ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପୁଣି ଉଦାହରଣ ସୃଷ୍ଟି କଲେ ନବୀନ

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି ଗୋଟେ ବଡ଼ ନିଷ୍ପତ୍ତି ନେଇଛନ୍ତି। ସ୍ୱାଧୀନତା ଦିବସ ପୂର୍ବରୁ ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରେଷ୍ଠ ସମ୍ମାନ ଦେବା ଲାଗି ଉଦ୍ୟମ ହୋଇଛି। ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କ ଭଳି ଏଣିକି ସ୍ବାଧୀନତା ସଂଗ୍ରାମୀଙ୍କୁ ମାନ୍ୟବର ସମ୍ବୋଧନ କରାଯିବ। ସେହିଭଳି ମୁଖ୍ୟମନ୍ତ୍ରୀ ଆଜି ଅନ୍ୟ ଏକ ବଡ଼ ନିଷ୍ପତ୍ତି କ୍ରମରେ ଗାର୍ଡ ଅଫ ଅନର ଦିଆଯିବା ଵ୍ୟଵସ୍ଥା ଉଛେଦ କରିଛନ୍ତି। ଏହା ସହ ହାଉସ ଗାର୍ଡ ବ୍ୟବସ୍ଥା ବି। କେବଳ ସ୍ୱାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ ଭଳି ଦିନରେ ଏହା ଦିଆଯିବ। ତେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ପ୍ରମୁଖଙ୍କ ଲାଗି ଏ ବ୍ୟବସ୍ଥା ପୂର୍ବଭଳି ରହିବ। ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ନାଲିବତୀ କାଢ଼ିବା ବେଳେ ବ ପ୍ରଥମେ ଏଭଳି ନିଷ୍ପତ୍ତି ନେଇଥିଲେ।

Leave A Reply

Your email address will not be published.