ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ବିଚାରପତିଙ୍କ ଜନ୍ମ ପୁର୍ବରୁ ମାମଲା ରୁଜୁ ହୋଇଥିଲା, କେମିତି ଜାଣନ୍ତୁ

0

ନୂଆଦିଲ୍ଲୀ: ସେଦିନ ଥିଲା ୧୯୫୦ ମସିହା ଜାନୁଆରୀ1୧୬ ତାରିଖ। ଆଜିର ବହୁ ଚର୍ଚ୍ଚିତ ପ୍ରସଙ୍ଗ ଆଯୋଧ୍ୟା ମାମଲାରେ ପ୍ରଥମ ମାମଲା ହୋଇଥିଲା ଅଦାଲତରେ। କୌତୁହଳର କଥା ହେଲା ଆଜି ଦିନରେ ଏହି ମାମଲା ଫଏସଲା ବାଟ କାଢ଼ିଥିବା ସର୍ବୋଚ୍ଚ ନ୍ୟାୟାଳୟର ପାଞ୍ଚ ଜଣ ଯାକ ବିଚାରପତି କେହି ବି ଜନ୍ମ ହୋଇନଥିଲେ। କେବଳ ସେତିକି ନୁହେଁ, ଏହି ପ୍ରସଙ୍ଗ ଯେତେବେଳେ ଅତି ବିବାଦୀୟ ମୋଡ ନେଲା ଅର୍ଥାତ ୧୯୯୨ ମସିହା ଡିସେମ୍ବର ୬ ତାରିଖରେ, ସେବେ ଏମାନଙ୍କ ମଧ୍ୟରୁ ଜଣେ କେହି ବି ବିଚାରପତି ଆସନ ଅଳଙ୍କୃତ କରିନଥିଲେ। ବରଂ ଅଦାଲତରେ ମାମଲା ଲଢୁଥିଲେ।

ଆଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ୱରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ତାଙ୍କର ରାୟ ଶୁଣାଇଛନ୍ତି। ଏହାକୁ ବିଭିନ୍ନ ମହଲ ପ୍ରଶଂସା କରିଛନ୍ତି। ସମଗ୍ର ଦେଶରେ କୌଣସି ସ୍ଥାନରେ ହିଂସା ଘଟିନାହିଁ ଓ ଅତି ବିବାଦୀୟ ଏହି ପ୍ରସଙ୍ଗର ସମାଧାନ ରାସ୍ତା ବାହାରିଛି। ଏହି ବିଚାର ପ୍ରକ୍ରିୟାରେ ବିଚାରପତି ଏ ଏସ ବୋବଡେ, ବିଚାରପତି ଡ଼ି ଚନ୍ଦ୍ରଚୁଡ଼, ବିଚାରପତି ଅଶୋକ ଭୂଷଣ ଓ ବିଚାରପତିଏସ ଅବଦୁଲ ନାଜିର ସାମିଲ ଥିଲେ। ଏମାନେ ସମସ୍ତେ ମାମଲା ରୁଜୁ ହେବାର ଦୀର୍ଘ ବର୍ଷ ପରେ ଜନ୍ମ ନେଇଛନ୍ତି। ସମସ୍ତ ପାଞ୍ଚ ଜଣ ଯାକ ବିଚାରପତି ୨୦୦୦ ମସିହା ପରେ ହାଇକୋର୍ଟରେ କାମ ଆରମ୍ଭ କରିଥିଲେ।

Leave A Reply

Your email address will not be published.