ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ସବୁ ଶ୍ରେୟ ନିଜେ ନେଉଥିଲେ, ଏବେ ବଦଳିଲେ ନବୀନ

0

ଟିମ୍‍ଵାର୍କକୁ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ, ଖୋଲା ସଭାରେ ମନ କଥା ଖୋଲି କହିଲେ
ସରକାରର ସଫଳତା ପଛରେ ମନ୍ତ୍ରୀ, ବିଧାୟକ ଓ ବାବୁଙ୍କ ମିଳିତ ଉଦ୍ୟମ ରହିଛି

ଭୁବନେଶ୍ୱର: ଗତ ୨୦ବର୍ଷର ସରକାରୀ ଆଭିମୁଖ୍ୟରେ ବଡ଼ ପରିବର୍ତନ ଘଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଟିମ୍‍ ଵାର୍କ କଥା ସଙ୍କେତ ଦେଇଛନ୍ତି । ସରକାରର ସଫଳତା ପଛରେ ମନ୍ତ୍ରୀ, ବିଧାୟକ ଓ ଅଫିସରଙ୍କ ଭୂମିକାକୁ ଖୋଲାଖୋଲି କହିଛନ୍ତି । ନବୀନଙ୍କର ଏଭଳି ସଙ୍କେତ ରାଜ୍ୟ ରାଜନୀତି ପାଇଁ ବାର୍ତା ବଡ଼ ବାର୍ତା ରଖୁଛି । ପର୍ଯ୍ୟବେକ୍ଷକ ମହଲ ଏହାକୁ ନେଇ ତର୍ଜମା ଆରମ୍ଭ କରିଦେଲେଣି । ଏହାର ପ୍ରଭାବ ପ୍ରଶାସନ ଓ ସରକାର ଉପରେ କିଭଳି ରହିବ, ତାକୁ ନେଇ ବି ଅଙ୍କକଷା ଚାଲିଛି ।

କାରଣ, ଆଜିଯାଏ ରାଜ୍ୟ ସରକାରରେ ଯେତେବେଳେ ଯାହା ହେଉଥିଲା, ତାର ଶ୍ରେୟ ଏକା ମୁଖ୍ୟମନ୍ତ୍ରୀଙ୍କୁ ଯାଉଥିଲା । ଦଳ ବାରମ୍ୱାର ନିର୍ବାଚନ ଜିତୁ କି ସରକାରରେ କୌଣସି ପ୍ରକଳ୍ପ ପ୍ରତିଷ୍ଠା ହେଉ । ନେତା, ମନ୍ତ୍ରୀ, ବାବୁ, ଦଳୀୟ କର୍ମୀଙ୍କ ଯାଏ ସମସ୍ତେ ସବୁ ବେଳେ ସବୁ ଶ୍ରେୟ ଅଯାଚିତ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଉଥିଲେ । ଏ ନେଇ ମୁଖ୍ୟମନ୍ତ୍ରୀ କେବେ ବି ଆପତ୍ତି ଉଠାଇନାହାନ୍ତି । ଆଉ ସବୁର ଉର୍ଧ୍ୱରେ ସେ, ଏମିିତି ଏକ ବାତାବରଣ ତିଆରି ପାଇଁ ଏହା ଖୋରାକ ଯୋଗାଇଥିଲା । ସରକାର ବା ଦଳରେ ଭୁଲ କାମ ପାଇଁ ଅନ୍ୟମାନେ ଦଣ୍ଡିତ ହେଉଥିଲେ, ଅଥଚ ସଫଳତାରେ ସେମାନଙ୍କୁ କେବେ କେହି ସ୍ୱୀକୃତି ଦେଇନାହିିଁ । ଏହାଦ୍ୱାରା କିଛି ହେଉ କି ନ ହେଉ, ଶରୀର ତ ବିଜେଡି ବା ସରକାରରେ ଥିଲା, ଅଧିକାଂଶ ନେତା ଓ ମନ୍ତ୍ରୀଙ୍କ ମନ କିନ୍ତୁ ଆଉ କେଉଁଠି ବୁଲୁଥିଲା । ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ସରକାର ଓ ବିଜେଡି ଏଥିପାଇଁ ଅନେକ କ୍ଷତି ସହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ କେହି ଏକଥା କହୁ ବା ସେ ନିଜେ ଅନୁଭବ କରିଛନ୍ତି, ତାହା ଜାଣିବା ମୁସ୍କିଲ । କିନ୍ତୁ ସରକାର ଓ ଦଳରେ ଟିମ୍‍ ଵାର୍କ ସଙ୍କେତ ଦେଇ ନବୀନ ଜାତୀୟ ରାଜନୀତିକୁ ଭିନ୍ନ ବାର୍ତା ଦେଇଛନ୍ତି । ଦେଶରେ ମୁଁ କୁ ନେଇ ରାଜନୀତି ଚାଲିଥିବା ବେଳେ ଓଡ଼ିଶାର ଶାସନରୁ ଆସୁଥିବା ଏହି ପରିବର୍ତନର ଗନ୍ଧର ବଡ଼ ପ୍ରଭାବ ପଡିବ ବୋଲି କୁହାଯାଉଛି ।

ଗତକାଲି ଏକ ଇଂରାଜି ଗଣମାଧ୍ୟମର ସାହିତ୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ତାଙ୍କର ସଫଳତା ସଂପର୍କରେ କହିବା ବେଳେ ଶ୍ରେୟ ବାଣ୍ଟିଥିଲେ । ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ଏବେ ନବୀନ ଯାହା କହିଲେ, ତାକୁ ଆଚରଣରେ ପ୍ରଦର୍ଶନ କରିବା ଦରକାର । ତେବେ ଲୋକସେବା ଭବନରେ ମନ୍ତ୍ରୀଙ୍କ ଗୁରୁତ୍ୱ ବଢିବ, ବିଧାନସଭାରେ ବିଧାୟକଙ୍କର । ପ୍ରଶାସନରେ ସବୁ ବିଭାଗର ସଚିବ ଯେଭଳି ଗୁରୁତ୍ୱ ପାଇବେ, ନିର୍ଦେଶକ, କର୍ମଚାରୀଙ୍କୁ ବି ସମ ପରିମାଣରେ ସ୍ୱୀକୃତି ମିଳିବ । ଜିଲ୍ଲାପାଳ ଜିଲ୍ଲାରେ ସର୍ବେସର୍ବା ହୋଇପାରନ୍ତି, କିନ୍ତୁ ଗାଁର ଶିକ୍ଷକର ଅବଦାନ ବି ଜାତି ଗଢିବାରେ କମ୍‍ ନାହିଁ । କୃଷି ଅଧିକାରୀମାନେ ପରିସଂଖ୍ୟାନ ଓ ତଥ୍ୟର ଯାଦୁରେ ନିଜର ପାଣ୍ଡିତ୍ୟ ପ୍ରଦର୍ଶନ କରିପାରନ୍ତି, କିନ୍ତୁ ଚାଷୀର ଅନୁଭବକୁ ବି ସମ୍ମାନ ମିଳିବା ଦରକାର । ଏହା ହେଲେ ଯାଇ ନୂଆ ଓଡ଼ିଶା ଗଠନ ହୋଇପାରିବ ବୋଲି ଏହି ମହଲ ମତ ରଖୁଛନ୍ତି ।

Leave A Reply

Your email address will not be published.