କୋଚି: ସୁପ୍ରିମକୋର୍ଟଙ୍କ ନିର୍ଦେଶର ଦୁଇମାସ ପରେ ସାବରିମାଳା ଦର୍ଶନ ପାଇଁ ମହିଳାମାନେ ପୁଣି ଥରେ ଅଣ୍ଟା ଭିଡିଛନ୍ତି । ପାଞ୍ଚ କି ଦଶ ନୁହେଁ, ବରଂ ୧୦ରୁ ୫୦ ବର୍ଷ ବୟସ୍କ ୫୫୦ରୁ ଅଧିକ ମହିଳା ଦର୍ଶନ ପାଇଁ ଅଗ୍ରୀମ ଟିକେଟ୍ କରିଥିବା ସୂଚନା ମିଳିଛି । ପ୍ରତିବର୍ଷ ମକର ଯାତ୍ରା ସମୟରେ ଦୁଇମାସ ଧରି ମଣ୍ଡଳମ୍ ଯାତ୍ରା ହୋଇଥାଏ । ଯେହେତୁ ଲକ୍ଷ ଲକ୍ଷ ଲୋକ ଏହି ସମୟରେ ଦର୍ଶନ କରିଥାନ୍ତି, ଏଣୁ ସ୍ୱତନ୍ତ୍ର ପାସ୍ ବ୍ୟବସ୍ଥା ହୋଇଥାଏ । ଏହି କ୍ରମରେ ଏଥର ମହିଳାମାନେ ଦର୍ଶନ ପାଇଁ ଆଗୁଆ ଟିକେଟ୍ କରିଥିବା ସ୍ଥାନୀୟ ପୁଲିସ ଗଣମାଧ୍ୟମକୁ କହିଛନ୍ତି ।
ଗତ ଦୁଇମାସ ମଧ୍ୟରେ ମନ୍ଦିର ଦୁଇ ଦୁଇ ଥର ଖୋଲିଥିଲେ ହେଁ, ସୁପ୍ରିମକୋର୍ଟଙ୍କ ନିର୍ଦେଶ କାର୍ଯ୍ୟକାରୀ ହୋଇପାରିନାହିଁ । ୧୦ରୁ ୫୦ ବର୍ଷ ବୟସ୍କ ମହିଳାଙ୍କ ପ୍ରବେଶକୁ ପ୍ରବଳ ବିରୋଧ କରାଯାଇଛି । ଏଭଳିସ୍ଥିତିରେ ଏଥର ବିରୋଧ ହେବ ନା ଟିକେଟ୍ କାଟିଥିବା ମହିଳା ଶ୍ରଦ୍ଧାଳୁ ଦର୍ଶନ କରିପାରିବେ, ତାହାକୁ ନେଇ ସମଗ୍ର ଦେଶରେ ଉତ୍ସୁକତା ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଆସନ୍ତା ୧୩ ତାରିଖ ଦିନ ସୁପ୍ରିମକୋର୍ଟରେ ଆଗତ ରିଭ୍ୟୁ ପିଟିସନର ଶୁଣାଣି ହୋଇପାରେ । ଏଣୁ କୋର୍ଟଙ୍କ ମନ୍ତବ୍ୟକୁ ମଧ୍ୟ ସମସ୍ତେ ଅପେକ୍ଷା ରଖୁଛନ୍ତି ।
୧୦ରୁ ୫୦ ବର୍ଷର ମହିଳା ଓ ଯୁବତୀଙ୍କୁ ଏହି ମନ୍ଦିର ବାରଣ କରାଯାଇଥିଲା । ନିକଟରେ ଏକ ମାମଲାର ଶୁଣାଣି କରି କୋର୍ଟ ଏହି କଟକଣାକୁ ଉଠାଇ ଦେଇଛନ୍ତି ।
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ