ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ଝିଅର ଶତ୍ରୁ ବି ଝିଅ!

0

ଭୁବନେଶ୍ବର: ଏକତରଫା ପ୍ରେମରେ ବିଫଳ ହୋଇ ବାଲୁଗାଁ ଅଞ୍ଚଳର ଶିବାନୀ ବେହେରାକୁ ତଣ୍ଟି କାଟି ହତ୍ୟା କରାଯାଇଥିବା ନେଇ ଗତକାଲି ଅଭିଯୋଗ ଆସିଥିଲା। ୨୪ ଘଣ୍ଟା ପୂରିନି। ଘଟଣା ଉପରୁ ପରଦା ହଟାଇବା ବେଳେ ଯେଉଁ ସତ ପଦାକୁ ଆସିଛି, ତାହା ସାଂଘାତିିକ। ବିଶ୍ବାସ ନ ହେଲେ ବି ସତ। ଆଉ କେହି ନୁହେଁ, ଭାଉଜ ପ୍ରତିଶୋଧ ପରାୟଣ ହୋଇ ନିଜ ନଣନ୍ଦଙ୍କୁ ହତ୍ୟା କରି ଏଭଳି ନାଟକ ରଚନା କରିଥିବା ଜଣାପଡିଛି। ଆଜି ସଂପୃକ୍ତ ଭାଉଜକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ବାଲୁଗାଁ ଥାନା ଅଞ୍ଚଳର ରାମଚନ୍ଦ୍ର ବେହେରାଙ୍କ ଝିଅ ଶିବାନୀ ନିଜ ବାରିପଟ ଘରେ ପଢୁଥିଲେ। ରାତି ଆଠଟା ବେଳେ ଜଣେ କେହି ଧାରୁଆ ଅସ୍ତ୍ରରେ ଶିବାନୀର ତଣ୍ଟି କାଟିଦେଇଥିଲା। ବ୍ରହ୍ମପୁର ଏମକେସିଜି ମେଡିିକାଲରେ ପ୍ରାରମ୍ଭିକ ଚିକିତ୍ସା ବେଳେ ଶିବାନୀର ପ୍ରାଣବାୟୁ ଉଡିଯାଇଥିଲା।ସେହି ଗ୍ରାମର ଜଣେ ଯୁବକ ଏକତରଫା ପ୍ରେମ କରୁଥିବା ଅଭିଯୋଗ ଆସିଥିଲା ଓ ସେ ଏକ ଧାରୁଆ ଅସ୍ତ୍ରରେ ତାକୁ ହତ୍ୟା କରିଥିବା ଥାନାରେ ପରିବାର ଲୋକ ଜଣାଇଥିଲେ।

ହେଲେ ପୁଲିସ ତଦନ୍ତ ବେଳେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଥିଲା। ଆଉ କେହିନୁହେଁ, ଶିବାନୀର ନିଜ ଭାଉଜ କାବେରି ବେହେରା ଏଭଳି ଘଟଣା ଘଟାଇଥିବା ଜଣାପଡିଛି। ନଣନ୍ଦ ଓ ଭାଉଜ ମଧ୍ୟରେ ଗଣ୍ଜଗୋଳରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଘରେ କେହି ନଥିବା ସୁଯୋଗ ନେଇ ଭାଇଜ କାବେରି ହିଁ ଘରେ ଥିବା ଛୁରୀରେ ଶିବାନୀର ତଣ୍ଟି କାଟିଥିବା ପୁଲିସ କହିଛି।

ପୁଲିସ ସୂଚନା ଅନୁସାରେ, କାବେରି ବାହା ନ ହୋଇ ଶିବାନୀର ଭାଇ ସହ ଚାଲିଆସିଥିଲା। ଏହି କାରଣରୁ ଘରେ ଗଣ୍ଡଗୋଳ ଲାଗୁଥିଲା। ଗତ ୨୦ ଦିନ ତଳେ ପରିବାରରେ ତୁମୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗତକାଲି କାବେରି ଟିଭି ଦେଖିବାକୁ ଆସିବା ବେଳେ ଶିବାନୀ ପୁଣି ତାକୁ ବିରୋଧ କରିଥିଲା । ଫଳରେ ଉତ୍ତ୍ୟକ୍ତ ହୋଇ କାବେରି ପାଖରେ ପଡିଥିବା ଛୁରିରେ ତାର ତଣ୍ଟି କାଟିଦେଇଥିଲା।

Leave A Reply

Your email address will not be published.