ଭୁବନେଶ୍ବର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରାଇଛନ୍ଦା ଗ୍ରାମର ଅର୍ଜୁନ ଚରଣ ଓଝା ଓ ସାବିତ୍ରୀ ଓଝାଙ୍କ ପଞ୍ଚମ ପୁତ୍ର ହେମନ୍ତ ଓଝା(୨୫)। ୨୦୦୯ ମସିହାରେ ପିସି ଘଡାଇ ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ ମଧ୍ୟ ଅର୍ଥ ଅଭାବରୁ ସେହିବର୍ଷ ଯୁକ୍ତ୨ରେ ନାମ ଲେଖାଇ ପାରି ନଥିଲେ। କାରଣ ତାଙ୍କ ବାପା ପଥର କାଟି ପରିବାର ଚଳାନ୍ତି। ବର୍ଷେ ପରେ ଭିଏନ୍ କଲେଜରେ ଯୁକ୍ତ୨। ଯୁକ୍ତ ୩ରେ ନାମ ଲେଖାଇବା ପାଇଁଁ ମଧ୍ୟ ଅର୍ଥ ପ୍ରତିବନ୍ଧକ ସାଜିଥିଲା ଓ ଗୋଟିଏ ବର୍ଷ ପଢା ବନ୍ଦ ରହିଥିଲା।
ହେଲେ ବଡ଼ ହେଲେ ବୈଜ୍ଞାନିକ େହବାର ନିଶା ଆଗରେ ଗରିବି ହାର ମାନିଛି। ନିଜେ ଟ୍ୟୁସନ କରି ଉଚ୍ଚଶିକ୍ଷା ଲାଭ କରିବା ପରେ ହେମନ୍ତ ଏବେ ଭାରତ ସରକାରଙ୍କ ପକ୍ଷରୁ ଅନ୍ୟ ୪ଜଣଙ୍କ ସହ ନାସାକୁ ଯାଇଥିଲେ। ଜଳବାୟୁ ପରିବର୍ତନ, ପୂର୍ବାନୁମାନ ଏବଂ ସ୍ୟାଟେଲାଇଟରେ ମେସେଜ ସଂପର୍କିତ ତାଙ୍କ ପ୍ରକଳ୍ପ ସେଠାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସୂଚନା ମିଳିଛି।
ନାସା କର୍ତୃପକ୍ଷ ତାଙ୍କୁ ଜୁନିୟର ବୈଜ୍ଞାନିକ ଭାବେ ନିଯୁକ୍ତି କରିବା ପାଇଁ ଇସ୍ରୋ ଜରିଆରେ ପତ୍ର ଲେଖିଛନ୍ତି। ଆସନ୍ତା ୨୨ ତାରିଖରେ ସେ ଆମେରିକା ଯାତ୍ରା କରିବେ।
ପ୍ରମୁଖ ଖବର
ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘