ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

0

ନୂଆଦିଲ୍ଲୀ: ଜିଏସ୍‌ଟି ବ୍ୟବସ୍ଥାରେ ବ୍ୟବସାୟୀ ଓ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଆଶ୍ୱସ୍ତି ଦେବା ଭଳି ଅନେକ ପଦକ୍ଷେପ ନେଇଛି ଜିଏସ୍‌ଟି ପରିଷଦ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୫୭ତମ ଜିଏସ୍‌ଟି ପରିଷଦ ବୈଠକରେ ଅପରାଧିକ ମାମଲା ଓ ଆଇନଗତ ପ୍ରକ୍ରିୟାକୁ ସରଳ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଜିଏସ୍‌ଟି ନିୟମ ଉଲ୍ଲଂଘନ କ୍ଷେତ୍ରରେ ଅପରାଧିକ ମାମଲା ଆରମ୍ଭ ପାଇଁ ଥିବା ସୀମା ୧ କୋଟି ଟଙ୍କାରୁ ବଢ଼ାଇ ୫ କୋଟି ଟଙ୍କା କରାଯିବ। ଫଳରେ ୫ କୋଟି ଟଙ୍କାରୁ କମ୍‌ ରାଶି ସମ୍ପର୍କିତ ମାମଲାରେ ସିଧାସଳଖ ଅପରାଧିକ କାର୍ଯ୍ୟାନୁଷ୍ଠାନର ଚାପ କମିବ। ଏହା ବ୍ୟବସାୟୀ ଓ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ବଡ଼ ଆଶ୍ୱସ୍ତି ଦେବ ବୋଲି ଆଶା କରାଯାଉଛି।

ସେହିପରି ଶୋ-କଜ୍‌ ନୋଟିସ୍‌ ଜାରି କରିବାର ସର୍ବନିମ୍ନ ସୀମା ୧୦ ହଜାର ଟଙ୍କା ରଖାଯାଇଛି। ଇ-କମର୍ସ ବ୍ୟବସାୟ ଓ କ୍ଷୁଦ୍ର ବିକ୍ରେତାଙ୍କ ପାଇଁ ଜିଏସ୍‌ଟି ପ୍ରକ୍ରିୟାକୁ ମଧ୍ୟ ସରଳ କରିବା ଉପରେ ନିଷ୍ପତ୍ତି ହୋଇଛି। ଏହାଦ୍ୱାରା ବ୍ୟବସାୟୀଙ୍କ ଆଇନଗତ ଚାପ କମିବା ସହ କାରବାରରେ ନଗଦ ପ୍ରବାହ ସୁଗମ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.