ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

କାହିଁକି ବିଧାୟକଙ୍କ ସହ ଏମିତି ଘଟୁଛି?

0

ଭୁବନେଶ୍ବର: ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ ଘରେ ତାଲା ପକାଇ ଦୁର୍ବୃତ୍ତ ତାଙ୍କ ଗାଡିରେ ନିଆଁ ଲଗାଇ ଜାଳିଦେଇଛନ୍ତି। ବିକ୍ରମପୁର ଗାଁର ଭରତପୁର ନନ୍ଦିରା ଅଞ୍ଚଳରେ ଥିବା ତାଙ୍କର ଏକ ଫାର୍ମ ହାଉସରେ ଦୁର୍ବୃତ୍ତମାନେ ଶନିବାର ରାତି ପାଖାପାଖି ୨ଟା ବେଳେ ଏଭଳି ଅଭାବନୀୟ କାଣ୍ଡ ଘଟାଇଛନ୍ତି। ତାଙ୍କ କର୍ମୀମାନେ ତାଲା ଖୋଲି ତାଙ୍କୁ ବାହାରକୁ ବାହାର କରିଥିଲେ ହେଁ, ଫରଚ୍ୟୁନର ଗାଡିଟି ଜଳି ଯାଇଛି।

କିଛି ଦିନ ବ୍ୟବଧାନରେ ତାଳଚେର ବିଧାୟକଙ୍କ ସହିତ ତୃତୀୟ ଥର ପାଇଁ ଏଭଳି କାଣ୍ଡ ଘଟାଇବାରେ ଦୁର୍ବୃତ୍ତ ସକ୍ଷମ ହୋଇଛନ୍ତି। ଅଗଷ୍ଟ ୧୯ ତାରିଖରେ ବିଧାୟକଙ୍କ ଭୁବନେଶ୍ବରସ୍ଥିତ ସରକାରୀ କ୍ବାର୍ଟର୍ସ ସାମ୍ନାରେ ଏମିତି ଢଙ୍ଗରେ ଗାଡିରେ ନିଆଁ ଲାଗିିଥିଲା। ସେତେବେଳେ ୨ଟି କାର୍ ଓ ଗୋଟିଏ ବାଇକ୍ ପୋଡିଯାଇଥିଲା। ପରେ ତାଙ୍କ ହାଣ୍ଡିଧୁଆଁ ସହିତ ବାସଭବନରେ କେହି ନିଆଁ ଲଗାଇବାକୁ ଉଦ୍ୟମ ହୋଇଥିଲା।

ପୁଲିସ ଯଦିଓ ଏହି ଘଟଣାରେ ତନାଘନା ଆରମ୍ଭ କରିଛି,ତେବେ ଏଯାଏ ଠୋସ୍ କିଛି ତଥ୍ୟ ପାଇନାହାନ୍ତି। ସେପଟେ କୌତୂହଳର କଥା ହେଉଛି, ପୂର୍ବରୁ ଜଣେ ମହିଳା ବିଧାୟକଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଥିଲେ। ଏବେ ତାଙ୍କୁ କିଏ ତାଲା ପକାଇଦେଲେଣି ତ ଗାଡି ପୋଡି ଦେଉଛି। ଏମିତି କାହିଁକି ବିଧାୟକଙ୍କ ସହିତ ଘଟୁଛି। ବ୍ରଜ ପ୍ରଧାନ ବିଜେଡି ଦଳରୁ ପ୍ରାର୍ଥୀ ହୋଇଥିଲେ। ଶାସକ ଦଳର ବିଧାୟକଙ୍କ ବିରୋଧରେ ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି। ଏସବୁ ଉପରେ ଅଧିକ ତଦନ୍ତ ଆବଶ୍ୟକ ହେଲାଣି।

Leave A Reply

Your email address will not be published.