ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଶର୍ମା ଯିବେ, ଶର୍ମା ଆସିବେ!

0

ଭୁବନେଶ୍ୱର:ଅଗ୍ନିଶମ ବିଭାଗ ଦାୟିତ୍ୱରେ ଥବା ପୁଲିସ ଡିଜି କ୍ୟାଡର ଅଧିକାରୀ ଡ.ବିଜୟ ଶର୍ମା ପରବର୍ତ୍ତୀ ପୁଲିସ ଡିଜି ହୋଇପାରନ୍ତି । ବର୍ତ୍ତମାନର ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ଖୁବ୍‍ ଶୀଘ୍ର ନିଯୁକ୍ତି ପାଇବେ। ଗତକାଲି ଏ ସଂକ୍ରାନ୍ତ୍ର ଚୟନ କମିଟି ଡାକ୍ତର ଶର୍ମାଙ୍କ ନାମ ଉପରେ ମୋହର ମାରି ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି । ଫଳରେ ପୁଲିସ ମୁଖିଅା ବଦଳିବା ସ୍ପଷ୍ଟ ହୋଇଯାଇଛି ।
ନୂଅା ନିୟମ ଅନୁସାରେ, ଡିଜି ପାହ୍ୟାର ଅଧିକାରୀଙ୍କ ନାମ ୟୁପିଏସସି ବିଚାର ପାଇଁ ପଠାଯିବ । ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ନାମ ୟୁପିଏସସି ସୁପାରିସ କରିବା ପରେ ତା ମଧ୍ୟରୁ ଜଣଙ୍କୁ ସରକାର ନିଯୁକ୍ତି ଦେବେ ।
ବିଶ୍‍୍ୱସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଦକ୍ଷତା ଓ ଅଭିଜ୍ଞତା ଦୃଷ୍ଟିରୁ ବିଜୟ ଶର୍ମାଙ୍କ ନାମ ଆପାତତଃ ଚୂଡାନ୍ତ ହୋଇପାରେ । ଗତ ନିର୍ବାଚନ ସମୟରେ ଯେତେବେଳେ ଡିଜି ଅନୁପସ୍ଥିତ ଥିଲେ, ସେବେ ଶ୍ରୀ ଶର୍ମା ଅସ୍ଥାୟୀ ଭାବେ ଏହି ଗୁରୁ ଦାୟିତ୍ୱ କିଛି ଦିନ ପାଇଁ ସଫଳତାର ସହିତ ତୁଲାଇଥିଲେ ।
ଏଠାରେ ସୂଚନାଯୋଗ୍ୟ, ଡାକ୍ତର ଶର୍ମାଙ୍କ କାର୍ଯ୍ୟକାଳ ୨୦୨୦ ଯାଏ ଥିଲା । ବିଜୟ ଶର୍ମା ଯଦି ଡିଜି ଭାବେ ନିଯୁକ୍ତି ପାଆନ୍ତି, ୨୦୨୨ ଯାଏ ଏହି ପଦବିରେ ରହିବେ ।

Leave A Reply

Your email address will not be published.