ପାକ୍ ସହଯୋଗରେ ନେପାଳରେ ଲସ୍କରର ଏନଜିଓ
ଏନ୍ଏସଜି ସଦସ୍ୟତା ପାଇଁ ଚୀନର ଖୋଲା ସମର୍ଥନ
ନୂଆଦିଲ୍ଲୀ: ଭାରତ ଉପରେ ଉଭୟ ପାକିସ୍ତାନ ଓ ଚୀନ ଆଡୁ ବଡ଼ ବିପଦ ମାଡି ଆସୁଛି । ଗୋଟିଏ ପଟେ ପାକ୍ ସହଯୋଗରେ ଲସ୍କର ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ସଜବାଜ ଚଳାଇଛି । ଏଥିପାଇଁ ନେପାଳକୁ ସେମାନେ ସୁରକ୍ଷିତ ସ୍ଥାନ ବୋଲି ବାଛି ନେଇଛନ୍ତି ଓ ସେଠାରେ ଏନଜିଓ ଖୋଲିଥିବା ଭାରତ ଜାଣିପାରିଛି ।
ଗୁଇନ୍ଦା ରିପୋର୍ଟ କହୁଛି, ନେପାଳରେ ଏନ୍ଜିଓ ଖୋଲିବା ବାହାନାରେ ଲସ୍କର ନୂଆ କ୍ୟାଡର ସୃଷ୍ଟି କରିବ ।ସେମାନଙ୍କୁ ବିଭିନ୍ନ ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ପରବର୍ତୀ ସମୟରେ ନିୟୋଜିତ କରାଯିବ । କାଠମାଣ୍ଡୁସ୍ଥିତ ପାକ୍ ଦୂତାବାସ ଏମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେଉଛନ୍ତି । ଭାରତ ତାର ଉଦ୍ବେଗ ଇତିମଧ୍ୟରେ ପାକିସ୍ତାନକୁ ଜଣାଇଛି ।
ଅନ୍ୟପଟରେ ପରମାଣୁ ଯୋଗାଣକାରୀ ରାଷ୍ଟ୍ରଗୋଷ୍ଠୀ ବା ଏନ୍ଏସ୍ଜିରେ ସାମିଲ ହେବାକୁ ପାକିସ୍ତାନ ଯେଉଁ ଆବେଦନ କରିଛି, ତାହାକୁ ଚୀନ୍ ସମର୍ଥନ ଦେଇଛି । ଭାରତ ଏହାକୁ ରୋକୁଥିବା ବେଳେ ଚୀନର ଖୋଲା ସମର୍ଥନ ପାକିସ୍ତାନକୁ ଉତ୍ସାହିତ କରିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଚୀନ ଗସ୍ତ ଅବସରରେ ବେଜିଂ ଏହି ସମର୍ଥନ ଦେଇଛି । ଏହା ଭାରତକୁ ଏକ ଶକ୍ତ ଝଟ୍କା ବୋଲି କୁହାଯାଉଛି ।
ପ୍ରମୁଖ ଖବର
ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍ କଟ୍