ନµଲ ଅଞ୍ଚଳରେ ୯୦ ପ୍ରତିଶତ ମତଦାନ
ହାରିଗଲେ ନµଲ, ଗଣତନ୍ତ୍ରକୁ ବିଶ୍ୱାସ କଲେ ଭୋଟର
ଭୁବନେଶ୍ୱର: ନµଲ ଧମକ ଦେଲେ । କେହି ଭୋଟ ଦେଇପାରିବେ ନାହିଁ । ସ୍ଥାନୀୟ ବାସିନ୍ଦା ଭୟ କରିବା ସ୍ୱାଭାବିକ । କିନ୍ତୁ ପୁଲିସ ବି ଡରିଗଲା । ସୁରକ୍ଷା ଦିଆଯାଇପାରିଲାନି । ପରିଣାମ ହେଲା, ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ପଞ୍ଚାୟତ ନିର୍ବାଚନ ହୋଇପାରିଲା ନାହିଁ । ନµଲଙ୍କ ଜିଦ୍ ରହିଲା । ଚିତ୍ରୋକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତରେ ନିର୍ବାଚିତ ପ୍ରତିନିଧି ନାହାନ୍ତି ।
ତେଲେଙ୍ଗାନାରେ ଅନୁରୂପ ପରିସ୍ଥିତି ସୃଷ୍ଟି ହେଲା । ନିର୍ବାଚନ ବର୍ଜନ କରିବା ପାଇଁ ନµଲ ଧମକ ଦେଲେ । କିନ୍ତୁ ତାହା ପ୍ରଭାବଶୂନ୍ୟ କେବଳ ହେଲାନି, ବରଂ ଭୋଟ ହାର ରେକର୍ଡ ଛୁଇଁଛି । କରିମନଗର ଅନ୍ତର୍ଗତ ନµଲ ପ୍ରଭାବିତ ଅଞ୍ଚଳରେ ଗତ ବିଧାନସଭା ନିର୍ବାଚନରେ ୯୦ ପ୍ରତିଶତ ଭୋଟର ନିଜର ମତ ସାବ୍ୟସ୍ତ କରିଛନ୍ତି । ଛତିଶଗଡ ସଂଲଗ୍ନ ଏହି ଅଞ୍ଚଳରୁ ସ୍ଥାନୀୟ ଲୋକେ ବାର୍ତା ଦେଇଛନ୍ତି ଯେ ସେମାନେ ଗଣତନ୍ତ୍ରରେ ବିଶ୍ୱାସ କରନ୍ତି । ପାନକେନା ଓ ପାଲମେଲା ଭଳି ଗାଁରେ ମତଦାନ ହାର ୯୩ ପ୍ରତିଶତ ଡେଇଁଯାଇଛି, ଯଦିଓ ସେ ଅଞ୍ଚଳରେ ନµଲମାନେ ଏକାଧିକ ହିଂସାକାଣ୍ଡ ଘଟାଇଛନ୍ତି । ମନ୍ଥାନୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମହାଦେବ ମଣ୍ଡଳ ଅଞ୍ଚଳରେ ୯୮ ପ୍ରତିଶତ ମତଦାନ ହୋଇଛି । ଜଙ୍ଗଲ ଭିତରେ ଲମ୍ୱା ଲାଇନରେ ମୋଟ ୩୮୯ ଭୋଟରଙ୍କ ମଧ୍ୟରୁ ୩୮୨ ଜଣ ଭୋଟ ଦେଇଥିଲେ । ୯୦ ଦଶକରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣକୁ ନେଇ ଏହି ଅଞ୍ଚଳରେ ବେଶ ଆଲୋଡନ ସୃଷ୍ଟି ହୋଇଥିଲା । ପୂର୍ବତନ ବାଚସ୍ପତି ଡି. ଶ୍ରୀଧର ବାବୁ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ପ୍ରାଣ ହରାଇଥିଲେ । ମହାଦେବପୁର ପୁଲିସ ଷ୍ଟେସନ, ସୂଚନାଦାତାଙ୍କୁ ହତ୍ୟା, ଫରେଷ୍ଟ ଗେଷ୍ଟ ହାଉସ ଉଡାଇଦେବା, ପୁଲିଂ ପାର୍ଟି ଉପରେ ଆକ୍ରମଣ, ପଞ୍ଜାବ କମାଣ୍ଡୋଙ୍କ ଉପରେ ହମ୍ଲା ଭଳି ଘଟଣାକୁ ନେଇ ଏ ଅଞ୍ଚଳ ଚର୍ଚ୍ଚାରେ ରହିଛି । ଏଥର ନିର୍ବାଚନରେ ନµଲ ଭୟକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ ସେ ଅଞ୍ଚଳରେ ମତଦାନ ସମୟରେ କଟକଣା ଜାରି କରିଥିଲେ । ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ସମୟ ଧାର୍ଯ୍ୟ ହୋଇଥିଲା ।
ପ୍ରମୁଖ ଖବର
ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘