ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ନିଆଁ ନେଲାଣି ୪୩ ଜୀବନ

0

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରେ ଏକ ଭୟାବହ ଅଗ୍ନିକାଣ୍ଡରେ ଏ ପର୍ଯ୍ୟନ୍ତ ୪୩ଜଣଙ୍କ ଜୀବନ ଗଲାଣି। ଆହୁରି ୫୦ରୁ ଅଧିକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆହୁରି ଅନେକ ନିଆଁରେ ଫସିରହିଥିବା କୁହାଯାଉଛି। ନୂଆଦିଲ୍ଲୀ ଝାନସି ରୋଡରେ ଶସ୍ୟ ମଣ୍ଡି ନିକଟସ୍ଥ ଏକ କୋଠାରେ ନିଆଁ ଲାଗି ମାଡିଯାଇଥିଲା। ୩୦ ଚି ଦମକଳ ବାହିନୀକୁ ନିୟୋଜିତ କରାଯାଇ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।

ଅଗ୍ନିଶମ ବିଭାଗର ଅଧିକାରୀଙ୍କ କହିବାନୁସାରେ, ୬୦୦ ବର୍ଗଫୁଟର ଏହି ୬ମହଲା ବିଶିଷ୍ଟ କୋଠାରେ ସକାଳ ୫ଟା ୨୨ରେ ଅଗ୍ନିକାଣ୍ଡ ଖବର ମିଳିଥିଲା। ତୁରନ୍ତ ନିଆଁଲାଭ କାମ ଆରମ୍ଭ ହୋଇଥିଲା। ଏହି ପ୍ରକୋଷ୍ଠରେ ସ୍କୁଲ ବ୍ୟାଗ, ପାଣିବୋତଲ ଫ୍ୟାକ୍ଟ୍ରି ରହିଥିବା କୁହାଯାଉଛି। କିନ୍ତୁ ଭୀଷଣ ଅନ୍ଧାର କାରଣରୁ ଭିତର ସ୍ଥିତି ଏଯାଏ ଅନୁଧ୍ୟାନ କରାଯାଇପାରିନାହିଁ।

ଗୁରୁତରମାନଙ୍କୁ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସ୍ଥାନୀୟ ଅଞ୍ଚଳରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଏପଟେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଦିଲ୍ଲୀ ସରକାର ଘଟଣାର ଅନୁଧ୍ୟାନ କରାଯିବ ବୋଲି ସୂଚନା ଦେଇଛନ୍ତି।

Leave A Reply

Your email address will not be published.