ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ମହିଳା କମିସନ ଆଇନ ଦୁର୍ବଳ ନୁହେଁ, ତଥାପି…

0

ଆଉ କେତେ ଦୁଷ୍କର୍ମ ଘଟଣା ଘଟିଲେ, ସମସ୍ତେ ଚେତିବେ?

ଭୁବନେଶ୍ବର: ବହୁଚର୍ଚ୍ଚିତ ସ୍ମିତାରାଣୀ ମାମଲାରେ ମହିଳା କମିସନ ଅଧ୍ୟକ୍ଷା ମୀନତି ବେହେରାଙ୍କ ବିରୋଧରେ ବିଜେପି ଅଭିଯୋଗ ଆଣିଥିଲା। ଦଳର ନେତାମାନେ ବିଧାନସଭା ବାହାରେ କହିଥିଲେ, ବିରୋଧୀ ଦଳ ନେତା ନିଜେ ବିଧାନସଭା ଭିତରେ ଏହି ସାମ୍ବିଧାନିକ ପଦବିର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଲେ।

ବିଜେପିର ଏହି ଅଭିଯୋଗକୁ ନେଇ ଆଉ ରାଜ୍ୟ ରାଜନୀତିରେ ସେଭଳି ଝଡ ନାହିଁ। କିନ୍ତୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମହିଳା, ନାବାଳିକା ଦୁଷ୍କର୍ମ ଘଟଣା ବଢି ଚାଲୁଥିବା ବେଳେ କମିସନର ଭୂମିକା ନେଇ ସବୁ ମହଲରେ ପ୍ରଶ୍ନ ଉଠିଲାଣି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମହିଳା କମିସନ ଅଧ୍ୟକ୍ଷା ମୟୂରଭଂଜ ଠାରୁ ଆରମ୍ଭ କରି ପୁରୀ ଓ ଗୁରୁବାର ଖଣ୍ଡଗିରି ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳ ଗସ୍ତ କରିଛନ୍ତି। ପୁରୀ ଓ ଭୁବନେଶ୍ବରରେ ସେ ପୀଡିତାଙ୍କୁ ଭେଟିଛନ୍ତି। ହେଲେ କମିସନ ଏସବୁ ମାମଲା ଉପରେ କି ଆଖିଦୃଶିଆ ପଦକ୍ଷେପ ନେଇଛନ୍ତି, ତାହା କେହି ଜାଣିପାରୁନାହାନ୍ତି।

ମୟୂରଭଂଜରେ ପଦାର୍ଥ ବିଜ୍ଞାନର ଅଧ୍ୟାପିକା ଆତ୍ମହତ୍ୟା କରିବା ଘଟଣା ଅନ୍ୟ ସବୁ ଘଟଣା ଅପେକ୍ଷା ସାଂଘାତିକ। ଏହି ଘଟଣାରେ ପୀଡିତା ଥାନାରେ ଏତଲା ଦେଇ ନ୍ୟାୟ ପାଇବା ପାଇଁ ମାସେ ଅପେକ୍ଷା କଲେ। ମାସକ ପରେ ବି ତାଙ୍କୁ ନ୍ୟାୟ ମିଳିଲାନି, ଯାହା ସେ ମରିବାର ୧୨ ଘଣ୍ଟା ଭିତରେ ହେଲା। କେବଳ ସେତିକି ନୁହେଁ, ପୀଡିତା ଏ ସଂପର୍କରେ ଜିଲ୍ଲା ଏସପିଙ୍କ ସହିତ ବି ଆତ୍ମହତ୍ୟାର କିଛି ଘଣ୍ଟା ପୂର୍ବରୁ ଆଲୋଚନା କଲେ। ହେଲେ ଏସପି ତାଙ୍କୁ ବିଶ୍ବାସ ଦେଇପାରିଲେ ନାହିଁ ଯେ ଅଭିଯୁକ୍ତ ନିଶ୍ଚିତ ଦଣ୍ଡିତ ହେବେ ଓ ତାଙ୍କୁ ନ୍ୟାୟ ମିଳିବ। ଯେଉଁଥିପାଇଁ ସେ ଆତ୍ମହତ୍ୟା କଲେ। ଏହି ଗୋଟିଏ ଘଟଣା ସୂଚାଇ ଦେଉଛି, ସଂପୃକ୍ତ ପୀଡିତା ନ୍ୟାୟ ବ୍ୟବସ୍ଥା ଉପରେ ତଥା ରାଜ୍ୟ ସରକାରଙ୍କ ଉପରେ କେତେ ଆସ୍ଥା ରଖିଥିଲେ। କିନ୍ତୁ ଆମ ବ୍ୟବସ୍ଥା ନ୍ୟାୟ ଦେବାରେ ଅକ୍ଷୟ ହେଲ। ସେହି ବ୍ୟବସ୍ଥା କିନ୍ତୁ ତାଙ୍କ ଆତ୍ମହତ୍ୟା ପରେ ଏତେ ସକ୍ରିୟ ହେଲା କେମିତି, ତାହା ଏକ ବଡ ପ୍ରଶ୍ନ। ହେଲେ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ରାଜ୍ୟ ସରକାର ସଂପୃକ୍ତ ଏସପିଙ୍କ ବିରୋଧରେ ଏଯାଏ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ତା ଠାରୁ ଆହୁରି ବଡ଼ ଲଜ୍ଜାକର ଘଟଣା ହେଉଛି, ମହିଳା କମିସନ ମଧ୍ୟ ଏହି ଘଟଣାରେ କି କାର୍ଯ୍ୟାନୁଷ୍ଠାନ ନେଲେ, ତାହା ରାଜ୍ୟବାସୀ ଜାଣିପାରିଲେ ନାହିଁ।

ସ୍ମିତାରାଣୀ ମାମଲାରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାଜପୁର ଜିଲ୍ଲା ଏସପିଙ୍କ ସାମ୍ବାଦିକ ସମ୍ମିଳନୀ ଯଦି ଠିକ୍, ତେବେ ସେ ରୂପେଶ ଭଦ୍ର ବିରୋଧରେ ଲଗାଇଥିବା ଦଫା ଭୁଲ ବୋଲି ଆଇନଜ୍ଞମାନେ କହୁଛନ୍ତି। ଯଦି ଦଫା ଠିକ୍, ତେବେ ଏସପି ସମସ୍ତଙ୍କୁ ବିଭ୍ରାନ୍ତ କରିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ମାମଲାରେ ଏସପିଙ୍କ ବିରୋଧରେ କମିସନ କି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଛନ୍ତି, ତାହା ମଧ୍ୟ ପଦାକୁ ଆସିନାହିଁ।

ଗୁରୁବାର ଖଣ୍ଡଗିରି ପୀଡିତାକୁ ଭେଟିବା ପରେ ଗଣମାଧ୍ୟମକୁ କହିଛନ୍ତି, ପୁରୀ ଓ ଖଣ୍ଡଗିରି ମାମଲାରେ ଅନୁକମ୍ପା ସହାୟତା ରାଶି ପ୍ରଦାନ କରାଯିବ। ହେଲେ ଏଥିରେ କଣ ପୀଡିତା ନ୍ୟାୟ ପାଇବ? ମହିଳା କମିସନ ବ୍ୟବସ୍ଥା କଣ ଏଇଥିପାଇଁ ଗଠନ କରାଯାଇଥିଲା? ଯଦି ମହିଳାମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଥିବା କମିସନ ଖୋଦ୍ ମହିଳାଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ଏଭଳି କାର୍ଯ୍ୟ କରେ, ତେବେ କିଏ ସେମାନଙ୍କୁ ସୁରକ୍ଷା ଦେବ?

Leave A Reply

Your email address will not be published.