ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ପୁଣି କେନ୍ଦ୍ରକୁ ସମାଲୋଚନା

0

୧ଟଙ୍କିଆ ଚାଉଳକୁ ବିରୋଧ କରିଥିଲେ
ଆହାର ଯୋଜନାକୁ ଦେଇନଥିଲେ ସମର୍ଥନ
ପିଇବା ପାଣିରେ କେନ୍ଦ୍ରର ଭାଗ ମାତ୍ର ହଜାରେ କୋଟି

ରାୟଗଡା:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡା ଓ ଗଜପତି ଜିଲ୍ଲାରେ ନିର୍ବାଚନ ପ୍ରଚାର କରି କେନ୍ଦ୍ର ସରକାରଙ୍କୁ ପୁଣି ଥରେ କଡା ଭାଷାରେ ସମାଲୋଚନା କରିଛନ୍ତି । ଓଡ଼ିଶାର ବିକାଶ ରାସ୍ତାରେ କେନ୍ଦ୍ର କେଉଁଠି କେଉଁଠି ବାଟ ଓଗାଳିଛି ସେ କଥା ପ୍ରାଞ୍ଜଳ ଭାବେ ଲୋକଙ୍କୁ ବତାଇଛନ୍ତି ନବୀନ । କେବଳ ସେତିକି ନୁହେଁ, ରୋଡ ସୋ କରି ନିଜ ଦଳ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଭୋଟରଙ୍କୁ ନିବେଦନ କରିଛନ୍ତି ।

ରାୟଗଡାରେ ନିର୍ବାଚନ ପ୍ରଚାର କରି ନବୀନ ଆଜି କେନ୍ଦ୍ର ସରକାରଙ୍କୁ ଆହୁରି ଅନେକ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି । କହିଛନ୍ତି, ଯେଉଁ ସମୟରେ ସେ ନିଜେ ଗରିବଙ୍କ ପାଇଁ ଆହାର ଯୋଜନା ଆରମ୍ଭ କରିଥିଲେ, ତାହାକୁ ସହାୟତା ଦେବାକୁ କେନ୍ଦ୍ର ସରକାର ମନା କରିଦେଇଥିଲେ । ଫଳରେ ରାଜ୍ୟ ସରକାର ନିଜ ଉଦ୍ୟମରେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ବାଧ୍ୟ ହୋଇଥିଲେ ।

ପିଇବା ପାଣି ପ୍ରସଙ୍ଗ ଉଠାଇ ଆଜି ନବୀନ କହିଥିଲେ ଯେ ଏ କ୍ଷେତ୍ରରେ ରାଜ୍ୟ ସରକାର ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ହେଲେ କେନ୍ଦ୍ର ସରକାରଙ୍କ ଅବଦାନ କହିଲେ, ମାତ୍ର ୧ହଜାର କୋଟି ଟଙ୍କା । ତିତଲି, ହୁଡହୁଡ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେତେବେଳେ ଲୋକଙ୍କ ସହିତ ବିଜେଡି କେବଳ ଥିଲା, ସେତେବେଳେ ଆଉ କେହି ନଥିଲେ ।

ଯେତେବେଳେ ୧ଟଙ୍କିଆ ଚାଉଳ ଦେବା କଥା କୁହାଗଲା, ସେତେବେଳେ ୩୦ଲକ୍ଷ ଗରିବ ଲୋକଙ୍କୁ ସେମାନେ ଚାଉଳ ଦେବାକୁ ରାଜି ହେଲେ ନାହିଁ । ଫଳରେ ରାଜ୍ୟ ସରକାର ଏବେ ସବୁ ଗରିବଙ୍କୁ ୧ ଟଙ୍କାରେ ଚାଉଳ ଦେଉଛନ୍ତି । ମହିଳାଙ୍କ ପାଇଁ ବିଜେଡି ସରକାର ୭ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା କରିଥିବା ନବୀନ ସୂଚାଇଥିଲେ ।

ମୁଖ୍ୟମନ୍ତ୍ରୀ ଆଜି ପୁଣି ଦୋହରାଇଥିଲେ ଯେ ସାଢେ ଚାରି କୋଟି ଓଡ଼ିଶାବାସୀ ହେଉଛନ୍ତି ତାଙ୍କ ପରିବାର । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତାଙ୍କର ସେବା କରିଚାଲିଥିିବେ ।

ରାୟଗଡାରର ଗୁଣୁପୁର, ବିଷମକଟକ ଓ ରାୟଗଡାରେ ନିର୍ବାଚନ ସଭା ଓ ରାଲି ପରେ ନବୀନ ଅପରାହ୍ନରେ ଗଜପତିରେ ପହଞ୍ଚିଛିଲେ । ସେଠାରେ ସେ ମୋହନା ଓ ପାରଳାଖେମୁଣ୍ଡିରେ ନିର୍ବାଚନ ପ୍ରଚାର କରିଥିଲେ । ଏହି ଅବସରରେ ରୋଡ ସୋ ମଧ୍ୟ କରାଯାଇଥିଲା ।

Leave A Reply

Your email address will not be published.