ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି ଗୋଟେ ବଡ଼ ନିଷ୍ପତ୍ତି ନେଇଛନ୍ତି। ସ୍ୱାଧୀନତା ଦିବସ ପୂର୍ବରୁ ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରେଷ୍ଠ ସମ୍ମାନ ଦେବା ଲାଗି ଉଦ୍ୟମ ହୋଇଛି। ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କ ଭଳି ଏଣିକି ସ୍ବାଧୀନତା ସଂଗ୍ରାମୀଙ୍କୁ ମାନ୍ୟବର ସମ୍ବୋଧନ କରାଯିବ। ସେହିଭଳି ମୁଖ୍ୟମନ୍ତ୍ରୀ ଆଜି ଅନ୍ୟ ଏକ ବଡ଼ ନିଷ୍ପତ୍ତି କ୍ରମରେ ଗାର୍ଡ ଅଫ ଅନର ଦିଆଯିବା ଵ୍ୟଵସ୍ଥା ଉଛେଦ କରିଛନ୍ତି। ଏହା ସହ ହାଉସ ଗାର୍ଡ ବ୍ୟବସ୍ଥା ବି। କେବଳ ସ୍ୱାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ ଭଳି ଦିନରେ ଏହା ଦିଆଯିବ। ତେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ପ୍ରମୁଖଙ୍କ ଲାଗି ଏ ବ୍ୟବସ୍ଥା ପୂର୍ବଭଳି ରହିବ। ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ନାଲିବତୀ କାଢ଼ିବା ବେଳେ ବ ପ୍ରଥମେ ଏଭଳି ନିଷ୍ପତ୍ତି ନେଇଥିଲେ।
ପ୍ରମୁଖ ଖବର
ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ
ଡିସିପି ଅଫିସରେ ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗନ୍ନାଥ ପ୍ରଧାନ
ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
ସ୍କୁଲ ଗ୍ରେଡିଂ ସିଷ୍ଟମ: ଜାତୀୟ ସ୍ତରରେ ୫ମ ସ୍ଥାନରେ ଓଡ଼ିଶା
ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ଵସ୍ତି
ଆସନ୍ତା ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
କଟକ: ଡ୍ୟୁଟି ସାରି ଫେରିବା ବେଳେ ମହିଳା ହୋମ୍ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍