ପ୍ରମୁଖ ଖବର

ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଘରେ ଆଇଟି ରେଡ
ଅମରନାଥକୁ ହେଲିକପ୍ଟର ସେବା ବନ୍ଦ, ନୋ-ଫ୍ଲାଇଂ ଜୋନ୍ ଘୋଷଣା
୫୩ ଲକ୍ଷ ଟଙ୍କା ହଡ଼ପ କରି ଗିରଫ ହେଲେ ପୂର୍ବତନ ପିଇଓ
ଯାଜପୁରରେ ୨୪ ଓ ଭଦ୍ରକରେ ୨୧ ପର୍ଯ୍ୟନ୍ତ ସ୍କୁଲ ଛୁଟି
କାଲି ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱରର ସବୁ ସରକାରୀ ଅଫିସ ଛୁଟି

ରାଉରକେଲାରେ ଭତ୍ତା ଟଙ୍କା ଲୁଟ, କୋଣାର୍କରେ ଆଇଆଇସିଙ୍କୁ ସେଲ୍‍ଫି ମହଙ୍ଗା

0

ଭୁବନେଶ୍ୱର:ରାଉରକେଲା କୁଆଁରମୁଣ୍ଡା ପଞ୍ଚାୟତ ଆଗରୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତ ପାଖାପାଖି ୧୧ଲକ୍ଷ ୩୫ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି। ୩ ଟି ବାଇକରେ ୪ ଜଣ ଜଣ ଦୁର୍ବୃତ୍ତ ଆସି ସକାଳ ୭ଟା ୪୫ ମିନିଟରେ ଏଭଳି ଅଭାବନୀୟ କାଣ୍ଡ ଘଟାଇଛନ୍ତି । ଭତ୍ତା ଟଙ୍କା ନେଇ ଯାଉଥିବା ବେଳେ ଦୁର୍ବୃତ୍ତମାନେ ବନ୍ଧୁକ ଲଗାଇ ଏହି ଅର୍ଥ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ କ୍ୟାସ ଭ୍ୟାନ ଡ୍ରାଇଭରଙ୍କୁ ଆକ୍ରମଣ କରିଥିବା ଖବର ମିଳିଛି । ସ୍ଥାନୀୟ ପୁଲିସ ଏହି ଘଟଣାରେ ତନାଘନା ଚଳାଇଛି ।
ଆଜି ସକାଳେ ସେଠାରେ ଭତ୍ତା ଟଙ୍କା ବଣ୍ଟନ ହୋଇଥାନ୍ତା । ଏକ ବଲେରୋ ଗାଡିରେ ଟଙ୍କ ଆସିବା ମାତ୍ରେ ଦୁର୍ବୃତ୍ତମାନେ ଗାଡିକୁ ଘେରିଯାଇଥିଲେ । ଡ୍ରାଇଭରକୁ ବନ୍ଧୁକରେ ଆକ୍ରମଣ କରିଥିଲେଓ ଗାଡିକୁ ଘେରିଯାଇଥିଲେ । ପରେ ସେମାନେ ବନ୍ଧୁକରେ ମାଡ ମାରିଥିଲେ ଓ ଟଙ୍କା ନେଇଯାଇଥିଲେ । ପ୍ରତି ମାସ ୧୫ ତାରିଖରେ ଭତ୍ତା ଟଙ୍କା ଆସୁଥିବା କାରଣରୁ ଦୃର୍ବୃତ୍ତ ଆଗୁଆ ଏଥିପାଇଁ ଯୋଜନା କରିଥିବା କୁହାଯାଉଛି ।
ସେହିଭଳି ଅଭିଯୁକ୍ତ ସହିତ ସେଲଫି ଫଟୋ ଉଠାଇ ପୁରୀ ଜିଲ୍ଲା କୋଣାର୍କ ଅନ୍ତର୍ଗତ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡା ଅକଳରେ ପଡିଛନ୍ତି । ତାଙ୍କ ଫଟୋ ଗତକାଲି ସୋସିଆଲ ମିଡିଆରେ ଭାଇରାଲ୍‍ ହୋଇଥିଲା । ଅଭିଯୁକ୍ତକୁ ଥାନାକୁ ନେବା ବେଳେ ସେ ସେଲ୍‍ଫି ନେଇଥିବା ଅଭିଯୋଗ ହୋଇଥିଲା । ପୁରୀ ଏସପି ଏହି ଘଟଣା ଅନୁଧ୍ୟାନ କରିବେ ବୋଲି କହିଥିଲେ । ଆଜି ଗଣମାଧ୍ୟମରେ ଏହି ଖବର ପ୍ରକାଶ ପରେ ଏସପି ଉମାଶଙ୍କର ଦାସ ସଂପୃକ୍ତ ଥାନାଧିକାରୀଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଥିବା ସୂଚନା ମିଳିଛି ।
ବିନିକାରୁ ୨ ଦିନ ତଳେ ନିଖୋଜ ହୋଇଥିବା ଯୁବକ ତରଣୀସେନ ମହଲାଙ୍କ ମୋଟର ସାଇକେଲ୍‍କୁ ଉଦ୍ଧାର କରାଯାଇଛି । ଡୁଙ୍ଗୁରୁପାଲି ଢାବା ନିକଟରୁ ଏହିବାଇକ୍‍ ମିଳିଥିବା ସୂଚନା ମିଳିଛି । ସଂପୃକ୍ତ ଯୁବକ ଜଣେ ବିଜେପି କର୍ମୀ । ତାଙ୍କ ଅପହରଣ ନେଇ ପରିବାର ଲୋକେ ଗାCସିଲାଟ୍‍ ଥାନାରେ ଅଭିଯୋଗ କରିଥିଲେ । ତେବେ ତରଣୀସେନ କୁଆଡେ ଗଲେ ସେ ନେଇ କେହି କିଛି ଖୋଜ ଖବର ପାଉନାହାନ୍ତି ।

Leave A Reply

Your email address will not be published.