ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଝିଅର ଶତ୍ରୁ ବି ଝିଅ!

0

ଭୁବନେଶ୍ବର: ଏକତରଫା ପ୍ରେମରେ ବିଫଳ ହୋଇ ବାଲୁଗାଁ ଅଞ୍ଚଳର ଶିବାନୀ ବେହେରାକୁ ତଣ୍ଟି କାଟି ହତ୍ୟା କରାଯାଇଥିବା ନେଇ ଗତକାଲି ଅଭିଯୋଗ ଆସିଥିଲା। ୨୪ ଘଣ୍ଟା ପୂରିନି। ଘଟଣା ଉପରୁ ପରଦା ହଟାଇବା ବେଳେ ଯେଉଁ ସତ ପଦାକୁ ଆସିଛି, ତାହା ସାଂଘାତିିକ। ବିଶ୍ବାସ ନ ହେଲେ ବି ସତ। ଆଉ କେହି ନୁହେଁ, ଭାଉଜ ପ୍ରତିଶୋଧ ପରାୟଣ ହୋଇ ନିଜ ନଣନ୍ଦଙ୍କୁ ହତ୍ୟା କରି ଏଭଳି ନାଟକ ରଚନା କରିଥିବା ଜଣାପଡିଛି। ଆଜି ସଂପୃକ୍ତ ଭାଉଜକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ବାଲୁଗାଁ ଥାନା ଅଞ୍ଚଳର ରାମଚନ୍ଦ୍ର ବେହେରାଙ୍କ ଝିଅ ଶିବାନୀ ନିଜ ବାରିପଟ ଘରେ ପଢୁଥିଲେ। ରାତି ଆଠଟା ବେଳେ ଜଣେ କେହି ଧାରୁଆ ଅସ୍ତ୍ରରେ ଶିବାନୀର ତଣ୍ଟି କାଟିଦେଇଥିଲା। ବ୍ରହ୍ମପୁର ଏମକେସିଜି ମେଡିିକାଲରେ ପ୍ରାରମ୍ଭିକ ଚିକିତ୍ସା ବେଳେ ଶିବାନୀର ପ୍ରାଣବାୟୁ ଉଡିଯାଇଥିଲା।ସେହି ଗ୍ରାମର ଜଣେ ଯୁବକ ଏକତରଫା ପ୍ରେମ କରୁଥିବା ଅଭିଯୋଗ ଆସିଥିଲା ଓ ସେ ଏକ ଧାରୁଆ ଅସ୍ତ୍ରରେ ତାକୁ ହତ୍ୟା କରିଥିବା ଥାନାରେ ପରିବାର ଲୋକ ଜଣାଇଥିଲେ।

ହେଲେ ପୁଲିସ ତଦନ୍ତ ବେଳେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଥିଲା। ଆଉ କେହିନୁହେଁ, ଶିବାନୀର ନିଜ ଭାଉଜ କାବେରି ବେହେରା ଏଭଳି ଘଟଣା ଘଟାଇଥିବା ଜଣାପଡିଛି। ନଣନ୍ଦ ଓ ଭାଉଜ ମଧ୍ୟରେ ଗଣ୍ଜଗୋଳରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଘରେ କେହି ନଥିବା ସୁଯୋଗ ନେଇ ଭାଇଜ କାବେରି ହିଁ ଘରେ ଥିବା ଛୁରୀରେ ଶିବାନୀର ତଣ୍ଟି କାଟିଥିବା ପୁଲିସ କହିଛି।

ପୁଲିସ ସୂଚନା ଅନୁସାରେ, କାବେରି ବାହା ନ ହୋଇ ଶିବାନୀର ଭାଇ ସହ ଚାଲିଆସିଥିଲା। ଏହି କାରଣରୁ ଘରେ ଗଣ୍ଡଗୋଳ ଲାଗୁଥିଲା। ଗତ ୨୦ ଦିନ ତଳେ ପରିବାରରେ ତୁମୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗତକାଲି କାବେରି ଟିଭି ଦେଖିବାକୁ ଆସିବା ବେଳେ ଶିବାନୀ ପୁଣି ତାକୁ ବିରୋଧ କରିଥିଲା । ଫଳରେ ଉତ୍ତ୍ୟକ୍ତ ହୋଇ କାବେରି ପାଖରେ ପଡିଥିବା ଛୁରିରେ ତାର ତଣ୍ଟି କାଟିଦେଇଥିଲା।

Leave A Reply

Your email address will not be published.