ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ

0

ନୂଆଦିଲ୍ଲୀ: ଋଣ ନେଉଥିବା କିମ୍ବା ଋଣ ଉପରେ ଇଏମଆଇଦେଉଥିବା ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ ) ତୃତୀୟ ଥର ପାଇଁ ରେପୋ ରେଟ ହ୍ରାସ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ବଜାର ଆଶାଠାରୁ ଅଧିକ ରେପୋ ରେଟ୍‌ ହ୍ରାସ କରିଛି। ଜୁନ ୪ ତାରିଖରେ ଆରମ୍ଭ ହୋଇଥିବା ଆରବିଆଇର ମୁଦ୍ରା ନୀତି କମିଟି (MPC)ର ଦୁଇ ଦିନିଆ ବୈଠକ ପରେ, ଗଭର୍ନର ସଞ୍ଜୟ ମାଲାହୋତ୍ରା ୫୦ ବେସିସ ପଏଣ୍ଟ ଅର୍ଥାତ୍‌ ୦.୫୦ ପ୍ରତିଶତର ଏକ ବଡ଼ ହ୍ରାସ ଘୋଷଣା କରିଛନ୍ତି। ଏହା ପରେ, ଏବେ ରେପୋ ରେଟ୍‌ ୫.୫ ପ୍ରତିଶତକୁ ହ୍ରାସ ପାଇଛି।

ଗତ ଛଅ ମାସରେ ଆରବିଆଇ ଦ୍ୱାରା ରେପୋ ହାରରେ ଏହା ଲଗାତାର ତୃତୀୟ ହ୍ରାସ। ଚଳିତବର୍ଷ ଆରମ୍ଭରେ ଫେବୃଆରୀରେ ୨୫ ବେସିସ ପଏଣ୍ଟ ଏବଂ ତା’ପରେ ପୁଣି ଏପ୍ରିଲରେ ୨୫ ବେସିସ ପଏଣ୍ଟ ହ୍ରାସ କରାଯାଇଥିଲା। ଯାହା ପରେ ରେପୋ ରେଟ୍‌ ୬ ପ୍ରତିଶତକୁ ହ୍ରାସ ପାଇଥିଲା।

କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ପରେ, କାର-ଘର ସମେତ ସମସ୍ତ ପ୍ରକାରର ଋଣ ଶସ୍ତା ହେବ। ଆରବିଆଇ ଗଭର୍ନର ସଞ୍ଜୟ ମାଲହୋତ୍ରା ରେପୋ ରେଟ୍‌ ହ୍ରାସ କରି କହିଛନ୍ତି, ତାଙ୍କର ପଦକ୍ଷେପ ଦେଶ ଭିତରେ ନିବେଶକମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେବ। ବିଶ୍ୱ ଅଭିବୃଦ୍ଧିର ମନ୍ଥର ଗତି ମଧ୍ୟରେ ଭାରତୀୟ ଅର୍ଥନୀତି ମଜଭୁତ ହେବ। ଏହା ସହିତ, ଘରୋଇ ଚାହିଦା ଆହୁରି ମଜଭୁତ ହେବ।

ସେ କହିଛନ୍ତି, ମୁଦ୍ରା ନୀତି ବୈଠକ ସମୟରେ, SDF ହାର ୫.୭୫ ପ୍ରତିଶତରୁ ୫.୨୫ ପ୍ରତିଶତକୁ ହ୍ରାସ କରାଯାଇଛି। ସେହି ସମୟରେ, MSF ହାର ମଧ୍ୟ ୬.୨୫ ପ୍ରତିଶତରୁ ୫.୭୫ ପ୍ରତିଶତକୁ ହ୍ରାସ କରାଯାଇଛି। ଏହା ସହିତ, ଆରବିଆଇ ଗଭର୍ନର ନଗଦ ସଂରକ୍ଷଣ ଅନୁପାତ ଅର୍ଥାତ୍‌ CRRକୁ ୧୦୦ ବେସିସ ପଏଣ୍ଟ ଚାରି ପ୍ରତିଶତରୁ ୩ ପ୍ରତିଶତକୁ ହ୍ରାସ କରିଛନ୍ତି।

Leave A Reply

Your email address will not be published.