ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ପ୍ରଦୀପ୍ତ-କ୍ରିଷନ୍-ବଲଵନ୍ତଙ୍କୁ ନଜର

0

ବାରଣାସୀ ଭଳି ହେବ ପୁରୀ ସହର
ମାଷ୍ଟର ପ୍ଲାନ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର: ପଞ୍ଚଦଶ ଅର୍ଥ କମିସନ ପାଖାପାଖି ୨୦୦ କୋଟି ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ନାଲକୋ କର୍ତୃପକ୍ଷ ସୂଚାଇଛନ୍ତି ସେମାନେ ୬୦ କୋଟି ଟଙ୍କା ଦେବେ। ଏଥିରେ ୪୨ ଏକର ବିଶିଷ୍ଟ ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ପ୍ରମୋଦ ଉଦ୍ୟାନରେ ପରିଣତ କରାଯିବ। ବହୁତଳ ପ୍ରାସାଦ ପାର୍କିଂର ବି ନିର୍ମାଣ ହେବ।

ଶ୍ରୀଜଗନ୍ନାଥ ମନ୍ଦିର ଉନ୍ନତିକରଣ ସହିତ ପୁରୀକୁ ଐତିହ୍ୟ ସହରରେ ପରିଣତ କରିବା ଲାଗି ସରକାରୀସ୍ତରରେ ଏଭଳି ଖସଡା ପ୍ରସ୍ତୁତି ଚାଲିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳିରେ ପୁରୀ ସହରର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି। ଫନି ବିପର୍ଯ୍ୟୟ ଦେଖି ଫେରିବା ପରେ ଅତ୍ୟନ୍ତ ଭାବୁକ ହୋଇଯାଇଥିଲେ। ଏହାକୁ ବିଶ୍ବସ୍ତରୀୟ କ୍ଷେତ୍ରରେ ପରିଣତ କରିବା ଲାଗି ସେ ତତ୍କାଳ ପ୍ରତିକ୍ରିୟା ରଖିଥିଲେ। ଏବେ ପୁରୀକୁ ସଜାଡିବା ଲାଗି ସ୍ଥିର ହୋଇଛି।

ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ପୁରୀ ପିକେଡିଏ ଦାୟିତ୍ବ ନବୀନ ଯୁବ ଆଇଏଏସ୍ ଅଫିସର ଡାକ୍ତର କ୍ରିଷନ୍ କୁମାରଙ୍କୁ ଦେଇଛନ୍ତି। ସେ ଏହି ପଦବିରେ ରହି ପୁରୀ ସଜାଡିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦବି ଯଦିଓ କମିସନର ପାହ୍ୟାର ଓ ବର୍ତମାନର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ଉନ୍ନୀତି ହୋଇସାରିଲେଣି, ତଥାପି ସେ ଏହି ଦାୟିତ୍ବରେ ରହିବେ। ରାଜନୈତିକ ପ୍ରଭାବରୁ ପୁରୀକୁ ମୁକ୍ତ କରି ସେଠାରେ ବିକାଶର ଚିତ୍ର ଆଙ୍କିବା ଲାଗି ମୁଖ୍ୟମନ୍ତ୍ରୀ ସ୍ଥିର କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ବାରଣାସି ଢାଞ୍ଚାରେ ନବୀନ ପୁରୀ ସହରର ବିକାଶ କରିବେ। ନିକଟରେ ଡ. କ୍ରିଷନ୍ କୁମାର ଓ ପୁରୀ ଜିଲ୍ଲାପାଳ ବଲଵନ୍ତ ସିଂହ ଉଭୟ ବାରଣାସୀ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏ ସଂକ୍ରାନ୍ତ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ ଚାଲିଛି। ଖୁବ୍ ଶୀଘ୍ର ନବୀନ ଏ ସଂକ୍ରାନ୍ତ ନିଷ୍ପତ୍ତି ଶୁଣାଇବେ।

Leave A Reply

Your email address will not be published.