ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ

0

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ଜାମସେଦପୁରରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ମାରାଇନ ଡ୍ରାଇଭ ଅଞ୍ଚଳରେ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍‌ ପଛରେ ଦ୍ରୁତଗତିରେ ଆସୁଥିବା କାର୍‌ ଧକ୍କା ଦେବାରୁ ଝାଡ଼ଖଣ୍ଡ ଗ୍ରାମୀଣ ବିକାଶ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂହଙ୍କ ସାନ ଝିଅ ତ୍ରିଶା ସିଂହଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୨ଟାରୁ ୨ଟା ୩୦ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରକ୍‌ ସହ ଧକ୍କା ହେବା ପରେ କାର୍‌ଟି ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍‌ ଭିତରୁ ୪ ଜଣଙ୍କୁ ଉଦ୍ଧାର କରି ଏମ୍‌ଜିଏମ୍‌ ହସ୍ପିଟାଲକୁ ନେଇଥିଲା। ତେବେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।

ଜାମସେଦପୁର ଡିଏସ୍‌ପି ମନୋଜ ଠାକୁରଙ୍କ ସୂଚନା ଅନୁଯାୟୀ, ରାତି ପ୍ରାୟ ୨ଟାରୁ ୨ଟା ୩୦ ମଧ୍ୟରେ କାର୍‌ଟି ଠିଆ ହୋଇଥିବା ବେଳେ ଟ୍ରକ୍‌ରେ ଧକ୍କା ହୋଇଥିଲା। ଦୁର୍ଘଟଣାର କାରଣ ନେଇ ଅଧିକ ତଦନ୍ତ ଚାଲିଛି। ଘଟଣାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ ଦୀପିକା ପାଣ୍ଡେ ସିଂହଙ୍କ ଝିଅଙ୍କ ସମେତ ଅନ୍ୟ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଏହି ଅପୂରଣୀୟ କ୍ଷତି ସହିବାକୁ ଶୋକସନ୍ତପ୍ତ ପରିବାରକୁ ଶକ୍ତି ମିଳୁ ବୋଲି ସେ ପ୍ରାର୍ଥନା କରିଛନ୍ତି।

Leave A Reply

Your email address will not be published.