ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ମାଷ୍ଟର ମାଇଣ୍ଡକୁ ଗିରଫ କର : ମେୟର ସୁଲୋଚନା ଦାସ

0

ଭୁବନେଶ୍ବର: ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ମୁହଁ ଖୋଲିଲେ ମେୟର ସୁଲୋଚନା ଦାସ। ବିଏମସି ଅଫିସର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ମେୟର ସୁଲୋଚନା ଦାସ। ଏଥିସହିତ ଯିଏ ମାଷ୍ଟରମାଇଣ୍ଡ ତାକୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ମେୟର।

ଆଜି ଅଫିସ୍‌ରେ ବୈଠକ ପରେ କଡ଼ା ପ୍ରତିକ୍ରିୟା ରଖି ମେୟର କହିଛନ୍ତି, ଛିଡ଼ା ହୋଇ ରହୁଥିବା ସୁରକ୍ଷାକର୍ମୀ ଦରକାର ନାହିଁ, ଗନ୍‌ମ୍ୟାନ୍‌ ଦରକାର। ଯଦି ସେମାନେ କର୍ମଚାରୀଙ୍କୁ ସୁରକ୍ଷା ଦେଇ ପାରୁ ନାହାଁନ୍ତି, ତେବେ କାହିଁକି ରହିବେ। ସେହିପରି ସିସିଟିଭି ଅଚଳ ନେଇ ସ୍ମାର୍ଟ ସିଟି ସଂସ୍ଥାକୁ ଟାର୍ଗେଟ୍‌ କରିଛନ୍ତି । ସିସିଟିଭି ଅଚଳ ନେଇ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ କାହିଁକି ଜଣାଇ ନ ଥିଲେ ବୋଲି ପ୍ରଶ୍ନ କରିଛନ୍ତି ସୁଲୋଚନା। ଆମେ ସ୍ମାର୍ଟସିଟି ହାତରୁ ଦାୟିତ୍ବ କାଢ଼ି ବିଏମସିକୁ ଦେବାକୁ ଚାହୁଁଛୁ ବୋଲି ସେ ଦାବି କରିଛନ୍ତି।

ଏଥିସହିତ ସେ ଏହାବି ଦାବି କରିଛନ୍ତି, ଯେ, ବିଏମସି ଆକ୍ରମଣରେ ଯିଏବି ମାଷ୍ଟର ମାଇଣ୍ଡର ତାକୁ ଗିରଫ କରାଯାଉ। ଏଘଟଣାରେ ସ୍ପଷ୍ଟ ହୋଇ ସାରିଛି ମାଷ୍ଟର ମାଇଣ୍ଡ କିଏ ? ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିଲେ କେହି ଆଇନକୁ ହାତକୁ ନେବେ ନାହିଁ। ଆମେ ଅନୁରୋଧ କରି ସଫେଇ କର୍ମଚାରୀଙ୍କୁ କାମରେ ଲଗାଇଛୁ କିନ୍ତୁ ଓଏଏସ ସଂଘ ନିଷ୍ପତ୍ତି ଅନୁସାରେ ସମସ୍ତେ ଛୁଟିରେ ଅଛନ୍ତି। ବିଏମସିରେ ମଧ୍ୟ ସମସ୍ତେ ଛୁଟିରେ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ସୁଲୋଚନା। ଏଥିସହିତ ମେୟର ହିସାବରେ ସେ ମଧ୍ୟ ସେମାନଙ୍କ ସହ ଯୋଗ ଦେଇଛନ୍ତି। ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ବି କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି।

ତେବେ ଆଜି ବିଏମସି ଅତିରିକ୍ତ କମିଶନର୍‌ଙ୍କୁ ଆକ୍ରମଣ ଘଟଣାରେ ବିଏମସି ଅଫିସ୍‌ରେ ପୋଲିସ କମିଶନର୍‌ ସମସ୍ତଙ୍କ ସହ ଆଲୋଚନା କରିଥିଲେ। ଯେଉଁଥିରେ ମେୟର, କିଛି କର୍ପୋରେଟରଙ୍କ ସମେତ ଆକ୍ରମଣର ଶିକାର ଅତିରିକ୍ତ କମିଶନର୍‌ ରତ୍ନାକର ସାହୁ ମଧ୍ୟ ଉପସ୍ଥିତ ରହିଥିଲେ। ଘଟଣା ବାବଦରେ ପୋଲିସ କମିଶନରଙ୍କ ସେମାନଙ୍କୁ ପଚରାଉଚରା କରିଥିବା ସୂଚନା ରହିଛି।

Leave A Reply

Your email address will not be published.