ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

କଣ ଆଲୋଚନା କଲେ ନବୀନ-ଦିଲ୍ଲୀପ

0

ଭୁବନେଶ୍ୱର: ଦୀର୍ଘ ୧୭ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ମଧ୍ୟରେ ରାଜନୈତିକ ବାର୍ତାଳାପ ହୋଇଛି । ଦିଲ୍ଲୀପ ବିଜେଡିକୁ ଫେରିବା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ୧୦ ମିନିଟ୍‍ର ଏହି ଆଲୋଚନା କିନ୍ତୁ ରାଜ୍ୟ ରାଜନୀତିକୁ ଚର୍ଚ୍ଚା ପାଇଁ ଅନେକ ଖୋରାକ ଯୋଗାଇଛି । କେବଳ ସେତିକି ନୁହେଁ, ଖୁବ୍‍ ଶୀଘ୍ର ଦିଲ୍ଲୀପ ବିଜେଡିକୁ ଫେରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

ସେପଟେ ବିଜୟ ବିଜେଡିକୁ ଫେରିବେ କି ନାହିଁ, ତାହା ମଧ୍ୟ ରାଜନୈତିକ ମହଲକୁ ଆନ୍ଦୋଳିତ କରୁଛି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆଜି ନବୀନ ନିବାସ ଯିବା ପୂର୍ବରୁ ବିଜୟଙ୍କ ସହ ଟେଲିଫୋନ୍‍ରେ ଆଲୋଚନା କରିଥିଲେ ଦିଲ୍ଲୀପ । ନବୀନ ନିବାସରୁ ଫେରିବା ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ଉଲ୍ଲେଖଯୋଗ୍ୟ, ବିଜେଡି ଓ ଦିଲ୍ଲୀପଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଆଲୋଚନା ଜାରି ରହିଥିଲା । ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ବିଜେପିକୁ ଚାଲିଯିବା ପରେ ବିଜେଡି ଏହି ବଡ ଗୋଟି ଖେଳିବାକୁ ଯାଉଛି । ଏହି କ୍ରମରେ ଆଜି ବିଜେଡିର ଯୁବ ନେତା ପ୍ରଣବ ପ୍ରକାଶ ଦାସଙ୍କ ସହିତ ଦିଲ୍ଲୀପ ନବୀନ ନିବାସ ଯାଇଥିଲେ । ହେଲେ ନବୀନଙ୍କ ସହିତ ଦିଲ୍ଲୀପଙ୍କର ବେଶ୍‍ କିଛି ମୁହୂର୍ତ ପାଇଁ ନିଭୃତ ଆଲୋଚନା ହୋଇଥିଲା ।

ଅତି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ନବୀନ ଦିଲ୍ଲୀପଙ୍କୁ ବରଗଡ ଲୋକସଭା ଆସନରୁ ପ୍ରାର୍ଥୀ ହେବା ଲାଗି ପ୍ରସ୍ତାବ ରଖିଥିଲେ । ହେଲେ ଦିଲ୍ଲୀପ ଏଥିରେ ଅମଙ୍ଗ ହୋଇଥିଲେ । ପରେ ବିଜୟ ମହାପାତ୍ରଙ୍କ ସଂପର୍କରେ ବିଜେଡିର ଆଭିମୁଖ୍ୟ ଜାଣିବା ଲାଗି ନବୀନଙ୍କୁ ସିଧା ସିଧା ପ୍ରଶ୍ନ କରିଥିଲେ ଦିଲ୍ଲୀପ । ଖୁବ୍‍ ଶୀଘ୍ର ଏ ନେଇ ଆଭିମୁଖ୍ୟ ସ୍ପଷ୍ଟ କରାଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କର ଏହି ସୂଚନା ପରୋକ୍ଷରେ ସଙ୍କେତ ଦେଇଛି ଯେ ବିଜେଡି ଫେରିବା ସଂପର୍କରେ ନବୀନ ଗୁରୁତର ସହିତ ମନ୍ତ୍ରଣା ଚଳାଇଛନ୍ତି । ଅନ୍ୟଥା ସେ ସିଧା ଅମଙ୍ଗ ହୋଇଥାନ୍ତେ । ଦିଲ୍ଲୀପ ନବୀନ ନିବାସରୁ ଫେରିବା ପରେ ବିଜେଡିର ଶୀର୍ଷ ନେତାମାନେ ବୈଠକ କରିଥିଲେ । ଏଥିରେ ଉଭୟଙ୍କ ସଂପର୍କରେ ଅନୁକୂଳ ଆଭିମୁଖ୍ୟ ନିଆଯାଇଥିବା ସୂଚନା ମିଳିଛି । ରବିବାର ସକାଳେ ଏ ନେଇ ଦିଲ୍ଲୀପ-ପ୍ରଣବ ଆଉଥରେ ଆଲୋଚନା ହେବା ପରେ ମିଶ୍ରଣ ପର୍ବ ସଂପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ । ସେହିପରି ବିଜୟଙ୍କ ସଂପର୍କରେ ଦଳ କି ଆଭିମୁଖ୍ୟ ଗ୍ରହଣ କଲା, ତାହା ମଧ୍ୟ ଆସନ୍ତାକାଲି ସ୍ପଷ୍ଟ ହୋଇପାରେ ।

ପୂର୍ବରୁ ଦିଲ୍ଲୀପ ନିଜ ପୁଅ ବାହାଘର ସମୟରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ । ସଚିବାଳୟ ଓ ବିଧାନସଭାରେ ମଧ୍ୟ ଉଭୟଙ୍କର ଭେଟଘାଟ ହୋଇଥିଲା

Leave A Reply

Your email address will not be published.