ପ୍ରମୁଖ ଖବର

ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ଚାଉଳ ମିଲିଂ ଦର ଦ୍ୱିଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ରାଜ୍ୟରେ ବଢ଼ିଛି ଶିଶୁ ଟିକାକରଣ ହାର, ସହରଠାରୁ ଗ୍ରାମାଞ୍ଚଳ ଆଗରେ
ବାଲିଗୁଡ଼ା ଏଇଇ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍
ବିରୋଧୀ ଦଳ ନେତା ନିଯୁକ୍ତିକୁ ନେଇ ହାଇକୋର୍ଟ ଯିବ ଟିଏମସି
ବୋର୍ଡ-ନିଗମର ଖାଲି ପଦ ପୂରଣ ପାଇଁ ତତ୍ପର ସରକାର, ଜୁନ୍ ୩୦ ସୁଦ୍ଧା ୧୧୮୩ ନିଯୁକ୍ତି ଲକ୍ଷ୍ୟ
ଏମ୍ସ ଭୁବନେଶ୍ୱରରେ ମହିଳାଙ୍କ ହାତରୁ କଢ଼ାଗଲା ୭ କିଲୋଗ୍ରାମର ବିଶାଳ ଟ୍ୟୁମର
ଜନ୍ତରମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ର ବିଶାଳ ବିକ୍ଷୋଭ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ

0

ଜମ୍ମୁକାଶ୍ମୀର: ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର। ୨ ଆତଙ୍କବାଦୀ ନିପାତ। ପୁଞ୍ଚ୍‌ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ। ଆତଙ୍କବାଦୀ ଲୁଚିରହିଥିବା ନେଇ ସର୍ଚ୍ଚ ଅପରେସନ୍ ଜାରି ରହିଛି। ପୁଞ୍ଚର କସାଲିଆନ୍ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏକ ଭୟଙ୍କର ଏନକାଉଣ୍ଟରରେ ଦୁଇ ଜଣ ଲସ୍କର-ଏ-ତୈବା ଆତଙ୍କବାଦୀ ନିହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଉଭୟ ଆତଙ୍କବାଦୀ ସୀମା ପାର ହୋଇ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲେ। ଲସ୍କର-ଏ-ତୈବା ଦୀର୍ଘ ଦିନ ଧରି ପହଲଗାମ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ସୀମା ପାର ଆତଙ୍କବାଦୀଙ୍କୁ ପଠାଇବାକୁ ଚେଷ୍ଟା କରିଆସୁଛି। ସୁରକ୍ଷା ବାହିନୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅପରେସନ ଆରମ୍ଭ କରିଥିଲେ। ଏହି ଏନକାଉଣ୍ଟରରେ ନିହତ ଆତଙ୍କବାଦୀଙ୍କ ପରିଚୟ ଏବଂ ଅନ୍ୟାନ୍ୟ ବିବରଣୀ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରାଯାଇ ନାହିଁ।

ସାମ୍ପ୍ରତିକ ସମୟରେ, ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ବିରୁଦ୍ଧରେ ଅଭିଯାନକୁ ତୀବ୍ର କରିଛନ୍ତି। ମାତ୍ର ଦୁଇ ଦିନ ପୂର୍ବରୁ, ଅପରେସନ ମହାଦେବ ଅଧୀନରେ ସୁରକ୍ଷା ବାହିନୀ ପହଲଗାମ ଆକ୍ରମଣର ମୁଖ୍ୟ ଅଭିଯୁକ୍ତକୁ ହତ୍ୟା କରିଥିଲେ। ଶ୍ରୀନଗରର ଦାଚିଗାମ ଜଙ୍ଗଲ ନିକଟରେ ଚାଲିଥିବା ଆତଙ୍କବାଦ ବିରୋଧୀ ଅପରେସନ ମହାଦେବ ସମୟରେ, ସୁରକ୍ଷା ବାହିନୀ ଏକ ବିଦେଶୀ ଷଡ଼ଯନ୍ତ୍ରର ଦୃଢ଼ ପ୍ରମାଣ ପାଇଥିଲେ।

Leave A Reply

Your email address will not be published.