ପ୍ରମୁଖ ଖବର

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଗୋମ୍ଫାକୋଣ୍ଡା ଆଶ୍ରମ ବିଦ୍ୟାଳୟରେ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ଆତ୍ମହତ୍ୟା
ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ
ଗୁଜରାଟରେ ଖୁବଶୀଘ୍ର ଲାଗୁ ହେବ ୟୁସିସି
ଲାଞ୍ଚ ନେଇ ଗିରଫ ହେଲେ ବିରମହାରାଜପୁର ଥାନା ଏଏସଆଇ
ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର
ରାଜଧାନୀ ଭୁବନେଶ୍ବରରେ ମୋ ବସ୍‌ ଧକ୍କାରେ ଚାଲିଗଲା ନାବଳିକାଙ୍କ ଜୀବନ

ବେକାରିଙ୍କୁ ୩ହଜାର ଟଙ୍କା ଭତ୍ତା

0

ଇସ୍ତାହାର ଜାରି କଲା କଂଗ୍ରେସ

୨୬୦୦ ଟଙ୍କାରେ ଧାନ ବିକ୍ରି ସୁଯୋଗ

ବାର୍ଧକ୍ୟ ଭତ୍ତା ବୃଦ୍ଧି, ଚାଷୀଙ୍କୁ ଋଣ ଛାଡ ଲୋଭ

ଭୁବନେଶ୍ୱର:୨୦୧୯ନିର୍ବାଚନରେ ଲୋକଙ୍କ ମନ ଜିଣିବା ଲାଗି ରାଜ୍ୟ କଂଗ୍ରେସ ଯେଉଁ ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି, ସେଥିରେ ୧୯ଟି ପ୍ରତିଶ୍ରୁତି ଦେଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଆସିବ କଂଗ୍ରେସ ହସିବ ଓଡ଼ିଶା ନାମକ ଏ ସଂକ୍ରାନ୍ତ ପୁସ୍ତକର ଉନ୍ମୋଚନ କରିଥିଲେ । କଂଗ୍ରେସ ଇସ୍ତାହାରରେ ପ୍ରତି ପରିବାରକୁ ନିଶ୍ଚିତ ନିଯୁକ୍ତି ମିଳିବ ବୋଲି ପ୍ରତିଶ୍ରୁତି ଦେବା ଚାଷୀ, ମହିଳା, ଯୁବକ, ଆଦିବାସୀଙ୍କ ମନ କିଣିବାକୁ ଚେଷ୍ଟା କରିଛି ।

କଂଗ୍ରେସ ସଂକଳ୍ପ ପତ୍ରରେ କୁହାଯାଇଛି, ଅଖିଳ ଭାରତ କଂଗ୍ରେସ କମିଟିର ନ୍ୟାୟ ଯୋଜନାରେ ପ୍ରତି ଗରିବ ପରିବାରକୁ ମାସିକ ୬ ହଜାର ଟଙ୍କା ସହାୟତା ଦେବା କଥା କୁହାଯାଇଥିଲା । ଏଣୁ ସ୍ୱାଭାବିକ ଭାବେ ରାଜ୍ୟରେ ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଗରିବ ଲୋକଙ୍କୁ ମାସିକ ୬ ହଜାର ଟଙ୍କାର ନିଶ୍ଚିତ ରୋଜଗାର ବ୍ୟବସ୍ଥା କରିବ । ଏହି ଟଙ୍କା ଗରିବ ପରିବାରର ମହିଳାଙ୍କ ଖାତାରେ ଜମା କରାଯିବ । ପ୍ରତି ପରିବାରର ଅନ୍ତତଃ ଜଣକୁ ସରକାରୀ ବା ବେସରକାରୀ କ୍ଷେତ୍ରରେ ନିଯୁକ୍ତି, ଚାକିରି ଆରମ୍ଭ ବୟସ ସୀମା ବୃଦ୍ଧି, ବେକାରିଙ୍କୁ ମାସିକ ୩ ହଜାର ଟଙ୍କାର ଭତ୍ତା, ଠିକା କର୍ମଚାରୀଙ୍କୁ ନିୟମିତ କରାଯିବା ଲାଗି ଦଳ ପ୍ରତିଶ୍ରୁତି ଦେଇଛି ।

ବିଜେପି ଭଳି କଂଗ୍ରେସ ବି କହିଛି ଯେ ୨୦୨୪ ମସିହା ସୁଦ୍ଧା ସମସ୍ତଙ୍କୁ ଘର ଦିଆଯିବ । ଏହି ସମୟ ସୁଦ୍ଧା ରାଜ୍ୟର ସବୁ ଗାଁ ଓ ସହରାଞ୍ଚଳର ଲୋକଙ୍କୁ ପିଇବା ପାଣି ସୁବିଧା ବି ଯୋଗାଇ ଦିଆଯିବ । ମନରେଗାରେ ୧୫୦ ଦିନର କାମ, ମହିଳା ସଶକ୍ତିକରଣ ପାଇଁ ସଂସଦ, ବିଧାନସଭା ଓ ସରକାରୀ ଚାକିରିରେ ସେମାନଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣ ପ୍ରତିଶ୍ରୁତି ବି କଂଗ୍ରେସ ଦେଇଛି । କେବଳ ସେତିକି ନୁହେଁ, ଚିଟଫଣ୍ଡ ଅର୍ଥ ଫେରସ୍ତ କରାଯିବ ବୋଲି ମଧ୍ୟ ଦଳ ଆଶା ଦେଖାଇଛି ।

ପୂର୍ବ ଘୋଷଣା ମୁତାବକ, କଂଗ୍ରେସ ମହିଳାଙ୍କୁ ମାଗଣା ଶିକ୍ଷା, ଗରିବ ପରିବାରକୁ ବିବାହ ପ୍ରୋତ୍ସାହନ, ବାହାଘର ସମୟରେ ଆର୍ଥିକ ସହାୟତା, ଦ୍ୱାଦଶ ଯାଏ ମାଗଣା ଶିକ୍ଷା ଓ ମହିଳାଙ୍କ ନାମରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରାଯିବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି ।

ପୂର୍ବରୁ ରାହୁଲ ଗାନ୍ଧୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୨୬୦୦ ଟଙ୍କା ହେବ ବୋଲି କହିଥିଲେ ।ଏହା ଇସ୍ତାହାରରେ ସ୍ଥାନ ପାଇଛି । ସ୍ୱାମୀନାଥନ୍‍ କମିଟିକୁ ଗ୍ରହଣ କରାଯିବା, ୩ ବର୍ଷପାଇଁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ବି ଯୋଗାଇ ଦିଆଯିବ । ଚାଷୀଙ୍କ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ, ମାଗଣା ବିଦ୍ୟୁତ, ଯେଉଁଠାରେ ଚାଷୀମାନେ ଋଣ ଫେରାଇଛନ୍ତି, ସେମାନଙ୍କୁ ସେମାନଙ୍କର ଟଙ୍କା ମଧ୍ୟ ସରକାର ଫେରାଇଦେବେ ।

ଏହାବ୍ୟତୀତ ବାର୍ଧକ୍ୟ ଭତ୍ତା ମାସିକ ୧୫୦୦ ଟଙ୍କାକୁ ବୃଦ୍ଧି, ବିଧବା ଓ ଅସହାୟଙ୍କୁ ୨୦୦୦ ଟଙ୍କା ପେନସନ୍‍, ୭୦ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ ୨ହଜାର ଟଙ୍କା ବାର୍ଧକ୍ୟ ଭତ୍ତା ଦେବାକୁ ଦଳ କହିଛି । ଏହାବ୍ୟତୀତ ସବୁ ଡାକ୍ତରଖାନାରେ ମାଗଣା ଚିକିତ୍ସା ଲାଗି ମଧ୍ୟ ନେତାମାନେ ପ୍ରତିଶ୍ରୁତି ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.