ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

0

ନ୍ୟୁଜ ବ୍ୟୁରୋ: ଦେଶରେ ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ଓ ଗାଡ଼ିର ରେଜିଷ୍ଟ୍ରେଶନ ସାର୍ଟିଫିକେଟ (ଆରସି)କୁ ନେଇ ଆସିପାରେ ନୂଆ ବ୍ୟବସ୍ଥା। ଟ୍ରାଫିକ ନିୟମ ଉଲ୍ଲଂଘନ ଉପରେ ନଜର ରଖିବା ପାଇଁ ଗ୍ରେଡେଡ ପଏଣ୍ଟ ସିଷ୍ଟମ ଲାଗୁ କରିବା ନେଇ କେନ୍ଦ୍ର ସରକାର ବିଚାର କରୁଛନ୍ତି। ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମାନୁଫ୍ୟାକ୍ଚରର୍ସ (SIAM)ର ୬୬ତମ ବାର୍ଷିକ ସମ୍ମିଳନୀରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏନେଇ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଟ୍ରାଫିକ ନିୟମ ଉଲ୍ଲଂଘନକୁ ଡ୍ରାଇଭିଂ ଲାଇସେନ୍ସର ରେକର୍ଡ ସହିତ ଯୋଡ଼ାଯିବା ପାଇଁ ଏକ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି।

ଏହି ସିଷ୍ଟମ ଲାଗୁ ହେଲେ ପ୍ରତ୍ୟେକ ପ୍ରକାରର ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଚାଳକଙ୍କ ରେକର୍ଡରେ ନିର୍ଦ୍ଦିଷ୍ଟ ପେନାଲ୍ଟି ପଏଣ୍ଟ ଯୋଡ଼ାଯାଇପାରେ। ଜଣେ ଚାଳକଙ୍କ ପଏଣ୍ଟ ନିର୍ଦ୍ଦିଷ୍ଟ ସୀମାରେ ପହଞ୍ଚିଲେ ତାଙ୍କ ଲାଇସେନ୍ସ ସସ୍ପେଣ୍ଡ କିମ୍ବା ବାତିଲ ଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଅନ୍ୟପଟେ, ନିୟମ ମାନି ଦାୟିତ୍ୱବାନ ଭାବେ ଗାଡ଼ି ଚଳାଉଥିବା ଚାଳକଙ୍କୁ ମଧ୍ୟ ଏହି ବ୍ୟବସ୍ଥାରେ ପ୍ରୋତ୍ସାହନ ଦେବାର ଯୋଜନା ରହିଛି। ସ୍ବଚ୍ଛ ଡ୍ରାଇଭିଂ ରେକର୍ଡ ଥିବା ଚାଳକଙ୍କୁ ବିଭିନ୍ନ ଇନ୍ସେଣ୍ଟିଭ ମିଳିପାରେ। ଏପରିକି ଭଲ ଡ୍ରାଇଭିଂ ରେକର୍ଡ ଆଧାରରେ ଇନ୍ସୁରାନ୍ସ କମ୍ପାନୀଗୁଡ଼ିକ ପକ୍ଷରୁ ମଧ୍ୟ ରିହାତି ବା ଅନ୍ୟାନ୍ୟ ସୁବିଧା ମିଳିବାର ସମ୍ଭାବନା ରହିଛି। ତେବେ ଏହି ପଏଣ୍ଟ ସିଷ୍ଟମ ଏବେ ପ୍ରସ୍ତାବ ସ୍ତରରେ ରହିଛି। କେଉଁ ନିୟମ ଭାଙ୍ଗିଲେ କେତେ ପଏଣ୍ଟ କଟିବ, କେତେ ପଏଣ୍ଟରେ ଲାଇସେନ୍ସ ଉପରେ କାର୍ଯ୍ୟାନୁଷ୍ଠାନ ହେବ ଏବଂ କେବେଠାରୁ ଏହା ଲାଗୁ ହେବ, ସେନେଇ ଚୂଡ଼ାନ୍ତ ନିୟମ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।

Leave A Reply

Your email address will not be published.