଜଳାଯିବାର ବିଧି ରହିଛି । ଯଦିଓ ପ୍ରଦୂଷଣ ନେଇ ସମଗ୍ର ଦେଶରେ ଚିନ୍ତାବ୍ୟକ୍ତ କରାଯାଉଛି, କୋର୍ଟ ବି କଟକଣା ଜାରି କରିଛନ୍ତି, ତଥାପି ବାଣ ଫୁଟାଯାଏ । ବୁଦ୍ଧିଜୀବୀଙ୍କ ମତରେ ଅନ୍ଧାରରୁ ଆଲୋକ, ଅଜ୍ଞାନରୁ ଓହରି ଜ୍ଞାନ ଆହରଣ ପାଇଁ ଏହି ଦିନଟି ଉଦ୍ଦିଷ୍ଟ ।
ପ୍ରମୁଖ ଖବର
ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ