ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ରାଜଭବନରେ ଶପଥପାଠ କଣ ପ୍ରହସନ?

0

ଖୋଲା ଉଲ୍ଲଂଘନ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ
ଭ୍ରଷ୍ଟାଚାରକୁ ଇଙ୍ଗିତ କରୁଛି କାରନାମା, ଲୋକାୟୁକ୍ତ ଟାଣିପାରନ୍ତି
ମୁଖ୍ୟମନ୍ତ୍ରୀଙ୍କୁ ବଦନାମ ପାଇଁ ବଡ଼ ଧରଣର ଷଡ଼଼ଯନ୍ତ୍ର

ଭୁବନେଶ୍ୱର: ଦୁଇ ମହିଳାଙ୍କ ସହ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗକୁ ଚାପିଦେବା ଲାଗି ଯେତିକି ଉଦ୍ୟମ ହେଉଛି, ଏ ସଂପର୍କରେ ସେତିକି ଅଧିକ ରୋଚକ ତଥ୍ୟ ହସ୍ତଗତ ହେବାରେ ଲାଗିଛି । ସଂପୃକ୍ତ ମହିଳାଙ୍କୁ ନିଜର ସମ୍ପର୍କୀୟା ବୋଲି ଦର୍ଶାଇ ମନ୍ତ୍ରୀ ଖୋଦ୍‍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବିଭ୍ରାନ୍ତି ଜାଲରେ ଛନ୍ଦି ଦେଇଛନ୍ତି । ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏକ ବଡ଼ ପ୍ରଭାବଶାଳୀ ଗୋଷ୍ଠୀ ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ।

ହେଲେ ଯେଉଁ ପ୍ରସଙ୍ଗଟି ଏବେ ବୁଦ୍ଧିଜୀବୀ ମହଲକୁ ଆନ୍ଦୋଳିତ କରୁଛି, ତାହା ହେଉଛି, ମୁଖ୍ୟମନ୍ତ୍ରୀଙ୍କ ଚେହେରାରେ ଦାଗ ଲଗାଇବା ପାଇଁ ଏକ ବିଧିବଦ୍ଧ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି । ଅତୀତରେ ମନ୍ତ୍ରୀ ମନମୋହନ ସାମଲଙ୍କୁ ମୁଖ୍ୟମନ୍ତ୍ରୀ ଗୋଟିଏ ଝଟକାରେ ବିଦା କରିଥିଲେ । ତତ୍କାଳୀନ ବାଚସ୍ପତିଙ୍କ ବିରୋଧରେ ଅଭିଯୋଗ ଆସିଲା ବୋଲି ପ୍ରମାଣ ଅାଗରୁ ତାଙ୍କୁ ଇସ୍ତଫା ଦେବାର ବାଟ ଫିଟାଯାଇଥିଲା । ସବୁଠାରୁ ବଡ କଥା ହେଲା, ଯେଉଁ କଥାଟି ଏହି ପ୍ରସଙ୍ଗରେ ସବୁଠାରୁ ବିସ୍ମୟକର, ତାହା ହେଉଛି, ରାଜଭବନରେ ମନ୍ତ୍ରୀ ନେଇଥିବା ଶପଥର ଖୋଲା ଉଲ୍ଲଂଘନ ହୋଇଛି । କୌଣସି ସଂପର୍କୀୟ ପାଇଁ ବା କାହା କଥାରେ ପ୍ରଭାବିତ ନ ହେବା ଲାଗି ରାଜଭବନରେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ତଥା ରାଜ୍ୟପାଳ ସଂପୃକ୍ତ ମନ୍ତ୍ରୀଙ୍କୁ ଯେଉଁ ଶପଥ କରାଇଥିଲେ, ତାହାକୁ ସେ ପୋଡିଖାଇଛନ୍ତି । ମନ୍ତ୍ରୀଙ୍କ ବିରୋଧରେ ଏଯାଏ କାର୍ଯ୍ୟାନୁଷ୍ଠାନ ନ ହେବା, ସୂଚାଉଛି ଯେ ରାଜଭବନରେ ମନ୍ତ୍ରୀଙ୍କ ଶପଥ ପାଠ ଯେମିତି ମୂଲ୍ୟହୀନ ।

କେବଳ ସେତିକି ନୁହେଁ, ସଂପୃକ୍ତ ମହିଳାଙ୍କ ଠାରୁ ସଂପର୍କ ଲୁଚାଇବାକୁ ଯାଇ ଯେଉଁ ଗଳାବାଟ ତିଆରି କରାଯାଇଛି, ତାହା ଆହୁରି ବିପଜ୍ଜନକ ସାବ୍ୟସ୍ତ ହୋଇଛି । ତାହା ବ ରାଜଭବନ ଶପଥ ପାଠର ଖୋଲା ଉଲ୍ଲଂଘନ କରୁଛି । ସରକାରରେ ଭ୍ରଷ୍ଟାଚାରକୁ ଇଙ୍ଗିତ କଲେଣି । ଏ କ୍ଷେତ୍ରରେ ଗୁରୁବାର କଂଗ୍ରେସ ଯେଉଁ ଅଭିଯୋଗ ଆଣିଛି, ତାହା ସତ୍ୟ ହୋଇଥିଲେ ସାଂଘାତିକ । ହାଇଦ୍ରାବାଦରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ମନ୍ତ୍ରୀ ଯାଇଥିଲେ । ହେଲେ ମନ୍ତ୍ରୀଙ୍କ ଗସ୍ତ ଓ ରହଣୀ ବାବଦ ଅର୍ଥ କେଉଁ ପରିସ୍ଥିତିରେ ଅବା କାହିିଁକି ଫେଡେରେସନ୍‍ ଅଫ୍‍ ଚାମ୍ୱର ଅଫ କମର୍ସ ବହନ କଲା, ତାହା ବୁଝାପଡୁନାହିିଁ । ରାଜ୍ୟ ସରକାର ଏ ଦିଗକୁ ତଦନ୍ତ ନ କଲେ, ଲୋକାୟୁକ୍ତ ତଦନ୍ତ କରି ସରକାରଙ୍କୁ ଅକଳରେ ପକାଇବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ।

ଏହି ଘଟଣାରେ ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତାଙ୍କ ଚିଠିରେ ସଂପୃକ୍ତ ଦୁଇ ମହିଳାଙ୍କ ବିମାନଯାତ୍ରା ପାଇଁ ଲେଖିଛନ୍ତି । ଏହା ମଧ୍ୟ ଭ୍ରଷ୍ଟାଚାରକୁ ଇଙ୍ଗିତ କରୁଛି । ସରକାର ଏଯାଏ ଏ ଦିଗଟିକୁ ଗୁରୁତ୍ୱର ସହ ଗ୍ରହଣ କରିନାହାନ୍ତି, ଯାହା ଲୋକାୟୁକ୍ତଙ୍କ ନିକଟରେ ମନ୍ତ୍ରୀଙ୍କୁ ଦୋଷୀ କରିବା ପାଇଁ ଯଥେଷ୍ଟ ।

ଉଲ୍ଲେଖଯୋଗ୍ୟ, ସଂପୃକ୍ତ ମହିଳାଙ୍କ ସହ ମନ୍ତ୍ରୀଙ୍କ ସଂପର୍କ ଘଟଣାରେ ଯେତିକି ଗୁରୁତ୍ୱ ବହନ କରୁନି, ରାଜ୍ୟ ସରକାରଙ୍କୁ ଜଣେ ମନ୍ତ୍ରୀ ଭ୍ରଷ୍ଟାଚାର ଭିତରକୁ ଟାଣିନେଇଥିବା ଘଟଣା ସେତିକି ଗମ୍ଭୀର ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହେଲାଣି । ରାଜ୍ୟ ସରକାର ଗୋଟିଏ ପଟେ ଶୂନ ସହନଶୀଳତା ବା ଜିରୋ ଟଲରାନ୍‍ସ ନୀତି ଗ୍ରହଣ କରୁଛନ୍ତି । ୪୦ରୁ ଅଧିକ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବିଦା କରିସାରିଲେଣି । ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ କ୍ୟାବିନେଟ୍‍ ସହଯୋଗୀଙ୍କ ଭ୍ରଷ୍ଟାଚାରକୁ ସୁରକ୍ଷା ଦିଅନ୍ତି, ତେବେ ଅନ୍ୟ ସରକାରୀ କର୍ମଚାରୀଙ୍କ ବିରୋଧରେ ଭ୍ରଷ୍ଟାଚାର ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସ୍ୱାଭାବିକ ଭାବେ ପ୍ରଶ୍ନଚିହ୍ନ ସୃଷ୍ଟି କରିବ ।

କୌତୂହଳର କଥା ହେଉଛି, ସଂପୃକ୍ତ ମନ୍ତ୍ରୀଙ୍କ ଅନୈତିକ ଓ ଭ୍ରଷ୍ଟାଚାରୀ କାର୍ଯ୍ୟକୁ ଶାସକ ଦଳ ନେତାମାନେ ଖୋଲାଖୋଲି ସୁରକ୍ଷା ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ପୂର୍ବରୁ ଏଭଳି ସ୍ଥିତି ଉପୁଜିନଥିଲା । ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଯିବା ଭଳି ଏହି ପ୍ରସଙ୍ଗରେ ବି ଦଳର ଶୀର୍ଷ ନେତୃତ୍ୱ ସେମାନଙ୍କୁ ତାଗିଦ୍‍ କରୁନାହାନ୍ତି । ଗୁରୁବାର ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ମନ୍ତବ୍ୟ ଏହାର ଅଂଶବିଶେଷ ବୋଲି କୁହାଯାଇପାରେ ।

Leave A Reply

Your email address will not be published.