ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ପୁଞ୍ଜିନିବେଶ ପାଇଁ ଓଡ଼ିଶାରେ ଶିଳ୍ପପତିଙ୍କ ମେଳା

0

ମୁକେଶ, ବିର୍ଲା, ଚନ୍ଦ୍ରଶେଖରନ୍‍ ପ୍ରମୁଖ ଯୋଗଦେବେ
ଜାପାନ ସମେତ ୬ ବିଦେଶୀ ରାଷ୍ଟ୍ର ବି ହେବେ ସାମିଲ
ନଦୀ ଓ ପର୍ଯ୍ୟଟନ ସ୍ଥାନ ଚିହ୍ନାଇବା ପାଇଁ ନୂଆ କୌଶଳ
ଦେଓମାଳୀ ନାଁରେ ଗମ୍ୱୁଜ, ନଦୀ ନାଁରେ ହ୍ୟାଙ୍ଗର
ଭୁବନେଶ୍ୱର: ଦେଶ ବିଦେଶର ପ୍ରମୁଖ ଉଦ୍ୟୋଗୀ ଓ ଶିଳ୍ପପତିଙ୍କୁ ନେଇ ଆସନ୍ତା ୧୧ ତାରିଖରୁ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍ର ଆୟୋଜନ ହେବ । ସେଦିନ ଅପରାହ୍ନରେ ଏହାର ଉଦ୍‍ଘାଟନ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବ । ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କନକ୍ଲେଭ୍‍ରେ ରିଲାଏନ୍‍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ୱାନୀ ଷ୍ଟାର ବକ୍ତା ଭାବେ ଯୋଗଦେବେ ।
ମେକ୍‍ଇନ୍‍ ଓଡିଶା କନ୍‍କ୍ଲେଭ୍‍ ର ଦ୍ୱିତୀୟ ସଂସ୍କରଣରେ ଦେଶର ବିଶିଷ୍ଟ ଶିଳ୍ପପତି ଶ୍ରୀ ଅମ୍ୱାନୀଙ୍କ ଛଡା ଅାଦିତ୍ୟ ବିର୍ଲା ଗ୍ରୁପ୍‍ର ଅଧ୍ୟକ୍ଷ କୁମାର ମଙ୍ଗଳମ୍‍ ବିର୍ଲା,ଟାଟା ଗ୍ରୁପର ଅଧ୍ୟକ୍ଷ ଏନ୍‍.ଚନ୍ଦ୍ର ଶେଖରନ୍‍ ,ବେଦାନ୍ତ ରିର୍ସୋସର ମୁଖ୍ୟ ଅନୀଲ ଅଗ୍ରଓ୍ୱାଲା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଦକ୍ଷିଣ କୋରିଅା,ଜାପାନ,ଫ୍ରାନ୍‍ସ,ସାଉଦି ଅାରବ ଏମିରେଟ୍‍ସ ଓ ଜର୍ମାନୀର ଭଳି ୬ଟି ପ୍ରମୁଖ ବିଦେଶୀ ରାଷ୍ଟ୍ରର ଶିଳ୍ପଦ୍ୟୋଗୀ ଓ ପ୍ରତିନିଧି ମଧ୍ୟ ଯୋଗଦେବେ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଶିକ୍ଷା,ଉଚ୍ଚ ଶିକ୍ଷା ଠାରୁ ଅାରମ୍ଭ କରି ମହିଳା ଓ ଶିଶୁ ବିକାଶ ଅାଦି କ୍ଷେତ୍ରରେ ଶତାଧିକ ବିଶେଷଜ୍ଞ ସେମାନଙ୍କ ମତ ରଖିବେ । ଏହି କନ୍‍କ୍ଲେଭର ସହଯୋଗୀ ଦେଶ ହେଉଛି ଜାପାନ । ତେଣୁ ସଂପୃକ୍ତ ରାଷ୍ଟ୍ରର ଅନେକ କଂପାନି ଏହି କନ୍‍କ୍ଲେଭରେ ଯୋଗଦେବେବୋଲି ଆଶା କରାଯାଉଛି ।
କନକ୍ଲେଭ୍‍ ଆଳରେ ଓଡ଼ିଶାର ନଦୀ ଓ ପର୍ଯଟନସ୍ଥଳୀକୁ ଦେଶ ବିଦେଶରେ ପହଞ୍ଚାଇବା ଲାଗି ସରକାର ଯୋଜନା କରିଛନ୍ତି । ଏଣୁ ନଚଳିତବର୍ଷର କନ୍‍କ୍ଲେଭ ପାଇଁ ନଦୀ ଗୁଡିକ ନାମରେ ହ୍ୟାଙ୍ଗର ନିର୍ମାଣ ହୋଇଛି । ପ୍ଲେନାରି ସେସନ ମହାନଦୀ ହ୍ୟାଙ୍ଗରରେ ହେବ । ଅନ୍ୟ ହ୍ୟାଙ୍ଗର ଗୁଡିକ ହେଲା ବ୍ରାହ୍ମଣୀ,ବୈତରଣୀ ଋଷିକୁଲ୍ୟା ଏବଂ ସୁବର୍ଣ୍ଣରେଖା ରହିଛି । ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିଭିନ୍ନ ସେମିନାର ଏହି ହ୍ୟାଙ୍ଗର ଗୁଡିକରେ ଅନୁଷ୍ଠିତ ହେବ । ଏµପୋ ପାଇଁ ୩ଟି ହ୍ୟାଙ୍ଗର ପ୍ରସ୍ତୁତ ହେଇଛି । ସେଗୁଡିକୁ ଚିଲିକା,ଶିମିଳିପାଳ ଓ ଭିତର କନିକା ନାମରେ ନାମିତ କରାଯାଇଛି । ଚଳିତବର୍ଷର ମୁଖ୍ୟ ଅାକର୍ଷଣ ହେଉଛି ଏକ ଗମ୍ୱୁଜଓ ଏହାର ନାମ ଦେଓମାଳୀ ରଖାଯାଇଛି । ଏଠାରେ ଓଡିଶା ସଂର୍ପକରେ ବିଭିନ୍ନ ସୂଚନା ପ୍ରଦର୍ଶିତ ହେବ ବୋଲି ସରକାର କହିଛନ୍ତି ।

Leave A Reply

Your email address will not be published.