ଭୁବନେଶ୍ୱର: ଆଜି ବିଧାନସଭା ଭାରତବର୍ଷ ସାମ୍ନାରେ ଏକ ବଡ଼ ଉଦାହରଣ ରଖିଛି । ଚନ୍ଦ୍ରାୟଣରେ ସାମିଲ ହୋଇଥିବା ବୈଜ୍ଞାନିକଙ୍କୁ ଗୃହ ସମ୍ମାନ ପ୍ରଦାନ କରିଛି । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ସାମିଲ ହୋଇପାରିନାହାନ୍ତି । ଯେହେତୁ ବାଚସ୍ପତି ତତ୍କାଳ ଏ ସଂପର୍କରେ ନିଷ୍ପତ୍ତି ନେଲେ ଓ ଗୃହ କାର୍ଯ୍ୟକାରୀ କଲା, ଏଣୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
ଉଲ୍ଲେଖଯୋଗ୍ୟ, ଚନ୍ଦ୍ରାୟଣରେ ସାମିଲ ଥିବା ବୈଜ୍ଞାନିକଙ୍କୁ ଗୃହ ସମ୍ମାନ ଦେବା ଲାଗି ପୂର୍ବରୁ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଦାବି ଉପସ୍ଥାପନ କରିଥିଲେ । ହେଲେ ସେଦିନ ଏହି ପ୍ରସଙ୍ଗକୁ ସମର୍ଥନ ମିଳିନଥିଲା କି କେହି ଗୁରୁତ୍ୱ ଦେଇନଥିଲେ ।
ଆଜି କିନ୍ତୁ ଶ୍ରୀ ଶତପଥୀ ଏହି ପ୍ରସଙ୍ଗ ବାଚସ୍ପତିଙ୍କ ସାମ୍ନାକୁ ଆଣିବା ପରେ ବିରୋଧୀ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହାକୁ ସମର୍ଥନ କରିଥିଲେ । ଠିଆ ହୋଇ ଏହି ଚନ୍ଦ୍ରାୟଣ ଅଭିଯାନରେ ସାମିଲ ଥିବା ବୈଜ୍ଞାନିକଙ୍କୁ ସମ୍ମାନ ଜଣାଇବା ଲାଗି ବାଚସ୍ପତିଙ୍କୁ ନିବେଦନ କରିଥିଲେ । କେବଳ ସେତିକି ନୁହେଁ, ତତ୍କାଳ ଏହାକୁ କାର୍ଯ୍ୟକାରୀ କରିବା ଲାଗି କଥା ଉଠିଥିଲା ।
ନିଜ ଆସନରେ ବସିରହି ମନ୍ତ୍ରୀ ପ୍ରତାପ ଜେନା ଏହାକୁ ପରବର୍ତୀ ସମୟରେ କରିବା ଲାଗି ପ୍ରସ୍ତାବ ଦେଇଥିଲେ । ଅଧିକାଂଶ ସଭ୍୍ୟ ନାହାନ୍ତି ବୋଲି ବି କହିଥିଲେ । ହେଲେ କିଛି ମୁହୂର୍ତ ପରେ ବାଚସ୍ପତି ଗୋଟିଏ ମିନିଟ୍ ପାଇଁ ଠିଆ ହୋଇ ବୈଜ୍ଞାନିକଙ୍କୁ ସମ୍ମାନ ଜଣାଇବା ଲାଗି କହିଥିଲେ । ଏହାକୁ ଟେବୁଲ ବାଡେଇ ସମସ୍ତେ ସମ୍ମାନ ଜଣାଇଥିଲେଓ ଠିଆ ହୋଇଥିଲେ ।
ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜନୈତିକ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି । ଗୃହ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଥିଲେ ହେଁ, ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ କେହି ଗ୍ରହଣ କରିପାରିନାହାନ୍ତି । ଏତେ ବଡ ପଦକ୍ଷେପ ନିଆଗଲା, ଅଥଚ ମୁଖ୍ୟମନ୍ତ୍ରୀ ରହିଲେ ନାହିଁ କେମିତି, ସେ ନେଇ ପ୍ରଶ୍ନ ଉଠିଛି ।
ବିଧାନସଭାରେ କୌଣସି ବଡ଼ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଭାଗ ନେବା ଏକ ପରମ୍ପରା । ଏହାର ଗୃହର ଗରିମା ବୃଦ୍ଧି କରିଥାଏ ।
ପ୍ରମୁଖ ଖବର
ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ