ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଉର୍ମିଳା ବି କରୁଥିଲେ ସାଧନା, କାହିଁକି ଜାଣନ୍ତୁ

0

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ଅାଶାରେ ୧୯୯୨ରୁ ଅନ୍ନ ସ୍ପର୍ଶ କରିନାହାନ୍ତି ଉର୍ମିଳା ଚତୁର୍ବେଦୀ । ସେ ରାମ ମନ୍ଦିର ନିର୍ମାଣ ଲାଗି ଅନନ୍ୟ ଉତ୍ସାହ ଦେଖାଇଛନ୍ତି । ୮୭ ବର୍ଷୀୟ ଏହି ମହିଳା ଜଣକ ଦୀର୍ଘ ୨୭ ବର୍ଷ ଧରି ଉପବାସ କରି ଆସୁଛନ୍ତି । ରାମ ମନ୍ଦିର ନିର୍ମାଣ ହେଲେ ସେ ଉପବାସ ଛାଡିବା ସହିତ ବ୍ରତ ଭାଙ୍ଗିବେ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦେଖିବା ଏହି ଉପବାସ ପଛର ଏକମାତ୍ର ଲକ୍ଷ୍ୟ ଥିଲା ।

ଅଯୋଧ୍ୟାରେ ମନ୍ଦିର ନିର୍ମାଣ ହେବା ପରେ ସେଠାକୁ ଯାଇ ରାମଲାଲଙ୍କୁ ଦର୍ଶନ କରିବା ପରେ ନିଜ ଉପବାସ ଭାଙ୍ଗିବେ ବୋଲି କହିଛନ୍ତିଉର୍ମିଳା । ଦୀର୍ଘ ୨୭ ବର୍ଷ କାଳ କେବଳ ଚା ଓ କଦଳୀ ଖାଇ ସେ ବଞ୍ଚିଥିଲେ । ଜବଲପୁରର ବିଜୟ ନଗର ଅଞ୍ଚଳରେ ରହୁଥିବା ଉର୍ମିଳା କହିଛନ୍ତି, ୧୯୯୨ମସିହାରେ ରାମ ମନ୍ଦିର ନିର୍ମାଣକୁ ନେଇ ଦେଖାଦେଇଥିବା ଦଙ୍ଗାରେ ଉଭୟ ହିନ୍ଦୁ ଓ ମୁସଲିମ ଭାଇମାନେ ପରସ୍ପରର ରକ୍ତରେ ହୋଲି ଖେଳିଥିଲେ । ଏହା ତାଙ୍କୁ ଅତ୍ୟନ୍ତ କଷ୍ଟ ଦେଇଥିଲା । ସେହିଦିନ ହିଁ ସଂକଳ୍ପ ନେଇଥିଲେ ଭାଇଚାରା ସହ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଲେ ଯାଇ ସେ ଅନ୍ନ ସ୍ପର୍ଶ କରିବେ । ଏହାରି ମଧ୍ୟରେ ଅଦାଲତରେ ମାମଲା ଚାଲୁ ରହିଥିଲା । ଶନିବାରର ଶୁଣାଣି ପରେ ଉର୍ମିଳା ଖୁସିରେ ଅାତ୍ମହରା ହୋଇ ପ୍ରଭୁ ଶ୍ରୀରାମଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ ।

Leave A Reply

Your email address will not be published.