ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ଅନୁଗୁଳ ଆଲୁମିନିୟମ ପାର୍କ ପୁନର୍ବାର ଚାଲୁ କର

0

କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଲେ ଧର୍ମେନ୍ଦ୍ର ଆଲୁମିନିୟମ କ୍ଲଷ୍ଟର ପାଇଁ ଆସିଥିବା କେନ୍ଦ୍ରୀୟ ସହାୟତାକୁ ନଫେରାଇ ପାଇଁ ଅନୁରୋଧ କଲେ

ନୂଆଦିଲ୍ଲୀ: ଓଡିଶାର ଅନୁଗୁଳ ଆଲୁମିନିୟମ ପାର୍କ ଠାରେ ପ୍ରସ୍ତାବିତ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପକୁ ପୁନର୍ବାର ଚାଲୁ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଶିଳ୍ପ ଉନ୍ନୟନ ବିଭାଗ ଏବଂ ଅନ୍ତ ବାଣିଜ୍ୟ(ଡିପିଆଇଆଇଟି) ପକ୍ଷରୁ ସୂଚନା ଦିଆଯାଇଛି ଯେ ସଂଶୋଧିତ ଭିତ୍ତିଭୂମି ଉନ୍ନୟନ ଯୋଜନା(ଏମଆଇଆଇୟୁଏସ) ଅଧୀନରେ ୧୮.୦୮.୨୦୧୫ ତାରିଖରେ ଏହି ପ୍ରକଳ୍ପ ଲାଗି ମୋଟ ୯୯.୬୦ କୋଟି ଟଙ୍କା ବ୍ୟୟ କରାଯିବାକୁ ଆକଳନ କରାଯାଇଥିଲା ଏବଂ ଏଥିପାଇଁ ୩୩.୪୪ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ମଧ୍ୟ ଯୋଗାଇ ଦିଆଯାଇଥିଲା । ଏହି ପ୍ରକଳ୍ପ ପାଇଁ କାର୍ଯ୍ୟକାରୀ ଏଜେନ୍ସି

(ଆଇଏ)ର ଗଠନ ଅନୁଗୁଳ ପାର୍କ ପ୍ରାଇଭେଟ ଲିମିଟେଡ୍(ଏଏପିପିଏଲ) କରାଗଲା । ଏହି ପ୍ରକଳ୍ପ ବିଶେଷ ରୂପେ ଅଗ୍ରଗତି ହୋଇପାରିନଥିବା କାରଣରୁ ଗତ ୦୧.୦୧.୨୦୧୮ରେ ଅନୁଷ୍ଠିତ ସର୍ବୋଚ୍ଚ କମିଟି ବୈଠକରେ ଏହି ପ୍ରକଳ୍ପକୁ ବନ୍ଦ କରିବା ଲାଗି ନିଷ୍ପତି ନିଆଗଲା ଏବଂ କାର୍ଯ୍ୟକାରୀ ସଂସ୍ଥା ଏଏପିପିଏଲକୁ ଏ ବାବଦରେ ମିଳିଥିବା କେନ୍ଦ୍ରୀୟ ସହାୟତା ଫେରାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଗଲା।

ଶ୍ରୀ ପ୍ରଧାନ ଆହୁରି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଭାରତ ସରକାର ଓଡିଶାର ଖଣିଜ କ୍ଷେତ୍ରର ବିକାଶ ତଥା ରାଜ୍ୟ ଅର୍ଥନୀତିର ବିକାଶ ପାଇଁ ବଦ୍ଧ ପରିକର। ତେଣୁ ଏହି ମାମଲାରେ ଆପଣଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିବା ସହ ଆପଣ ମନ୍ତ୍ରାଳୟର ଅଧିକାରୀଙ୍କୁ ପ୍ରକଳ୍ପର ସମୀକ୍ଷା କରିବା ସହ ଅନୁଗୁଳ ଆଲୁମିନିୟମ ପାର୍କ ଠାରେ ପ୍ରସ୍ତାବିତ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପକୁ ପୁନର୍ବାର ଚାଲୁ କରାଇବା ପାଇଁ ହସ୍ତକ୍ଷେପ ଆବଶ୍ୟକ । ଏହାବ୍ୟତୀତ ଏମଆଇଆଇୟୁଏସ ଅଧୀନରେ ଓଡିଶାରେ ଆଲୁମିନିୟମ କ୍ଲଷ୍ଟର ପାଇଁ ଆସିଥିବା କେନ୍ଦ୍ରୀୟ ସହାୟତାକୁ ନଫେରାଇ ନେବା ପାଇଁ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.