ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଶୁଭେଚ୍ଛା ଜଣାଇ ଚାଲିଗଲେ ସୁଷମା

0

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ବରାଜଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ହୋଇଥିଲା। ଆଜି ରାତିରେ ହଠାତ ସେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ଏମସରେ ଭର୍ତ୍ତି କରାଯାଇଥିଲା। ସନ୍ଧ୍ୟାରେ ସେ କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ ଜଣାଇ ଟ୍ୱିଟ କରିଥିଲେ। ଏହା ତାଙ୍କର ଶେଷ ଟ୍ୱିଟ ଥିଲା । ଅସୁସ୍ଥତା କାରଣରୁ ସେ ନିର୍ବାଚନରୁ ଓହରିଯାଇଥିଲେ। ଗତ ସରକାର ସମୟରେ ସେ ବୈଦେଶିକ ମନ୍ତ୍ରୀ ଥିଲେ। ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିବା ସୁଷମା ଭାଷଣ ଓ ବିତର୍କ ପାଇଁ ଚର୍ଚ୍ଚାରେ ଥାନ୍ତି।

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ଆଜି ରାତିରେ ହଠାତ୍‍ ସୁଷମା ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏମ୍‍ସରେ ଭର୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ । ଗତ ସରକାର ସମୟରେ ସେ ବୈଦେଶିକ ମନ୍ତ୍ରୀ ଥିବା ବେଳେ ହଠାତ୍‍ କିଡନି ଖରାପ କାରଣରୁ ଅସୁସ୍ଥ ହୋଇପଡିଥିଲେ । ଏଥର କିନ୍ତୁ ସେ ନିର୍ବଚନ ଲଢିନଥିଲେ ।

ସବୁଠାରୁ ବଡ କଥା ହେଉଛି, ଆଜି ସନ୍ଧ୍ୟାରେ ଶେଷ ଟ୍ୱିଟ୍‍ କରିଛନ୍ତି ସୁଷମା । ଏଥିରେ କଶ୍ମୀର ସଫଳତା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । କହିଥିଲେ ଯେ ଏହି ଦିନକୁ ହିଁ ସେ ଅପେକ୍ଷା କରିଥିଲେ । ସୁଷମାଙ୍କ ଏହି ଟ୍ୱିଟ୍‍ ଆଜି ସମଗ୍ର ଦେଶକୁ ଅଧିକ ଶୋକାତୁର କରିଦେଇଛନ୍ତି । ଏକଦା ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିବା ସୁଷମା ଜଣେ ନିର୍ବିବାଦୀୟ ନେତ୍ରୀ ଭାବେ ଜଣାଶୁଣା । ଜଣେ ସୁଦକ୍ଷ ବକ୍ତା ଭାବେ ଜଣାଶୁଣା ସୁଷମାଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହା ମୋ ପାଇଁ ସବୁଠାରୁ ବଡ କ୍ଷତି ।

Leave A Reply

Your email address will not be published.