ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

କାହିଁକି ଭୋଟରଙ୍କ ମତି ଗତି ଜାଣୁପାରୁନାହାନ୍ତି ନେତା

0

ଅନ୍ତଃକନ୍ଦଳରେ ଘାଣ୍ଟି ହେଉଛି ବିଜେଡି
କଂଗ୍ରେସ, ବିଜେପି ସ୍ଥିତି ତା ଠାରୁ ଶୋଚନୀୟ
ରଣନୀତି ନିର୍ଧାରକ ନାହାନ୍ତି, ମାମଲତକାରଙ୍କ ସଂଖ୍ୟା ଅଧିକ

ଭୁବନେଶ୍ୱର: ୨୦୧୯ ନିର୍ବାଚନକୁ ନେଇ ଓଡ଼ିଶା ରାଜନୀତି ଧୀରେ ଧୀରେ ଗରମ ହେଲାଣି । ବିରୋଧୀ ଦଳମାନେ ସରକାରଙ୍କ ବିରୋଧରେ ପ୍ରତିଦିନ ବିଷୋଦ୍‍ଗାର କରୁଛନ୍ତି । ସବୁ କଥାରେ ସରକାରର ଦୋଷ ତ୍ରୁଟି କାଢି ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କୌଣସି ସୁଯୋଗ ହାତଛଡା କରୁନାହାନ୍ତି ।
କୌତୂହଳର କଥା ହେଲା, ୧୮ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ସରକାରରେ ର୍ମନ୍ତ୍ରୀ,ବିଧାୟକ ରହି ଆସିଥିବା ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏବେ ସରକାରଙ୍କ ଉପରକୁ କେବଳ ଗୋଟିଏ ପରେ ଗୋଟିଏ ଅସ୍ତ୍ର ଫିଙ୍ଗୁଛନ୍ତି, ତା ନୁହେଁ, ନୂଆ ଦଳ ଗଢିବେ ବୋଲି ମଧ୍ୟ ପାଗ ଭିଡିଲେଣି । ସଂକଳ୍ପ ନେଇଛନ୍ତି ନବୀନଙ୍କୁ କ୍ଷମତାଚ୍ୟୁତ କରିକି ଦେଖାଇବେ ।ଅନ୍ୟପକ୍ଷରେ ଶାସକ ବିଜେଡି ମଧ୍ୟ କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରିସାରିଲେଣି । ଦଳ ଠୋସ୍‍ କାର୍ଯ୍ୟକ୍ରମ ନେଇ ରାଜରାସ୍ତାକୁ ଓହ୍ଲାଇଛି ।
ହେଲେ ଭୋଟରଙ୍କ ଗତି କୁଆଡେ, ତାହା ଏଯାଏ କେହି ଠଉରାଇ ପାରୁନାହାନ୍ତି । ବିଜେଡି ବଡ଼ ଭୋଟ ବ୍ୟବଧାନରେ ଜିତିବ ବୋଲି ସ୍ୱପ୍ନ ଦେଖୁଛି । ବିଜେପି ସରକାର ଗଠନ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କଲେଣି । କଂଗ୍ରେସ ବି ଏ କ୍ଷେତ୍ରରେ ପଛରେ ନାହିଁ । ସମସ୍ତେ ନିଜ ନିଜ ସପକ୍ଷରେ ବୟାନ ବାଜି ଚଳାଇଛନ୍ତି । ହେଲେ ସାଂପ୍ରତିକ ସ୍ଥିତି ରାଜନୈତିକ ମହଲକୁ ଦ୍ୱିବିଧାରେ ପକାଇ ଦେଇଛି । କେଉଁ ଦଳ କେତେ ସଂଖ୍ୟା ହାସଲ କରିବ, ତାହା ଏବେଠାରୁ ଠଉରାଇବା ମୁସ୍କିଲ ହୋଇଯାଇଛି ।
ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବି ରାଜନୈତିକ ଦଳର ହାବଭାବ ଦେଖି ଆଚମ୍ୱିତ । କୌଣସି ଗୋଟିଏ ବି ଦଳ ଠିକ୍‍ ମାର୍ଗରେ ଚାଲିନାହିଁ, ଏକଥା ତିନି ପ୍ରମୁଖ ଦଳକୁ ଟିକିଏ ନିରେଖି ଦେଖିଲେ ଜଳ ଜଳ ହୋଇ ଦିଶୁଛି ।
ଶାସକ ଦଳକୁ ବିରୋଧୀ ଏଯାଏ କ୍ଷତାକ୍ତ କରିପାରିନାହାନ୍ତି । କିନ୍ତୁ ବିଜେଡିିର ଅନ୍ତଃକନ୍ଦଳ ସ୍ଥାନୀୟ ଭୋଟ ବ୍ୟାଙ୍କ ଓ ନେତୃତ୍ୱକୁ ପ୍ରଭାବିତ କରିବ ନିଶ୍ଚିତ । କାରଣ, ସରକାର ପଞ୍ଚମ ଥର ନିର୍ବାଚନ ଲଢୁଛି । ତଥାପି ଜିତିବା ଆଶା ଅଧିକା ଥିବାରୁ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ସେଭଳି ଲମ୍ୱିଛି । ଏହାବ୍ୟତୀତ ଦଳ ପରିଚାଳନା କରିବା ଲାଗି କୌଣସି ରାଜନୈତିକ ଶକ୍ତି ସୃଷ୍ଟି କରିବାରେ ନେତୃତ୍ୱର ବିଫଳତା ଏ କ୍ଷେତ୍ରକୁ ଖୋରାକ ଯୋଗାଉଛି । ପରସ୍ପର ପରସ୍ପରକୁ ମାତ୍‍ ଦେବା ଲାଗି ଯେ କୌଣସି ସ୍ତରକୁ ଓହ୍ଲାଇବାକୁ ପଛଘୁଞ୍ଚା ଦେବାକୁ ଚାହୁଁନାହାନ୍ତି । ପରିଣାମରେ ବିଜେଡି ଭିତରେ ଅନ୍ତଃକନ୍ଦଳର ସ୍ୱରୂପ ଟିକିଏ ବଡ଼ ଦେଖାଯାଉଛି । ସେହିଭଳି ସାଂସଦ-ବିଧାୟକ, ବିଧାୟକ-ବିଧାୟକ, ଜିଲ୍ଲା ସଭାପତି-ବିଧାୟକ ଏବଂ ଜିଲ୍ଲା ପ୍ରଶାସନ ଓ ଶାସକ ଦଳର ନେତାଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି କାରଣରୁ ବିଜେଡି ପାଇଁ ଅଡୁଆ ଯେ ଟିକିଏ ଅଧିକ, ଏକଥା ହାଇକମାଣ୍ଡଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
କଂଗ୍ରେସ ପାଇଁ ବିପଦର କାରଣ ଆଉ କିଛି । ନେତୃତ୍ୱ ବଦଳିବା ପରେ ବି ତୃଣମୂଳସ୍ତରରୁ ଦଳକୁ ସଶକ୍ତ କରିବା ଲାଗି ଏଯାଏ ଠୋସ୍‍ ପଦକ୍ଷେପ ନିଆଯାଇ ପାରିଲା ନାହିଁ । କର୍ମୀ ମନରେ ଦଳର ନିଷ୍ଠା ଓ ଆନ୍ତରିକତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୁହଁ ମୋଡିଥିବା କର୍ମୀ ଏବେ ବି ଦଳକୁ ଫେରିବା ଲାଗି ଅମଙ୍ଗ । ନେତୃତ୍ୱକୁ ନେଇ କର୍ମୀ ମନରେ ଯେଭଳି ବିଶ୍ୱାସ ସୃଷ୍ଟି ହେବା କଥା, ସାମଗ୍ରିକ ଭାବେ ଦଳକୁ ସେ କ୍ଷେତ୍ରରେ ବଡ଼ ବିଫଳତା ସାମ୍ନା କରିବାକୁ ପଡୁଛି । ଉଲ୍ଲେଖନୀୟ କଥା ହେଲା, ରାଜ୍ୟ ସରକାରଙ୍କ ବିରୋଧରେ ଦଳର ରଣନୀତି ପଛରେ ଦମ ନଥିବା ଭଳି ଅନୁଭବ ହେଲାଣି ।
ଏହାବ୍ୟତୀତ ନିଜର ଦଳର କର୍ମୀଙ୍କୁ ଆଉଥରେ ଫେରାଇ ଆଣିବା ଲାଗି ବି ନେତୃତ୍ୱର ଉଦ୍ୟମ ସେଭଳି ପ୍ରଭାବି ହୋଇପାରିନାହିଁ । ଏହି କାରଣରୁ କଂଗ୍ରେସର ଉତ୍‍ଥାନ ଯେଭଳି ହେବ ବୋଲି ଆଶା କରାଯାଉଥିଲା, ତାହା ଦେଖାଯାଉନାହିଁ ।
ବିଜେପି ସ୍ଥିତି ବି ସେମିତି । ଏକଥା ସତ ଯେ ଦଳ ସରକାର ବିରୋଧୀ ହାଓ୍ୱାର ଏକ ବଡ ହିତାଧିକାରୀ ହେଉଛି ବିଜେପି । କିନ୍ତୁ ତାଙ୍କୁ ଭୋଟ ବ୍ୟାଙ୍କରେ ପରିଣତ କରିବାର ସାମର୍ଥ୍ୟ ଜୁଟାଇ ପାରିନି ଦଳ । ଆଜି ବି ଅଧା ଓଡ଼ିଶାରେ ଦଳ ସଂଗଠିତ ହୋଇ ବିଜେଡିକୁ ମୁକାବିଲା କରିବା ସ୍ଥିତିକୁ ଆସିନି । ଗୋଦରୀ ମାଡେ ଯେତେ କୋଡେ ସେତେ ନ୍ୟାୟରେ ନେତା ଗୋଟିଚାଳନା କରୁଛନ୍ତି । ଦଳରେ ଜଣେ ପରେ ଜଣେ ନେତାଙ୍କୁ ସାମିଲ କରିବାରେ ନେତୃତ୍ୱ ବ୍ୟସ୍ତ । ସେଣେ କିନ୍ତୁ ମିଶିବାର ଅଳ୍ପ ଦିନ ପରେ ନୂଆ ନେତାର ମୋହ ଭଙ୍ଗ ହେଉଛି, ପୁରୁଣା ନେତାମାନେ ମଧ୍ୟ ଏହାକୁ ଗ୍ରହଣ କରିପାରୁନାହାନ୍ତି । ବିଜେଡି ବିରୋଧରେ ଦଳ ଅଧିକ ଗର୍ଜନ ତର୍ଜନ କରୁଛି । କିନ୍ତୁ ସେସବୁର ପ୍ରଭାବ କେବଳ ଗଣମାଧ୍ୟରେହିଁ ସୀମିତ ରହୁଛି । ତଳସ୍ତରରେ ଭୋଟ ବ୍ୟାଙ୍କ ସୃଷ୍ଟି କରିବାରେ ଏହା ବିଶେଷ ସହାୟକ ହେଉନାହିଁ ।
ଏହି ମହଲର କହିବା କଥା ହେଉଛି, ସରକାରକୁ ମାତ୍‍ ଦେବା ଭଳି ରାଜନୈତିକ ଶକ୍ତି ଉଭୟ ଦଳରେ ନାହାନ୍ତି । ଏଣୁ ବିରୋଧୀଙ୍କ ସଫଳତା ତୁଳନାରେ ବିଫଳତା ହାର ବଢିବାରେ ଲାଗିଛି । ସରକାରଙ୍କୁ ଆକ୍ରମଣ କରିବା ସହିତ ତା ଠାରୁ ଅଧିକ ପ୍ରଭାବୀ ଢଙ୍ଗରେ ନିଜ ସଂଗଠନ ବୃଦ୍ଧି କରିପାରୁନାହାନ୍ତି ନେତୃତ୍ୱ । ୧୯୯୫ ମସିହାରେ ଏହାଠାରୁ ଆହୁରି ଖରାପ ସ୍ଥିତିରେ ଥାଇ ବି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ଏଇଥିପାଇଁ କ୍ଷମତାକୁ ଆସିପାରିଥିଲେ । ସେ ଗୋଟିଚାଳନା ଜାଣିଥିଲେ ଓ ସବୁ ନିର୍ବାଚନମଣ୍ଡଳୀର ଶକ୍ତି କେନ୍ଦ୍ର ସଂପର୍କରେ ତାଙ୍କୁ ଜଣାଥିଲା । ଆଜି ଦିନରେ ଯେଉଁମାନଙ୍କୁ ଏ ବିଦ୍ୟା ଜଣା, ସେମାନେ ନା ବିଜେଡିରେ ଅଛନ୍ତି ନା ବିଜେପି କିମ୍ୱା କଂଗ୍ରେସରେ । ଏଣୁ ନିର୍ବାଚନ ବର୍ଷରେ ତିନି ପ୍ରମୁଖ ଦଳ ଦିଗହରା ହୋଇପଡିଥିବା କୁହାଯାଉଛି ।

Leave A Reply

Your email address will not be published.