ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ଜାତୀୟ ରାଜପଥ ଜଗିବେ ଅବସରପ୍ରାପ୍ତ ପୁଲିସ

0
  • ୧୧୯ ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ଯୋଜନା
  • ମାସିକ ୧୭ ହଜାର ଟଙ୍କା ଦରମାରେ ସେମାନେ କାମ କରିବେ
  • ସଡକ ସୁରକ୍ଷା ପାଣ୍ଠିରୁ ଖର୍ଚ୍ଚ ହେବ ଗାଡି, ତେଲ ଆଦି ବାବଦ ଅର୍ଥ

ଭୁବନେଶ୍ବର: ସଡକ ଦୁର୍ଘଟଣା ରୋକିବା ଲାଗି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଜାତୀୟ ରାଜପଥରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବ। ଏଥିଲାଗି ସରକାର ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ଚାହୁଁଛନ୍ତି। ପାଞ୍ଚଟି ରାଜପଥରେ ବିଶେଷକରି ଏହି କାର୍ଯ୍ୟ ଆରମ୍ଭ ହେବ।

ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ପୁରୀ ଠାରୁ ଭୁବନେଶ୍ବର, ୬୦ କିଲୋମିଟର ଦୀର୍ଘ ରାଜପଥ ଦୁର୍ଘଟଣା ପ୍ରବଣ ହୋଇଥିବା କାରଣରୁ ସେଠାରେ ପାଟ୍ରୋଲିଂ ବ୍ୟବସ୍ଥାକୁ ଜୋରଦାର କରାଯିବ। ସେହିଭଳି ସମ୍ବଲପୁର ଠାରୁ ସୋହେଲା ଦୀର୍ଘ ୭୨ କିଲୋମିଟର, ମଙ୍ଗୁଳି ଠାରୁ ସମ୍ବଲପୁର ୨୬୫ କିଲୋମିଟର, ଜଳେଶ୍ବର ଠାରୁ ଇଚ୍ଛାପୁରମ୍ ପର୍ଯ୍ୟନ୍ତ ୪୪୦ କିଲୋମିଟର, ଓ ସମ୍ବଲପୁର ଠାରୁ ରାଉରକେଲା ପ୍ରାୟ ୧୮୦ କିଲୋମିଟର ଜଗିବେ ଏହି ପାଟ୍ରୋଲିଂ କର୍ମଚାରୀ।

ସରକାର ୧୧୯ ଜଣ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ଏ କ୍ଷେତ୍ରରେ ନିଯୁକ୍ତି ଦେବାକୁ ଚାହୁଁଛନ୍ତି। ସବଇନ୍ସପେକ୍ଟର, ଡେପୁଟି ସୁବେଦାର, ସର୍ଜେଣ୍ଟ ପାହ୍ୟାର ଅଧିକାରୀଙ୍କୁ ସୁଯୋଗ ମିଳିବ।ମାସିକ ୧୭ ହଜାର ଟଙ୍କା ଦରମାରେ ସେମାନେ କାମ କରିବେ। ରାଜ୍ୟସ୍ତରୀୟ ସୁରକ୍ଷା ପାଣ୍ଠିରୁ ପାଟ୍ରୋଲିଂ ପାଇଁ ଆବଶ୍ୟକ ଗାଡି, ତେଲ ଆଦି ଖର୍ଚ୍ଚ ହେବ।

ସୁପ୍ରିମକୋର୍ଟ କମିଟି ଏବେ ସଡକ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରୁଛନ୍ତି। ଦେଖାଯାଉଛି, ଯେତିକି ଦୁର୍ଘଟଣାଜନିତ ମୃତ୍ୟୁ ହେଉଛି, ତାର ୬୦ ପ୍ରତିଶତ ମୃତ୍ୟୁ ଜାତୀୟ ରାଜପଥରେ ହେଉଛି।ଗତବର୍ଷ ପ୍ରାୟ ୫୩୫୧ ଲୋକଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପରିସଂଖ୍ୟାନ କହୁଛି।

Leave A Reply

Your email address will not be published.