କେନ୍ଦୁଝର: ଯୋଡ଼ାରେ ଏକ ବଡ଼ ଅଘଟଣ ଘଟିଛି। ଖଣିରୁ ମାଟି ଅତଡ଼ା ଧସି ୩ ଜଣଙ୍କ ମୃତ୍ୟୁ ହୋଇଛି ଓ କିଛି ଲୋକ ଆହତ ହୋଇଥିବା ଜଣାପଡିଛି । କେନ୍ଦୁଝର ଯୋଡ଼ା ଥାନା ବିଛାକୁଣ୍ଡି ଦଲପାହାଡ଼ରେ ଘଟିଛି ଏହି ବଡ଼ ଅଘଟଣ। ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା କାରଣରୁ ମାଟି ଅତଡ଼ା ଧସିଛି। ମୃତ ବ୍ୟକ୍ତିମାନେ ହେଲେ ବିଚାକୁଣ୍ଡି ଅଞ୍ଚଳର ସନ୍ଦୀପ ପୂର୍ତ୍ତି, ଗୁରୁ ଚମ୍ପିଆ ଏବଂ କାଣ୍ଡେ ମୁଣ୍ଡା ବୋଲି ଜଣାପଡିଛି।
ସୂଚନାନୁସାରେ, ମଙ୍ଗଳବାର ଅପରାହ୍ନ ସମୟରେ ମାଙ୍ଗାନିଜ୍ ଚୋରା ଉତ୍ତୋଳନ ବେଳେ ଏହି ଅଘଟଣ ଘଟିଥିଲା। ଗତକାଲି ମାଟି ଅତଡ଼ା ଖସି ଶ୍ରମିକ ଚାପି ହୋଇଯାଇଥିଲେ। ଗତକାଲି ପ୍ରବଳ ବର୍ଷା ଜାରି ରହିଥିଲା। ବର୍ଷା ଓ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ୬ ଘଣ୍ଟା ପରେ ଉଦ୍ଧାର ହୋଇଛି ୩ଜଣଙ୍କ ମୃତଦେହ। ଘଟଣାସ୍ଥଳରେ ପୋଲିସ ଏବଂ ବନ ବିଭାଗର ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ପ୍ରମୁଖ ଖବର
ଜିଲ୍ଲାପାଳମାନଙ୍କୁ ସିଏମ ମୋହନ ମାଝୀଙ୍କ ୯ଟି ଟାସ୍କ: ଦୁର୍ନୀତି ହଟାଅ, ସଚ୍ଚୋଟ ହୁଅ
ଜଗତସିଂହପୁରର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ନିକଟସ୍ଥ ଏକ ଘରୋଇ ମେସରୁ ମଙ୍ଗଳବାର ଦିନ ଜଣେ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୬ ମାଓବାଦୀ ନିହତ