ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

୪ ଦୁଷ୍କର୍ମକାରୀ ଅଭିଯୁକ୍ତ ମୃତ

0
  • ୨୮ ତାରିଖ ଦିନ ଜଣେ ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ପୋଡି ହତ୍ୟା କରିଥିଲେ
  • ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଏନକାଉଣ୍ଟର କରିଥିଲା

ହାଇଦ୍ରାବାଦ: ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତ ମୃତ୍ୟୁବରଣ କରିଛନ୍ତି। ପୁଲିସ ଏନକାଉଣ୍ଟରରେ ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୁଲିସ ହାତକୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ହାଇଦ୍ରାବାଦ ୪୪ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ସାଦନଗର ନିକଟସ୍ଥ ଚେତନାପାଲି ଓଭରବ୍ରିଜ ଉପରେ ପୁଲିସ ବାଧ୍ୟ ହୋଇ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହି ରାସ୍ତାରେ ହିଁ ଡାକ୍ତରଙ୍କୁ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରି ପୋଡି ମାରିଦେଇଥିଲେ।

ନଭେମ୍ବର ୨୮ ତାରିଖ ଦିନ ହୋଇଥିବା ଏହି ସାଂଘାତିକ ଅପରାଧରେ ପୁଲିସ ୨୯ ତାରିଖ ଦିନ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଗତକାଲି ପୁଲିସ ଅପରାଧୀମାନଙ୍କୁ ଘଟଣାସ୍ଥଳକୁ ନେଇ କେଉଁଭଳି ଭାବେ ଏହି ଅପରାଧ ଘଟାଇଥିଲେ, ପୁଲିସ ତାର ତନାଘନା ଚଳାଇଥିବା ବେଳେ ସେମାନେ ଖସିଯିବାକୁ ଉଦ୍ୟମ କରିଥିଲେ। ଫଳରେ ପୁଲିସ ବାଧ୍ୟ ହୋଇ ଗୁଳି ଚଳାଇଥିବା ପ୍ରାରମ୍ଭିକ ଖବରରୁ ପ୍ରକାଶ।

ଏହି ଖବର ଜଣାପଡିବା ପରେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି।

Leave A Reply

Your email address will not be published.