ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

କାନ୍ଦାହାର ବିମାନ ଅପହରଣ ସ୍ମୃତି ପୁଣି ମନେ ପଡିଗଲା

0

ନୂଆଦିଲ୍ଲୀ : ପାଖାପାଖି ଦୁଇ ଦଶକ ପରେ ଆଜି ପୁଣି କାନ୍ଦାହାର ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି । ନୂଆଦିଲ୍ଲୀ ବିମାନବନ୍ଦରରେ ଏକ ଆଫଗାନ ବିମାନ କାନ୍ଦାହାର ଯିବା ପୂର୍ବରୁ ପାଇଲଟ୍‍ ଅପହରଣ ଭୟ ଥିବା ନେଇ ସାଇରନ୍‍ ଦେବା ପରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ପାଖାପାଖି ଅଢେଇ ଘଣ୍ଟାର ଯାଞ୍ଚ ପରେ ବିମାନକୁ ଉଡିବାକୁ ସୁଯୋଗ ଦେଇଥିଲେ କର୍ତୃପକ୍ଷ ।
ଘଟଣାଟି ଥିଲା ଏମିତି । ଆଜି ଅପରାହ୍ନ ୩ଟା ୩୦ରେ ଏରିଆନା ଆଫଗାନ ବିମାନ ୯ଜଣ ବିମାନ କର୍ମଚାରୀ ଓ ଗୋଟିଏ ଛୋଟ ଛୁଆ ସମେତ ୧୨୪ଜଣଙ୍କୁ ନେଇ କାନ୍ଦାହାର ଅଭିମୁଖେ ଯାତ୍ରା ଆରମ୍ଭ କରିବାର ଥିଲା । ମାତ୍ର ବିମାନ ଉଡାଣର ଅବ୍ୟବହିତ ପୂର୍ବରୁ ଅପହରଣ ଭୟ ରହିଥିବା ନେଇ ସାଇରନ୍‍ ସୁରକ୍ଷା କର୍ମଚାରୀଙ୍କୁ ବିଚଳିତ କରିଦେଇଥିଲା । ବିମାନ ବନ୍ଦର ସୁରକ୍ଷା କର୍ମଚାରୀଙ୍କ ସମେତ ଏନଏସ୍‍ଜି ମଧ୍ୟ ତତ୍କାଳ ବିମାନକୁ ଘେରିଯାଇଥିଲେ । ତା ପରେ ଆରମ୍ଭ ହୋଇଥିଲା ଯାଞ୍ଚ । ଟିକିନିଖି ଯାଞ୍ଚ ପରେ ଜଣାପଡିଲା ଯେ ପାଇଲଟ୍‍ ଭୁଲରେ ହାଇଜାକ୍‍ ବଟନ୍‍ ଉପରେ ହାତ ପକାଇ ଦେଇଥିଲେ ଓ ସେ କାରଣରୁ ସାଇରନ୍‍ ବାଜିଥିଲା । ଏହା ପରେ ଯାଇ ବିମାନକୁ ଉଡାଣ ଅନୁମତି ମିଳିଥିଲା । କିନ୍ତୁ ଅଢେଇ ଘଣ୍ଟାର ଏ ନାଟକ ଆଜି ପୁଣି ଥରେ ବାଜପେୟୀ ସରକାର ସମୟର କାନ୍ଦାହାର ବିମାନ ଅପହରଣ ସ୍ମୃତିକୁ କିଛି ସମୟ ପାଇଁ ତାଜା କରିଦେଇଥିଲା ।

Leave A Reply

Your email address will not be published.