ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଟର୍ପ ରେଖା ଆଜି ଲଘୁଚାପ ରୂପ ନେଇଛି । ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହା ଅବପାତ ରୂପ ନେଇପାରେ । ଏହାର ପରବର୍ତୀ ୨୪ ଘଣ୍ଟାରେ ଭୀଷଣ ଅବପାତ ରୂପ ନେବା ଆଶଙ୍କାକୁ ଟାଳି ହେବ ନାହିଁ । ପାଣିପାଗବିତ୍ମାନେ ଆଜି ଏଭଳି ପୂର୍ବାନୁମାନ କରିଛନ୍ତି । ତେବେ ଏହି କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୫ ତାରିଖ ବେଳକୁ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ ।
ଏହାର ପ୍ରଭାବରେ ୧୩ ତାରିଖକୁ ଓଡ଼ିଶାର ଆକାଶ ମେଘୁଆ ହେବ । ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହୋଇପାରେ । ଏଥିସହିତ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ ।
ଅନ୍ୟପକ୍ଷରେ ଆସନ୍ତା ୪୮ ଘଣ୍ଟା ଯାଏ ଶୀତର ପ୍ରଭାବ ଅଧିକ ରହିବ । ୧୩ ତାରିଖରୁ ଶୀତର ପ୍ରଭାବ କମିପାରେ । ୧୮ ତାରିଖରେ ପୁଣି ଥରେ ଶୀତ ବଢିବ । ଚଳିତବର୍ଷର ସର୍ବାଧିକ ଥଣ୍ଡା ୧୮ ତାରିଖ ପରେ ହିଁ ଅନୁଭୂତ ହେବ ।
ପ୍ରମୁଖ ଖବର
ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ