ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଶୁଭେଚ୍ଛା ଜଣାଇ ଚାଲିଗଲେ ସୁଷମା

0

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ବରାଜଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ହୋଇଥିଲା। ଆଜି ରାତିରେ ହଠାତ ସେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ଏମସରେ ଭର୍ତ୍ତି କରାଯାଇଥିଲା। ସନ୍ଧ୍ୟାରେ ସେ କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ ଜଣାଇ ଟ୍ୱିଟ କରିଥିଲେ। ଏହା ତାଙ୍କର ଶେଷ ଟ୍ୱିଟ ଥିଲା । ଅସୁସ୍ଥତା କାରଣରୁ ସେ ନିର୍ବାଚନରୁ ଓହରିଯାଇଥିଲେ। ଗତ ସରକାର ସମୟରେ ସେ ବୈଦେଶିକ ମନ୍ତ୍ରୀ ଥିଲେ। ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିବା ସୁଷମା ଭାଷଣ ଓ ବିତର୍କ ପାଇଁ ଚର୍ଚ୍ଚାରେ ଥାନ୍ତି।

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ଆଜି ରାତିରେ ହଠାତ୍‍ ସୁଷମା ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏମ୍‍ସରେ ଭର୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ । ଗତ ସରକାର ସମୟରେ ସେ ବୈଦେଶିକ ମନ୍ତ୍ରୀ ଥିବା ବେଳେ ହଠାତ୍‍ କିଡନି ଖରାପ କାରଣରୁ ଅସୁସ୍ଥ ହୋଇପଡିଥିଲେ । ଏଥର କିନ୍ତୁ ସେ ନିର୍ବଚନ ଲଢିନଥିଲେ ।

ସବୁଠାରୁ ବଡ କଥା ହେଉଛି, ଆଜି ସନ୍ଧ୍ୟାରେ ଶେଷ ଟ୍ୱିଟ୍‍ କରିଛନ୍ତି ସୁଷମା । ଏଥିରେ କଶ୍ମୀର ସଫଳତା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । କହିଥିଲେ ଯେ ଏହି ଦିନକୁ ହିଁ ସେ ଅପେକ୍ଷା କରିଥିଲେ । ସୁଷମାଙ୍କ ଏହି ଟ୍ୱିଟ୍‍ ଆଜି ସମଗ୍ର ଦେଶକୁ ଅଧିକ ଶୋକାତୁର କରିଦେଇଛନ୍ତି । ଏକଦା ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିବା ସୁଷମା ଜଣେ ନିର୍ବିବାଦୀୟ ନେତ୍ରୀ ଭାବେ ଜଣାଶୁଣା । ଜଣେ ସୁଦକ୍ଷ ବକ୍ତା ଭାବେ ଜଣାଶୁଣା ସୁଷମାଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହା ମୋ ପାଇଁ ସବୁଠାରୁ ବଡ କ୍ଷତି ।

Leave A Reply

Your email address will not be published.