ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

୨୨ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ ରାହୁଲ ଗାନ୍ଧୀ

0

ନୂଆଦିଲ୍ଲୀ: ବଡ ନିଷ୍ପତ୍ତି ନେଇଛନ୍ତି ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ଗୁଳିବର୍ଷା ବେଳେ ବାପାମା’ ଛେଉଣ୍ଡ ହୋଇଥିବା ୨୨ ପିଲାଙ୍କୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିବେ ରାହୁଲ ଗାନ୍ଧୀ। ପାକିସ୍ତାନୀ ଗୁଳିମାଡ଼ ଯୋଗୁଁ ଅନେକ ଅନାଥ ହୋଇଯାଇଥିବା ଏହି ପିଲାମାନଙ୍କର ଶିକ୍ଷା ପାଇଁ ସମ୍ପୂର୍ଣ୍ଣ ପାଣ୍ଠି ଯୋଗାଇ ଦେବେ ରାହୁଲ। ଜମ୍ମୁ ଏବଂ କାଶ୍ମୀରର ପୁଞ୍ଚ ଜିଲ୍ଲାର ୨୨ ଜଣ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ, ଯେଉଁମାନେ ଅପରେସନ ସିନ୍ଦୁର ସମୟରେ ସୀମା ପାର ସଂଘର୍ଷରେ ସେମାନଙ୍କ ପିତାମାତା କିମ୍ବା ପରିବାରର ରୋଜଗାରକ୍ଷମ ଲୋକଙ୍କୁ ହରାଇଛନ୍ତି। ସେମାନେ ସେମାନଙ୍କର ସ୍ନାତକ ସମାପ୍ତ ନହେବା ପର୍ଯ୍ୟନ୍ତ ଏହି ସହାୟତା ଜାରି ରହିବ। ଏନେଇ ଜମ୍ମୁ ଏବଂ କାଶ୍ମୀର କଂଗ୍ରେସ ମୁଖ୍ୟ ତାରିକ ହମିଦ କରା ସୂଚନା ଦେଇଥିବା ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ କରିଛି । ଯେଉଁଥିରେ ସେ କହିଛନ୍ତି, ଯେ ଛାତ୍ରମାନେ ବିନା ବାଧାରେ ସେମାନଙ୍କର ସ୍କୁଲ ଶିକ୍ଷା ଜାରି ରଖିପାରିବେ ତାହା ନିଶ୍ଚିତ କରିବା ପାଇଁ ଏହି ସପ୍ତାହରେ ପ୍ରଥମ ସହାୟତା କିସ୍ତି ଜାରି କରାଯିବ।

ତେବେ ରାହୁଲ ଗାନ୍ଧୀ ଗତ ମେ ମାସରେ ପୁଞ୍ଚ ଗସ୍ତ କରିଥିଲେ। ତାଙ୍କ ଗସ୍ତ ସମୟରେ, ଗାନ୍ଧୀ ସ୍ଥାନୀୟ ଦଳୀୟ ନେତାମାନଙ୍କୁ ପ୍ରଭାବିତ ପିଲାମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବାକୁ କହିଥିଲେ। ଏହା ପରେ, ଏକ ସର୍ଭେ କରାଯାଇଥିଲା ଏବଂ ସରକାରୀ ରେକର୍ଡ ଯାଞ୍ଚ କରିବା ପରେ ପିଲାମାନଙ୍କ ନାମ ଚୂଡ଼ାନ୍ତ କରାଯାଇଥିଲା। ରାହୁଲ ତାଙ୍କ ଗସ୍ତ ସମୟରେ ଗୁଳିମାଡ଼ରେ ମୃତ ୧୨ ବର୍ଷୀୟ ଯଆଁଳା ସନ୍ତାନ ଉର୍ବା ଫାତିମା ଏବଂ ଜୈନ ଅଲିଙ୍କ ସହପାଠୀଙ୍କୁ ଭେଟିବା ପାଇଁ ଖ୍ରୀଷ୍ଟ ପବ୍ଲିକ୍ ସ୍କୁଲ ମଧ୍ୟ ଯାଇଥିଲେ। ପାକିସ୍ତାନ ଗୁଳିମାଡ଼ ଦ୍ୱାରା ପୁଞ୍ଚ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ମଧ୍ୟରୁ ଗୋଟିଏ। ଏଠାରେ ପିଲାମାନଙ୍କ ସମେତ ଅନେକ ସାଧାରଣ ନାଗରିକ ଆହତ ହୋଇଥିଲେ । ଏହାପରେ ପିଲାମାନଙ୍କ ସହିତ କଥାବାର୍ତ୍ତା କରି କଂଗ୍ରେସ ସାଂସଦ ମଧ୍ୟ ସାନ୍ତ୍ୱନାର କିଛି ଶବ୍ଦ ଆଦନପ୍ରଦାନ କରିଥିଲେ ।

ତେବେ କହିରଖୁଛୁ, ଏହି ବର୍ଷ ଏପ୍ରିଲ୍ ୨୨ରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ସିନ୍ଦୁର ଅପରେସନ୍ କରାଯାଇଥିଲା, ଯେଉଁଥିରେ ୨୬ ଜଣଙ୍କର ଜୀବନ ଯାଇଥିଲା। ପ୍ରତିଶୋଧ ସ୍ୱରୂପ, ଭାରତ ପାକ୍-ଅଧିକୃତ କାଶ୍ମୀର ଏବଂ ପାକିସ୍ତାନରେ ନଅଟି ଆତଙ୍କବାଦୀ କେନ୍ଦ୍ରକୁ ଟାର୍ଗେଟ କରିଥିଲା ଏବଂ ୧୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ନିଷ୍କ୍ରିୟ କରିଥିଲା। ମେ ୭ରେ ହୋଇଥିବା ଅପରେସନ୍ ପରେ, ଭାରତ ଏବଂ ପାକିସ୍ତାନ ମେ ୧୦ରେ ଶତ୍ରୁତା ବନ୍ଦ ବୁଝାମଣାରେ ପହଞ୍ଚିଥିଲେ।

Leave A Reply

Your email address will not be published.