ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଟର୍ପ ରେଖା ଆଜି ଲଘୁଚାପ ରୂପ ନେଇଛି । ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହା ଅବପାତ ରୂପ ନେଇପାରେ । ଏହାର ପରବର୍ତୀ ୨୪ ଘଣ୍ଟାରେ ଭୀଷଣ ଅବପାତ ରୂପ ନେବା ଆଶଙ୍କାକୁ ଟାଳି ହେବ ନାହିଁ । ପାଣିପାଗବିତ୍ମାନେ ଆଜି ଏଭଳି ପୂର୍ବାନୁମାନ କରିଛନ୍ତି । ତେବେ ଏହି କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୫ ତାରିଖ ବେଳକୁ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ ।
ଏହାର ପ୍ରଭାବରେ ୧୩ ତାରିଖକୁ ଓଡ଼ିଶାର ଆକାଶ ମେଘୁଆ ହେବ । ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହୋଇପାରେ । ଏଥିସହିତ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ ।
ଅନ୍ୟପକ୍ଷରେ ଆସନ୍ତା ୪୮ ଘଣ୍ଟା ଯାଏ ଶୀତର ପ୍ରଭାବ ଅଧିକ ରହିବ । ୧୩ ତାରିଖରୁ ଶୀତର ପ୍ରଭାବ କମିପାରେ । ୧୮ ତାରିଖରେ ପୁଣି ଥରେ ଶୀତ ବଢିବ । ଚଳିତବର୍ଷର ସର୍ବାଧିକ ଥଣ୍ଡା ୧୮ ତାରିଖ ପରେ ହିଁ ଅନୁଭୂତ ହେବ ।
ପ୍ରମୁଖ ଖବର
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍ରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍