ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ମୁକାବିଲା ପାଇଁ ଏମିତି ଫର୍ମୁଲା

0

ସିବିଆଇର ଜବାବ ଦେବ ରାଜ୍ୟ ପୁଲିସ
ଓଡ଼ିଶାରେ ଯାହା, କୋଲକାତାରେ ସେୟା
ସିବିଆଇରେ ଶନିବାର ହାଜର ହେବେ ରାଜୀବ
ଶୁକ୍ରବାର ନାଗେଶ୍ବରଙ୍କ ପତ୍ନୀଙ୍କ କମ୍ପାନି ଉପରେ ଚଢ଼ଉ
ଭୁବନେଶ୍ବର: ବିଜେଡିର ଦୁଇ ପୂର୍ବତନ ମନ୍ତ୍ରୀ ତଥା ବିଧାୟକଙ୍କୁ ସିବିଆଇ ନୋଟିସ କରିବାର କେଇ ଘଣ୍ଟା ମଧ୍ୟରେ ଓଡ଼ିଶା ପୁଲିସ ସକ୍ରିୟ ହୋଇଯାଇଥିଲା। ଏମିତି ଯେ ବହୁଚର୍ଚ୍ଚିତ ଛତ୍ରପୁରର ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ବିଜେପିର ଦୁଇ ନେତାଙ୍କୁ ହାଜର ହେବାକୁ ନୋଟିସ କରାଯାଇଥିଲା। ଅବଶ୍ୟ ନା ବିଜେଡି ନେତା ସିବିଆଇକୁ ଗଲେଣି ନା ବିଜେପି ନେତା ହାଜର ହେଲେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଲାଗି ରହିଛି।
ଠିକ୍ ସମାନ ଫର୍ମୁଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନେଇଛନ୍ତି। ପୁଲିସ କମିସନର ରାଜୀବ କୁମାର ଶନିବାର ସିବିଆଇରେ ହାଜର ହେବା ପୂର୍ବରୁ ଶୁକ୍ରବାର କୋଲକାତା ପୁଲିସ ସିବିଆଇ ଯୁଗ୍ମ ନିର୍ଦେଶକ ନାଗେଶ୍ବର ରାଓଙ୍କୁ ଅଡୁଆରେ ପକାଇ ଦେଇଛି । ତାଙ୍କ ପତ୍ନୀଙ୍କ କୋଲକାତା ସଲ୍ଟ ଲେକ୍‌ରେ ଥିବା ଆଞ୍ଜେଲିନା ପ୍ରାଇଭେଟ୍‌ ଲିମିଟେଡ୍‌ ଉପରେ ଆଜି କୋଲକାତା ପୁଲିସ ଚଢ଼ଉ କରିଛି। କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଚଢ଼ଉ କରାଯାଇଛି ତାହା ଏଯାଏ ପୁଲିସ ଅଧିକାରୀମାନେ ଗଣମାଧ୍ୟମକୁ ସୂଚନା ଦେଇନାହାନ୍ତି। ସିବିଆଇ ଉପରେ ଚାପ ରଖିବା ପାଇଁ ମମତା ଏଭଳି କୌଶଳ କରିଥାଇପାରନ୍ତି ବୋଲି କୁହାଯାଉଛି।
ସେପଟେ ଏମ୍‌ ନାଗେଶ୍ୱର ରାଓ ଏକ ବିବୃତି ଜାରି କରି ପୁଲିସ୍‌ ରେଡ୍‌ କରିଥିବା ଏଞ୍ଜେଲିନା ମର୍କଣ୍ଟାଇଲସ୍‌ ପ୍ରାଇଭେଟ୍‌ ଲିଃ ସହ ତାଙ୍କର କିମ୍ବା ତାଙ୍କ ପତ୍ନୀ ଏମ ସନ୍ଧ୍ୟାଙ୍କ କୌଣସି ସମ୍ପର୍କ ନଥିବା କହିଛନ୍ତି। ଏଥିସହ ଶ୍ରୀ ରାଓ ୨୦୧୦ରୁ ଗତବର୍ଷ ମଧ୍ୟରେ ଏଞ୍ଜେଲିନା ମର୍କଣ୍ଟାଇଲସ୍‌ କମ୍ପାନୀ ସହ ଥିବା ତାଙ୍କ ସମ୍ପର୍କ ବାବଦରେ ସମସ୍ତ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, “ ମୋ ପତ୍ନୀ ଏମ ସନ୍ଧ୍ୟା ୨୦୧୦ରେ ଆମ ପାରିବାରିକ ବନ୍ଧୁ ପରଵିନ୍‌ ଅଗ୍ରୱାଲଙ୍କ ମାଲିକାନାରେ ଥିବା ଏଞ୍ଜେଲିନା ମର୍କଣ୍ଟାଇଲସ୍‌ ପ୍ରାଇଭେଟ୍‌ ଲିଃଠାରୁ ୨୫ ଲକ୍ଷ ଟଙ୍କା ଋଣ ଆଣିଥିଲେ। ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରଠାରେ ଏକ ଜମି କିଣିବା ବାବଦରେ ଏହି ଅର୍ଥ ଖର୍ଚ୍ଚ ହୋଇଥିଲା। ୨୦୧୧ରେ ସନ୍ଧ୍ୟାଙ୍କ ପାଖରେ ଥିବା ୧୧-୧୭ ଏକର ପୈତୃକ ଚାଷ ଜମି ୫୮.୬୨ ଲକ୍ଷରେ ବିକ୍ରି କରି ଏହି ଟଙ୍କାକୁ ଏଞ୍ଜେଲିନା ମର୍କଣ୍ଟାଇଲସ୍‌କୁ ପଠାଇଥିଲା। ଏଞ୍ଜେଲିନା ମର୍କଣ୍ଟାଇଲସ୍‌ ଏଥିରୁ ୨୫ ଲକ୍ଷ ଟଙ୍କାର ଋଣ ଏବଂ ଏହାର ସୁଧ ବାବଦରେ ଟଙ୍କା କାଟି ଦେଇଥିଲା। ଏହାପରେ କମ୍ପାନୀ ୪୧,୩୩,୧୬୫ ଟଙ୍କା ଏମ ସନ୍ଧ୍ୟାଙ୍କୁ ୨୦୧୪ ଜୁଲାଇ ମାସରେ ଫେରସ୍ତ କରିଥିଲା। ତେଣୁ ଏହାକୁ ନେଇ ବିବାଦ ସୃଷ୍ଟି କରାଯିବା ଅନୁଚିତ।”
ପ୍ରକାଶଥାଉକି, ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ଅଧିକାରୀମାନେ ଗତ ସପ୍ତାହରେ କୋଲକାତା ପୁଲିସ କମିସନର ରାଜୀବ କୁମାରଙ୍କୁ ପଚରାଉଚରା କରିବାକୁ ଆସିଥିବା ବେଳେ କୋଲକାତା ପୋଲିସ୍‌ ସେମାନଙ୍କୁ ବଳପୂର୍ବକ ଅଟକ ରଖିଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଲିସ କମିସନରଙ୍କ ସପକ୍ଷରେ ୩ ଦିନ ଧରି ଧାରଣା ଦେଇଥିଲେ। ଏହି ମାମଲାରେ ସୁପ୍ରିମ୍‌ କୋର୍ଟଙ୍କୁ ହସ୍ତକ୍ଷେପ କରିଥିଲେ।

Leave A Reply

Your email address will not be published.