ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଶର୍ମା ଯିବେ, ଶର୍ମା ଆସିବେ!

0

ଭୁବନେଶ୍ୱର:ଅଗ୍ନିଶମ ବିଭାଗ ଦାୟିତ୍ୱରେ ଥବା ପୁଲିସ ଡିଜି କ୍ୟାଡର ଅଧିକାରୀ ଡ.ବିଜୟ ଶର୍ମା ପରବର୍ତ୍ତୀ ପୁଲିସ ଡିଜି ହୋଇପାରନ୍ତି । ବର୍ତ୍ତମାନର ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ଖୁବ୍‍ ଶୀଘ୍ର ନିଯୁକ୍ତି ପାଇବେ। ଗତକାଲି ଏ ସଂକ୍ରାନ୍ତ୍ର ଚୟନ କମିଟି ଡାକ୍ତର ଶର୍ମାଙ୍କ ନାମ ଉପରେ ମୋହର ମାରି ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି । ଫଳରେ ପୁଲିସ ମୁଖିଅା ବଦଳିବା ସ୍ପଷ୍ଟ ହୋଇଯାଇଛି ।
ନୂଅା ନିୟମ ଅନୁସାରେ, ଡିଜି ପାହ୍ୟାର ଅଧିକାରୀଙ୍କ ନାମ ୟୁପିଏସସି ବିଚାର ପାଇଁ ପଠାଯିବ । ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ନାମ ୟୁପିଏସସି ସୁପାରିସ କରିବା ପରେ ତା ମଧ୍ୟରୁ ଜଣଙ୍କୁ ସରକାର ନିଯୁକ୍ତି ଦେବେ ।
ବିଶ୍‍୍ୱସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଦକ୍ଷତା ଓ ଅଭିଜ୍ଞତା ଦୃଷ୍ଟିରୁ ବିଜୟ ଶର୍ମାଙ୍କ ନାମ ଆପାତତଃ ଚୂଡାନ୍ତ ହୋଇପାରେ । ଗତ ନିର୍ବାଚନ ସମୟରେ ଯେତେବେଳେ ଡିଜି ଅନୁପସ୍ଥିତ ଥିଲେ, ସେବେ ଶ୍ରୀ ଶର୍ମା ଅସ୍ଥାୟୀ ଭାବେ ଏହି ଗୁରୁ ଦାୟିତ୍ୱ କିଛି ଦିନ ପାଇଁ ସଫଳତାର ସହିତ ତୁଲାଇଥିଲେ ।
ଏଠାରେ ସୂଚନାଯୋଗ୍ୟ, ଡାକ୍ତର ଶର୍ମାଙ୍କ କାର୍ଯ୍ୟକାଳ ୨୦୨୦ ଯାଏ ଥିଲା । ବିଜୟ ଶର୍ମା ଯଦି ଡିଜି ଭାବେ ନିଯୁକ୍ତି ପାଆନ୍ତି, ୨୦୨୨ ଯାଏ ଏହି ପଦବିରେ ରହିବେ ।

Leave A Reply

Your email address will not be published.