ମୂଳ ଲକ୍ଷ୍ୟରୁ ଦୂରେଇ ଗଲେଣି ସରକାର, ଚାଷୀ ନେତା
ଚାଷୀ ଚିହ୍ନଟ ହୋଇପାରିଲେନି, ବଦଳିପାରୁନି ଭୂ ସଂସ୍କାର ଆଇନ
ବିରୋଧୀଙ୍କ ପାଇଁ ବୁମେରାଂ ହୋଇପାରେ ଚାଷୀ ପ୍ରସଙ୍ଗ
ଅର୍ଥନୀତି ବିଶାରଦଙ୍କ ମତ ସୁରକ୍ଷା ଭତ୍ତା ନୁହେଁ, ଚାଷ ନିରାପତ୍ତା ଲୋଡା
ଭୁବନେଶ୍ୱର: ସାତ ଦିନିଆ ଆନ୍ଦୋଳନ ଡାକରା ଦେଇ ନବ ନିର୍ମାଣ ସଂଗଠନ ରାଜ୍ୟ ସରକାରଙ୍କୁ ସୋମବାର ହଲାପଟା କରିଛି । ସଂଗଠନର ମୁଖ୍ୟ ଅକ୍ଷୟ କୁମାର ରୋକ୍ଠୋକ୍ ସରକାରଙ୍କ ମନ୍ତ୍ରୀସ୍ତରୀୟ କମିଟି (ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ)କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହା ଏକ ଧୋକା ବୋଲି ବର୍ଣ୍ଣନା କରିବା ସହିତ ଚାଷୀମାନଙ୍କ ପାଇଁ ସୁରକ୍ଷା ଭତ୍ତା ଦେବା ଲାଗି ସରକାର ପ୍ରଥମେ ଘୋଷଣା କରନ୍ତୁ ବୋଲି କହିଛନ୍ତି ଚାଷୀ ନେତା ।
ବିନା କୌଣସି ନµା ଧରି ରାଜ୍ୟ ସରକାରଙ୍କର ଚାଷୀଙ୍କ ସହିତ ଆଲୋଚନା ପ୍ରସ୍ତାବ ଓ ଚାଷୀ ନେତାଙ୍କ ଦାବି ବୁଦ୍ଧିଜୀବୀ ମହଲକୁ ଆଚମ୍ୱିତ କଲାଣି । ସରକାର କେଉଁ ଭିତ୍ତିରେ ଆଲୋଚନା କରିବେ ଓ ଚାଷୀ କାହାକୁ ପେନସନ୍ ଦେବାକୁ ଦାବି କରୁଛନ୍ତି, ତାହା ଏବେ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି । ରାଜ୍ୟ ସରକାର ଏଯାଏ ପ୍ରକୃତ ଚାଷୀ କିଏ ତାହାକୁ ଚିହ୍ନଟ କରିନାହାନ୍ତି । ଭାଗଚାଷୀ ପ୍ରସଙ୍ଗଟି ଆଜି ବି ବିବାଦୀୟ ଅବସ୍ଥାରେ ରହିଛି । ହିସାବରେ ଦେଖିବାକୁ ଗଲେ ମୁଖ୍ୟଶାସନ ସଚିବଙ୍କର ଯଦି ଜମି ଥିବ, ତେବେ ସେ ବି ସୁରକ୍ଷା ଭତ୍ତା ପାଇବାକୁ ହକ୍ଦାର । କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କର ବି ଚାଷ ଜମି ଅଛି । ସେ ନିଜେ ଏସବୁ ଚାଷ କରୁଛନ୍ତି । ତାଙ୍କୁ ବି ସୁରକ୍ଷା ଭତ୍ତା ମିଳିବ ।
ପ୍ରକୃତ ଚାଷୀ କିଏ ତାହାକୁ ଚିହ୍ନଟ ନ ହେଉଣୁ, ଚାଷୀମାନେ ୨୧ ହଜାର କୋଟି ଟଙ୍କାର ସୁରକ୍ଷା ଭତ୍ତା ଦାବି କରିବା ଓ ରାଜ୍ୟ ସରକାର ମନ୍ତ୍ରୀ ପରିଷଦ ଗଠନ କରି ଏହା ଉପରେ ଆଲୋଚନା କରିବା ଲାଗି ପ୍ରସ୍ତାବ କେତେଦୂର ଯଥାର୍ଥ ତାହା କେହି ବୁଝିପାରୁନାହାନ୍ତି । କୌତୂହଳର କଥା ହେଲା, ନା ରାଜ୍ୟ ସରକାର, ନା ଶାସକ ଦଳ ଏ ନେଇ କାହାକୁ ପ୍ରଶ୍ନ କରୁନାହାନ୍ତି ଯେ ସୁରକ୍ଷା ଭତ୍ତା ଦେବେ, କିନ୍ତୁ କାହାକୁ? ଆଗ ହିତାଧିକାରୀ ଚିହ୍ନଟ ହେବା ଦରକାର ନା ଆଗ ଭତ୍ତା ଘୋଷଣା ହୁଏ?ବିରୋଧୀ ରାଜନୈତିକ ଦଳଗୁଡିକ ମଧ୍ୟ ଏପରି ଅପ୍ରସଙ୍ଗକୁ ଧରି ମାଡି ଚାଲୁଛନ୍ତି । ବିଜେପି ଏହାକୁ ସମର୍ଥନ କରୁଛି । ସାରା ଭାରତର ଚାଷୀଙ୍କୁ କେନ୍ଦ୍ର ସୁରକ୍ଷା ଭତ୍ତା ଦେବ?କଂଗ୍ରେସ ଶାସିତ ରାଜ୍ୟମାନେ ତାଙ୍କ ରାଜ୍ୟରେ ସୁରକ୍ଷା ଭତ୍ତା ଦେଇପାରିବେ? ଏହା ଯଦି ପ୍ରସଙ୍ଗ ହୁଏ, ତେବେ ବିରୋଧୀ ଦଳ ଅକଳରେ ପଡିବେନି କି?
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ନାମମାତ୍ର ଚାଷୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟରେ ଓଡ଼ିଶା ଆଉଟୁ ପାଉଟୁ ହେଉଛି । ପାରମ୍ପରିକ ଚାଷରେ ଲାଭାଂଶ କମିଯିବା ତଥା ଅର୍ଥକରୀ ଫସଲ ପ୍ରତି ଅାଗ୍ରହ ସୃଷ୍ଟି କରିବାରେ ସବୁ ସରକାରଙ୍କ ବିଫଳତା କାରଣରୁ ରାଜ୍ୟରେ ଚାଷୀମାନେ ବିପଜ୍ଜନକ ସ୍ଥିତିକୁ ଟାଣି ହୋଇ ଆସିଛନ୍ତି । ଚାଷୀ ବିଲ ମୁଣ୍ଡକୁ ପାଣି ନ ପହଞ୍ଚିବା ଯେମିତି ଏକ ବଡ କାରଣ, ଜମିରୁ ଠିକଣା ସମୟରେ ଜଳ ନିଷ୍କାସନ ହୋଇନପାରିବା ସେମିତି ଏକ ବଡ଼ ପ୍ରସଙ୍ଗ ଭାବେ ଚାଷୀ ସାମ୍ନାରେ ଉଭା ହୋଇଛି । ଖାସ୍ ଏହି କାରଣରୁ ଚାଷ ଗଭୀର ଭାବେ ପ୍ରଭାବିତ ହେଉଛି ।
ଏମିତି ଏକ ସମୟରେ ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ୍ ଭଳି ତିନିଟି ପ୍ରସଙ୍ଗକୁୁ ଧରି ନବ ନିର୍ମାଣ ସଂଗଠନ ରାଜରାସ୍ତାକୁ ଓହ୍ଲାଇଛି । ଚାଷୀକୁ ଉପଯୁକ୍ତ ମୂଲ୍ୟ ମିଳୁ, ଏହା ଏକ ବଡ ପ୍ରସଙ୍ଗ । ଏ ଦିଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଦାୟିତ୍ୱ ରହିଛି । ଦ୍ୱିତୀୟରେ ସମ୍ମାନ କିଏ କାହାକୁ ଦେଲେ ମିଳିବନି । ଚାଷୀକୁ ସମ୍ମାନ ଦିଅ ବୋଲି ସରକାର କହିଲେ ବି ହେବନି, ଯେ ପର୍ଯ୍ୟନ୍ତ ଚାଷୀର ଉପଯୁକ୍ତ ମୂଲ୍ୟାୟନ ହୋଇନାହିଁ । ଯେତେବେଳେ ପ୍ରକୃତ ଚାଷୀ କିଏ, ତାହା ସ୍ୱାଧୀନତାର ୭୦ ବର୍ଷ ପରେ ବି ସ୍ଥିର ହୋଇପାରିଲାନି, ୬୦ ବର୍ଷ ପରେ ବି ଭୂସଂସ୍କାର ଆଇନକୁ ଠିକଣା ଢଙ୍ଗରେ କାର୍ଯ୍ୟକାରୀ ହୋଇପାରିଲାନି, ସେଠାରେ ଚାଷୀକୁ ସମ୍ମାନ ଦେବାକୁ ଦାବିର ଗ୍ରହଣୀୟତା ନେଇ ଅୟୁତ ପ୍ରଶ୍ନ ଉଙ୍କି ମାରୁଛି ।
ଶେଷରେ କାହିଁକି ଓ କାହା ସ୍ୱାର୍ଥରେ ଚାଷୀକୁ ସୁରକ୍ଷା ଭତ୍ତା ମିଳିବ, ତାହା ଏବେ ବିତର୍କର ବିଷୟ ହୋଇଛି । ଚାଷୀଙ୍କ ପରେ ଶ୍ରମିକମାନେ ସୁରକ୍ଷା ଭତ୍ତା ଲୋଡିବେ । କାଲି ସକାଳେ ବେକାରୀ ବି ଭତ୍ତା ମାଗିବେ । ସରକାର ଏମିତି କେତେ ଜଣଙ୍କୁ ସୁରକ୍ଷା ଭତ୍ତା ଦେବେ?ଏହାଦ୍ୱାରା ଉପùାଦନ ବଢିବ ନା ବେକାରି ସୃଷ୍ଟି ହେବେ?
ଏହା ପରିବର୍ତେ ରାଜ୍ୟ ସରକାର ଚାଷୀକୁ ଉପଯୁକ୍ତ ବଜାର, ସ୍ୱାସ୍ଥ୍ୟ ସୁବିଧା ସହିତ ତାର ସାମାଜିକ ନିରାପତ୍ତା ଦିଗରେ ବେଶୀ ଧ୍ୟାନ ଦେବା ଦରକାର ବୋଲି ଅର୍ଥନୀତି ବିଶାରଦମାନେ ମତ ରଖୁଛନ୍ତି । ଏହି ମହଲର ଆହୁରି କହିବା କଥା ହେଉଛି, ୨୧ ହଜାର କୋଟି ଟଙ୍କା ପେନସନ ବଦଳରେ ଯଦି ଚାଷୀମାନେ ଆସନ୍ତା ୩୦ ବର୍ଷକୁ ଆଖି ଆଗରେ ରଖି କୃଷି କ୍ଷେତ୍ର ପାଇଁ ସ୍ୱତନ୍ତ୍ର ଯୋଜନା କରନ୍ତେ ଓ ସେଥିପାଇଁ ୫ ବର୍ଷରେ ୨୫ ହଜାର କୋଟି ଟଙ୍କାର ଏକ ବଡ଼ ବଜେଟ୍ କର୍ପସ ଫଣ୍ଡ ହିସାବରେ ରଖିବା ପାଇଁ ସରକାରଙ୍କ ପାଖରେ ଦାବି ରଖନ୍ତେ ତାହା ବେଶୀ ପ୍ରଭାବୀ ହୁଅନ୍ତା । ଏଥିରେ ଉପଯୁକ୍ତ ବଜାର, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ଭିତ୍ତିଭୂମି, ବିକଳ୍ପ ବା ଅର୍ଥକରୀ ଚାଷ ପାଇଁ ଉତ୍ତମ ପ୍ରଶିକ୍ଷଣ ତଥା ଚାଷୀର ଦକ୍ଷତା ବୃଦ୍ଧି, ମହାବିଦ୍ୟାଳୟସ୍ତରରେ କୃଷିକୁ ଏକ ବିଷୟ ବା ଷ୍ଟି୍ରମ ଭାବେ ଗୁରୁତ୍ୱ ଦେବା, ଅନର୍ସ ଖୋଲିବା ଭଳି ପଦକ୍ଷେପ ନେଲେ ତାହା ଆମ ବ୍ୟବସ୍ଥାକୁ ସୁହାନ୍ତା ଓ ଆଗାମୀ ଦିନରେ ଦକ୍ଷ ତଥା ଶିକ୍ଷିତ ଯୁବକମାନେ ଚାଷ ପ୍ରତି ଅଧିକ ମନୋନିବେଶ କରନ୍ତେ । ଏ କ୍ଷେତ୍ରରେ ପୁରୁଖା ଓ ଦକ୍ଷ ଚାଷୀଙ୍କୁ ସରକାର ମାଷ୍ଟର ଟ୍ରେନର ଭାବେ ମଧ୍ୟ ନିଯୁକ୍ତି ଦେଇପାରନ୍ତେ, ଯେଉଁଥିରେ ସେମାନେ ତାଙ୍କ ଅଭିଜ୍ଞତାକୁ ଧରି ଦି ପଇସା ରୋଜଗାର କରନ୍ତେ ଓ ନିଯୁକ୍ତି ବାଟ ଖୋଲନ୍ତା । ଏମିତି ନ କରି ସରକାର ଯଦି ଚାଷୀଙ୍କ କଥାରେ ପେନସନ୍ ବା ସୁରକ୍ଷା ଭତ୍ତା ଦିଅନ୍ତି, ତେବେ ଏଥିରେ ରାଜକୋଷରୁ ଅର୍ଥ ବରବାଦ ହେବାର ଭୟ ରହିଛି । ଚାଷୀକୁ ସାମାଜିକ ନିରାପତ୍ତା ନାଁରେ ଧନୀ ଖୋର, ମଧ୍ୟବିତ୍ତ ଏହି ଅର୍ଥ ଲୁଟିନେବେ । ପୁରୁଖା ଚାଷୀ ହତାଶ ହେବେ ଓ ଶିକ୍ଷିତ ଯୁବକ ଚାଷକୁ ଯେ ମୁହଁ ନ ମୋଡିବେ ଏକଥା କିଏ କହିବ?
ପ୍ରମୁଖ ଖବର
ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ