ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ

0

କଟକ : କଟକ ରାଜନୀତିରେ ନୂଆ ସମୀକରଣର ଆଭାସ ମିଳିଛି। ପୂର୍ବତନ କଂଗ୍ରେସ ନେତା ମହମ୍ମଦ ମୋକିମ ଘୋଷଣା କରିଛନ୍ତି ଯେ, ତାଙ୍କ ଝିଅ ତଥା ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଆଗାମୀ ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସ (ଓଜେସି) ଟିକେଟରେ ଲଢ଼ିବେ।

ମୋକିମଙ୍କ କହିବା ଅନୁଯାୟୀ, ଓଜେସି ଆଗାମୀ ଦିନରେ ଜେନ୍‌-ଜେଡ୍‌ ଓ ଯୁବପିଢ଼ିଙ୍କୁ ନେଇ ଆଗକୁ ବଢ଼ିବ। ଏହାର ନେତୃତ୍ୱ ସୋଫିଆ ନେବେ। ଛାତ୍ର ସଂସଦ ନିର୍ବାଚନରେ ମଧ୍ୟ ଦଳ ଯୁବପିଢ଼ିଙ୍କୁ ସହଯୋଗ କରିବ ବୋଲି ସେ କହିଛନ୍ତି। କଂଗ୍ରେସ ଉପରେ ବର୍ଷି ମୋକିମ କହିଛନ୍ତି, ଦଳ ନିଜର ନୀତି ଓ ଆଦର୍ଶଠାରୁ ଦୂରେଇ ଯାଇଛି। ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ୱର ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ତୃଣମୂଳସ୍ତରର କର୍ମୀ ନିରାଶ ହୋଇଥିବା ସେ ଦାବି କରିଛନ୍ତି। କଂଗ୍ରେସରୁ ମୋକିମ ବହିଷ୍କୃତ ହୋଇଥିବା ବେଳେ ଦଳୀୟ ନିଷ୍ପତ୍ତି ବିରୋଧରେ ଭୋଟ ଦେବା ଅଭିଯୋଗରେ ସୋଫିଆ ନିଲମ୍ବିତ ହୋଇଛନ୍ତି। ଏବେ ଓଜେସିରୁ ସୋଫିଆ ବାରବାଟୀ-କଟକ ଆସନରେ ଲଢ଼ିବେ ବୋଲି ମୋକିମଙ୍କ ଘୋଷଣା ପରେ କଟକ ରାଜନୀତି ସରଗରମ ହୋଇଛି। ତେବେ ଏନେଇ ସୋଫିଆଙ୍କ ପ୍ରତିକ୍ରିୟା ମିଳିନାହିଁ। ଅନ୍ୟପକ୍ଷରେ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ସୋଫିଆ ଦଳରୁ ନିଲମ୍ବିତ ଅଛନ୍ତି ଏବଂ ସେ ଆଗକୁ କେଉଁ ଦଳକୁ ଯିବେ, ତାହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଆଗାମୀ ନିର୍ବାଚନରେ କଂଗ୍ରେସ ୧୪୭ଟି ଆସନରେ ଦୃଢ଼ ପ୍ରାର୍ଥୀ ଦେବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.