କେନ୍ଦ୍ର ଅବହେଳାର ତାଲିକା କଲା ବିଜେଡି
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ବି ଉଠାଯିବ
ଭୁବନେଶ୍ୱର: ଆଗକୁ ନିର୍ବାଚନ ସାମ୍ନା କରିବା ଲାଗି ଯେଉଁ ସବୁ କଥା ଲୋକଙ୍କ ମନକୁ ଛୁଇଁବ, ସେମାନେ ତାତିବେ, ବିଜେପିକୁ ଛି ଛି କରିବେ, ସେଭଳି ବଛା ବଛା ପ୍ରସଙ୍ଗକୁ ବିଜେଡି ଏକାଠି କରିଛି । ଆସନ୍ତା ୧୧ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭା ଶୀତ ଅଧିବେଶନରେ ଏହି ପ୍ରସଙ୍ଗକୁ ଓଡ଼ିଶାର ସାଂସଦମାନେ ସଂସଦରେ ଉଠାଇ ଗର୍ଜିବେ । ଆଜି ନବୀନ ନିବାସରେ ଅନୁଷ୍ଠିତ ବିଜେଡି ସଂସଦୀୟ ଦଳ ବୈଠକରେ ଏ ସଂକ୍ରାନ୍ତରେ ରଣନୀତି ଚୂଡାନ୍ତ ହୋଇଛି । ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସଦମାନଙ୍କ ବୈଠକରେ ହାଇକମାଣ୍ଡ ଏ ସଂକ୍ରାନ୍ତ ରଣନୀତିର କାର୍ଯ୍ୟାନ୍ୱୟନ ନେଇ ବିଶଦ ଆଲୋଚନା କରିଥିଲେ ।
ବୈଠକ ନିଷ୍ପତ୍ତି ସଂପର୍କରେ ସୂଚାଇ ସାଂସଦ ପ୍ରତାପ ଦେବ କହିଥିଲେ, ଆସନ୍ତା ଶୀତ ଅଧିବେଶନରେ ଯେଉଁ ସବୁ ପ୍ରସଙ୍ଗ ଉଠାଯିବ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରସଙ୍ଗକୁ ସବୁଠାରୁ ଗୁରୁତ୍ୱ ଦିଆଯାଇ ଉଠାଯିବ । ଅନ୍ୟ କିଛି ରାଜ୍ୟ ମଧ୍ୟ ଏହି ଦାବି ରଖୁଛନ୍ତି । ଏଣୁ ସମସ୍ତେ ମିଶିକରି ଏହି ଦାବି ଗୃହ ସାମ୍ନାରେ ରଖିବେ । କେବଳ ସେତିକି ନୁହେଁ, ବିଜେପିି ତାର ଇସ୍ତାହାରରେ ସ୍ୱାମୀନାଥନ୍ ରିପୋର୍ଟ କାର୍ଯ୍ୟକାରୀ କରିବା ଲାଗି ପ୍ରତିଶ୍ରୁତି ଦେଇଛି । ମାତ୍ର ଏହାର କାର୍ଯ୍ୟାନ୍ୱୟନରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । ବିଶେଷକରି ଚାଷୀଙ୍କୁ ଉପùାଦିତ ସାମଗ୍ରୀ ଦର ଦେଢ ଗୁଣା ପ୍ରାପ୍ୟ ପ୍ରସଙ୍ଗ କେବଳ କାଗଜକଲମରେ ରହିଗଲା । ଏହାବ୍ୟତୀତ ସଂସଦ, ବିଧାନସଭାରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ଓଡ଼ିଶା ବିଧାନସଭା ଇତିମଧ୍ୟରେ ସଂକଳ୍ପ ପାରିତ କରିଛି । ମୁଖ୍ୟମନ୍ତ୍ରୀ ନିଜେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି ଓ ଦଳର ମୁଖ୍ୟ ନେତାମାନଙ୍କୁ ଅନ୍ୟ ୨୨ଟି ଦଳ ସହିତ ଯୋଗାଯୋଗ କରିବା ଲାଗି କହିଛନ୍ତି । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ନବୀନ ଚିଠି ଲେଖି ଏ ଦିଗରେ ପଦକ୍ଷେପ ନେବାକୁ ଚିଠି ଲେଖିଛନ୍ତି । ଏଣୁ ଏ ପ୍ରସଙ୍ଗ ସଂସଦରେ ଉଠିବ ଓ ମହିଳାଙ୍କ ସ୍ୱାର୍ଥ ସୁରକ୍ଷା ଦିଗରେ କେନ୍ଦ୍ର ସରକାର କେତେ ତପùର, ତାହା ଦେଶବାସୀଙ୍କ ସାମ୍ନାକୁ ଅଣାଯିବ । ଏହାବ୍ୟତୀତ ବାତ୍ୟା ତିତ୍ଲି କ୍ଷୟକ୍ଷତି ଅନୁଦାନ ଓଡ଼ିଶାକୁ ମିଳିଲାନି । ଅଥଚ ଆନ୍ଧ୍ର ପ୍ରଦେଶକୁ କେନ୍ଦ୍ର ସହାୟତା ଦେଇଛି । ଏସ୍ଏସ୍ଟି ଛାତ୍ର ବୃତ୍ତି, ପାଇକବିଦ୍ରୋହ, ରେଳବାଇ, ପୋଲାଭରମ୍, ମହାନଦୀ ଭଳି ଜଳବିବାଦ ଆଦି ପ୍ରସଙ୍ଗ ଉଠାଯିବ ।
ପ୍ରମୁଖ ଖବର
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଆଜି ପୂର୍ବାହ୍ଣ ୧୦ଟାରେ ଶପଥ ଗ୍ରହଣ କରିଛନ୍ତି
ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପଟି ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି
ପୁଣି ସସପେଣ୍ଡ ହେଲେ ତାରା ; ବିଧାୟକ ରମେଶ ଜେନା ମଧ୍ୟ ନିଲମ୍ବିତ । ପୂର୍ବରୁ ୧୨ ଜଣ କଂଗ୍ରେସ ବିଧାୟକ ନିଲମ୍ବିତ ହୋଇଥିଲେ
ସୋନପୁର-ସମ୍ବଲପୁର ମୁଖ୍ୟରାସ୍ତାର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟୁପାଲି ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଏକ ବଲେରୋ ଗାଡ଼ିକୁ ହାଇୱା ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି