ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ମୁଖ୍ୟମନ୍ତ୍ରୀ ଜାଣିପାରିଲେନି, ବୈଜ୍ଞାନିକଙ୍କୁ ଗୃହ ସମ୍ମାନ ଜଣାଇଲା

0

ଭୁବନେଶ୍ୱର: ଆଜି ବିଧାନସଭା ଭାରତବର୍ଷ ସାମ୍ନାରେ ଏକ ବଡ଼ ଉଦାହରଣ ରଖିଛି । ଚନ୍ଦ୍ରାୟଣରେ ସାମିଲ ହୋଇଥିବା ବୈଜ୍ଞାନିକଙ୍କୁ ଗୃହ ସମ୍ମାନ ପ୍ରଦାନ କରିଛି । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ସାମିଲ ହୋଇପାରିନାହାନ୍ତି । ଯେହେତୁ ବାଚସ୍ପତି ତତ୍କାଳ ଏ ସଂପର୍କରେ ନିଷ୍ପତ୍ତି ନେଲେ ଓ ଗୃହ କାର୍ଯ୍ୟକାରୀ କଲା, ଏଣୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
ଉଲ୍ଲେଖଯୋଗ୍ୟ, ଚନ୍ଦ୍ରାୟଣରେ ସାମିଲ ଥିବା ବୈଜ୍ଞାନିକଙ୍କୁ ଗୃହ ସମ୍ମାନ ଦେବା ଲାଗି ପୂର୍ବରୁ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଦାବି ଉପସ୍ଥାପନ କରିଥିଲେ । ହେଲେ ସେଦିନ ଏହି ପ୍ରସଙ୍ଗକୁ ସମର୍ଥନ ମିଳିନଥିଲା କି କେହି ଗୁରୁତ୍ୱ ଦେଇନଥିଲେ ।
ଆଜି କିନ୍ତୁ ଶ୍ରୀ ଶତପଥୀ ଏହି ପ୍ରସଙ୍ଗ ବାଚସ୍ପତିଙ୍କ ସାମ୍ନାକୁ ଆଣିବା ପରେ ବିରୋଧୀ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହାକୁ ସମର୍ଥନ କରିଥିଲେ । ଠିଆ ହୋଇ ଏହି ଚନ୍ଦ୍ରାୟଣ ଅଭିଯାନରେ ସାମିଲ ଥିବା ବୈଜ୍ଞାନିକଙ୍କୁ ସମ୍ମାନ ଜଣାଇବା ଲାଗି ବାଚସ୍ପତିଙ୍କୁ ନିବେଦନ କରିଥିଲେ । କେବଳ ସେତିକି ନୁହେଁ, ତତ୍କାଳ ଏହାକୁ କାର୍ଯ୍ୟକାରୀ କରିବା ଲାଗି କଥା ଉଠିଥିଲା ।
ନିଜ ଆସନରେ ବସିରହି ମନ୍ତ୍ରୀ ପ୍ରତାପ ଜେନା ଏହାକୁ ପରବର୍ତୀ ସମୟରେ କରିବା ଲାଗି ପ୍ରସ୍ତାବ ଦେଇଥିଲେ । ଅଧିକାଂଶ ସଭ୍‍୍ୟ ନାହାନ୍ତି ବୋଲି ବି କହିଥିଲେ । ହେଲେ କିଛି ମୁହୂର୍ତ ପରେ ବାଚସ୍ପତି ଗୋଟିଏ ମିନିଟ୍‍ ପାଇଁ ଠିଆ ହୋଇ ବୈଜ୍ଞାନିକଙ୍କୁ ସମ୍ମାନ ଜଣାଇବା ଲାଗି କହିଥିଲେ । ଏହାକୁ ଟେବୁଲ ବାଡେଇ ସମସ୍ତେ ସମ୍ମାନ ଜଣାଇଥିଲେଓ ଠିଆ ହୋଇଥିଲେ ।
ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜନୈତିକ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି । ଗୃହ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଥିଲେ ହେଁ, ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ କେହି ଗ୍ରହଣ କରିପାରିନାହାନ୍ତି । ଏତେ ବଡ ପଦକ୍ଷେପ ନିଆଗଲା, ଅଥଚ ମୁଖ୍ୟମନ୍ତ୍ରୀ ରହିଲେ ନାହିଁ କେମିତି, ସେ ନେଇ ପ୍ରଶ୍ନ ଉଠିଛି ।
ବିଧାନସଭାରେ କୌଣସି ବଡ଼ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଭାଗ ନେବା ଏକ ପରମ୍ପରା । ଏହାର ଗୃହର ଗରିମା ବୃଦ୍ଧି କରିଥାଏ ।

Leave A Reply

Your email address will not be published.