ପ୍ରମୁଖ ଖବର

ଗୃହପାଳିତ ପୋଷା ପ୍ରାଣୀଙ୍କ ଯତ୍ନ ନିମନ୍ତେ ସୋଆ ଆଇଭିଏସ୍‌ଏଏଚ୍‌ରେ ଖୋଲିଲା ସ୍ପା ଏବଂ ଗ୍ରୁମିଂ ସେଂଟର
ପିପିଲି: ଅଟୋକୁ ଧକ୍କା ଦେଲା ବାଇକ: ଜଣେ ମୃତ, ୪ ଆହତ
ପୁରୀରେ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ବିହାର: ମାଲଗାଡ଼ି ଟ୍ରେନ ଲାଇନଚ୍ୟୁତ, ନଦୀକୁ ଖସିଲା ଅନେକ ବଗି

ଗଗନ ଧଳ ହେବେ ଖାଦ୍ୟ କମିଶନ ଅଧ୍ୟକ୍ଷ

0
  • ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଗଗନ ଧଳଙ୍କ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ଏ ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ବନ ଉନ୍ନୟନ ନିଗମ ଅଧ୍ୟକ୍ଷ ଥିଲେ।
  • ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ସରକାର ତାଙ୍କୁ ଖାଦ୍ୟ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇପାରନ୍ତି। ଖୁବ ଶୀଘ୍ର ଏ ନେଇ ବିଜ୍ଞାପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳୁଛି। ଏଠାରେ ଥିବା ବରିଷ୍ଠ ଅଧିକାରୀ ରଙ୍ଗଲାଲ ଜମୁଡ଼ାଙ୍କ କାର୍ଯ୍ୟକାଳ ସରିବା ପରେ ଏହି ପଦ ଖାଲି ପଡ଼ିଛି।
  • ଉଲ୍ଲେଖଯୋଗ୍ୟ, ପୂର୍ବରୁ ଅର୍ଥାତ କିଛିମାସ ତଳେ ଶ୍ରୀ ଧଳ ସ୍ୱେଚ୍ଛାକୃତ ଅବସର ଆବେଦନ କରିଥିଲେ ସୁଧା ରାଜ୍ୟ ସରକାର ତାଙ୍କ ଆବେଦନକୁ ଗ୍ରହଣ କରିନଥିଲେ । ଅତି ନାଟକୀୟ ଢଙ୍ଗରେ ତାଙ୍କୁ ଏହି ନିଗମରେ ସରକାର ନିଯୁକ୍ତି ଦେଇଥିଲେ।
Leave A Reply

Your email address will not be published.