ବିନିଯୋଗ ହେବ ୨ଲକ୍ଷ କୋଟି, ନିଯୁକ୍ତି ପାଇବେ ୨୭ ହଜାର ୬୪୫
ଭୁବନେଶ୍ୱର: ରାଜ୍ୟରେ ୫ ଗୋଟି ପୁଞ୍ଜିନିବେଶକାରୀ ସଂସ୍ଥା ଦ୍ୱାରା ଆଗତ ହୋଇଥିବା ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ବିଂଶତମ ଉଚ୍ଚକ୍ଷମତାସଂପନ୍ନ କମିଟି ବୈଠକରେ ଅନୁମୋଦନ କରିଛନ୍ତି । ନୂତନ ଭାବେ ଉଦ୍ଘାଟିତ ହୋଇଥିବା ଖାରବେଳ ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ କ୍ଷମତାସଂପନ୍ନ କମିଟି ଏହି ପ୍ରକଳ୍ପ ସବୁକୁ
ଅନୁମୋଦନ କରିଥିଲେ। ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା ଆଗତ ହୋଇଥିବା ପ୍ରକଳ୍ପଗୁଡ଼ିକ କମିଟିରେ ଉପସ୍ଥାପନ କରିଥିଲେ।
ଅନୁମୋଦନ ହୋଇଥିବା ସମସ୍ତ ପ୍ରକଳ୍ପରେ ୨୭,୬୪୫ ଜଣ ବ୍ୟକ୍ତି କର୍ମନିଯୁକ୍ତିର ସୁଯୋଗ ପାଇପାରିବେ। ବିଶେଷ କରି ଏଥିରେ ରସାୟନ, ପେଟ୍ରୋଲିୟମ୍ ଏବଂ ମେଟାଲ୍ ଡାଉନ୍ଷ୍ଟ୍ରିମ୍ ପ୍ରକଳ୍ପଗୁଡ଼ିକ ରହିଛି ।
ମେସର୍ସ ଜିନ୍ଦଲ(ଇଣ୍ଡିଆ) ଲିମିଟେଡ୍ ଦ୍ୱାରା କୋଲï ରୋଲିଂ କମ୍ପ୍ଲେକ୍ସ ଯାହାକି ବାର୍ଷିକ ୦.୫୦ ମେଟ୍ରିକ୍ ଟନ୍ ଏବଂ ଯାଜପୁର ଜିଲ୍ଲାର କଳିଙ୍ଗ ନଗରଠାରେ ଷ୍ଟିଲ୍ ପ୍ରୋସେସିଂ ପ୍ଲାଣ୍ଟ ଦ୍ୱୟରେ ସମୁଦାୟ ୧,୬୭୬ କୋଟି ଟଙ୍କା ବିନିଯୋଗ ହେବ। ଏଗୁଡ଼ିକରେ ସମୁଦାୟ ୧,୩୦୦ ଜଣ କର୍ମନିଯୁକ୍ତି ପାଇପାରିବେ। ଅନୁଗୋଳ ଜିଲ୍ଲାର ତାଳଚେରଠାରେ ତାଳଚେର ଫର୍ଟିଲାଇଜର ଲିମିଟେଡ୍ରେ ୧୪,୭୩୨ କୋଟି ବିନିଯୋଗ ହୋଇ ବାର୍ଷିକ ୧.୯୯ ମିଲିୟନ୍ ମେଟ୍ରିକ୍ ଟନ୍ ୟୁରିୟା ଫର୍ଟିଲାଇଜର ଉତ୍ପାଦନ କ୍ଷମତା ରହିବ ଏବଂଏଥିରେ ୫୫୦ ଜଣ କର୍ମନିଯୁକ୍ତି ପାଇପାରିବେ ।
ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖାଠାରେ ୭୮,୨୨୫ କୋଟି ଟଙ୍କା ବିନିଯୋଗରେ ମେସର୍ସ ହଳଦିଆ ପେଟ୍ରୋକେମିକାଲ ଲିମିଟେଡ୍ ଯେଉଁ ପ୍ରକଳ୍ପ ସ୍ଥାପନ କରିବ, ଏହାଦ୍ବାରା ୧୦ ହଜାର ଜଣ ନିଯୁକ୍ତି ପାଇପାରିବେ।
ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ୧,୦୦,୩୦୦ କୋଟି ଟଙ୍କା ବିନିଯୋଗ ହୋଇ ଆଇଓସିଏଲ୍ ଦ୍ୱାରା ରହିଥିବା ବାର୍ଷିକ ୧୫ ମିଲିୟନ୍ ମେଟି୍ରକ୍ ଟନ୍କୁ ବୃଦ୍ଧି କରାଯାଇ ବାର୍ଷିକ ୨୫ ମିଲିୟନ୍ ମେଟ୍ରିକ୍ ଟନ୍ କ୍ଷମତା ରହିତ ପେଟ୍ରୋ କେମିକାଲ୍ କମ୍ପ୍ଲେକ୍ସରେ ଦୁଇଗୋଟି ଫିଡ୍ କ୍ରୋକର୍, ନାପ୍ଥା କ୍ରାକର ଓ ପେଟ୍ କୋକ୍ ଗ୍ୟାସିଫିକେସନ୍ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏଥିରେ ପାଖାପାଖି ୧୨,୫୯୫ ଜଣ କର୍ମନିଯୁକ୍ତି ପାଇପାରିବେ ।
ପାରାଦୀପଠାରେ ରହିଥିବା ଆଇଓସିଏଲ୍ର ରିଫାଇନାରୀ କମ୍ପ୍ଲେକ୍ସରେ ୯,୧୩୯ କୋଟି ବିନିଯୋଗ ହୋଇ ବାର୍ଷିକ ୧.୨ ମିଲିୟନ୍ ମେଟ୍ରିକ୍ ଟନ୍ କ୍ଷମତା ବୃଦ୍ଧି ହେବ ଏବଂ ଏଥିରେ ୩,୨୦୦ ଜଣ କର୍ମନିଯୁକ୍ତି ପାଇପାରିବେ। ପେଟ୍ରୋକେମିକାଲ ହବ୍, ପ୍ରୋପେଲିଂ ଗ୍ରୋଥ୍ ଅଫ୍ ଡାଉନ୍ଷ୍ଟି୍ରମ୍ ପେଟ୍ରୋକେମିକାଲ ୟୁନିଟ୍ଗୁଡ଼ିକର ଅଭିବୃଦ୍ଧି କରିବା ସହିତ ପୂର୍ବ ଭାରତରେ ଓଡ଼ିଶାକୁ ଏକ ପ୍ରମୁଖ ଶକ୍ତି ସମୃଦ୍ଧ ରାଜ୍ୟ ଭାବେ ପରିଗଣିତ କରିବ। ସମସ୍ତ ପ୍ରକଳ୍ପଗୁଡ଼ିକ ବନ୍ଦରଭିତ୍ତିକ ହୋଇଥିବାରୁ ଏହା ରାଜ୍ୟର ଆମଦାନୀ ଓ ରପ୍ତାନୀ କ୍ଷେତ୍ରକୁ ସୁଦୃଢ଼ କରିପାରିବ।
ପ୍ରମୁଖ ଖବର
ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍ପିଜି ଟ୍ୟାଙ୍କର୍