ଭୁବନେଶ୍ୱର: ଆଜି ବିଧାନସଭା ଭାରତବର୍ଷ ସାମ୍ନାରେ ଏକ ବଡ଼ ଉଦାହରଣ ରଖିଛି । ଚନ୍ଦ୍ରାୟଣରେ ସାମିଲ ହୋଇଥିବା ବୈଜ୍ଞାନିକଙ୍କୁ ଗୃହ ସମ୍ମାନ ପ୍ରଦାନ କରିଛି । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ସାମିଲ ହୋଇପାରିନାହାନ୍ତି । ଯେହେତୁ ବାଚସ୍ପତି ତତ୍କାଳ ଏ ସଂପର୍କରେ ନିଷ୍ପତ୍ତି ନେଲେ ଓ ଗୃହ କାର୍ଯ୍ୟକାରୀ କଲା, ଏଣୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
ଉଲ୍ଲେଖଯୋଗ୍ୟ, ଚନ୍ଦ୍ରାୟଣରେ ସାମିଲ ଥିବା ବୈଜ୍ଞାନିକଙ୍କୁ ଗୃହ ସମ୍ମାନ ଦେବା ଲାଗି ପୂର୍ବରୁ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଦାବି ଉପସ୍ଥାପନ କରିଥିଲେ । ହେଲେ ସେଦିନ ଏହି ପ୍ରସଙ୍ଗକୁ ସମର୍ଥନ ମିଳିନଥିଲା କି କେହି ଗୁରୁତ୍ୱ ଦେଇନଥିଲେ ।
ଆଜି କିନ୍ତୁ ଶ୍ରୀ ଶତପଥୀ ଏହି ପ୍ରସଙ୍ଗ ବାଚସ୍ପତିଙ୍କ ସାମ୍ନାକୁ ଆଣିବା ପରେ ବିରୋଧୀ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହାକୁ ସମର୍ଥନ କରିଥିଲେ । ଠିଆ ହୋଇ ଏହି ଚନ୍ଦ୍ରାୟଣ ଅଭିଯାନରେ ସାମିଲ ଥିବା ବୈଜ୍ଞାନିକଙ୍କୁ ସମ୍ମାନ ଜଣାଇବା ଲାଗି ବାଚସ୍ପତିଙ୍କୁ ନିବେଦନ କରିଥିଲେ । କେବଳ ସେତିକି ନୁହେଁ, ତତ୍କାଳ ଏହାକୁ କାର୍ଯ୍ୟକାରୀ କରିବା ଲାଗି କଥା ଉଠିଥିଲା ।
ନିଜ ଆସନରେ ବସିରହି ମନ୍ତ୍ରୀ ପ୍ରତାପ ଜେନା ଏହାକୁ ପରବର୍ତୀ ସମୟରେ କରିବା ଲାଗି ପ୍ରସ୍ତାବ ଦେଇଥିଲେ । ଅଧିକାଂଶ ସଭ୍୍ୟ ନାହାନ୍ତି ବୋଲି ବି କହିଥିଲେ । ହେଲେ କିଛି ମୁହୂର୍ତ ପରେ ବାଚସ୍ପତି ଗୋଟିଏ ମିନିଟ୍ ପାଇଁ ଠିଆ ହୋଇ ବୈଜ୍ଞାନିକଙ୍କୁ ସମ୍ମାନ ଜଣାଇବା ଲାଗି କହିଥିଲେ । ଏହାକୁ ଟେବୁଲ ବାଡେଇ ସମସ୍ତେ ସମ୍ମାନ ଜଣାଇଥିଲେଓ ଠିଆ ହୋଇଥିଲେ ।
ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜନୈତିକ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି । ଗୃହ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଥିଲେ ହେଁ, ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ କେହି ଗ୍ରହଣ କରିପାରିନାହାନ୍ତି । ଏତେ ବଡ ପଦକ୍ଷେପ ନିଆଗଲା, ଅଥଚ ମୁଖ୍ୟମନ୍ତ୍ରୀ ରହିଲେ ନାହିଁ କେମିତି, ସେ ନେଇ ପ୍ରଶ୍ନ ଉଠିଛି ।
ବିଧାନସଭାରେ କୌଣସି ବଡ଼ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଭାଗ ନେବା ଏକ ପରମ୍ପରା । ଏହାର ଗୃହର ଗରିମା ବୃଦ୍ଧି କରିଥାଏ ।
ପ୍ରମୁଖ ଖବର
ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍ପିଜି ଟ୍ୟାଙ୍କର୍