ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଚିଲିକାକୁ ମାଡ଼ି ଆସୁଛି ବିପଦ!

0
  • ମହାନଦୀ କାରଣରୁ ଜୈବ ବିଭିଦତା ପ୍ରତି ବିପଦ ରହିଛି
  • ବିପର୍ଯ୍ୟୟ କାରଣରୁ ଅଧିକରୁ ଅଧିକ ମୁହାଣ ଖୋଲୁଛି
  • ଶୀତ ହେଲାନି, ଅଧାରୁ କମ୍ ପକ୍ଷୀ ଏଯାଏ ଆସିଛନ୍ତି
  • ମାତିଲେଣି ଶିକାରୀ, ୬୦ରୁ ଅଧିକ ପକ୍ଷୀଙ୍କୁ ମାରିଦେଲେ

ଭୁବନେଶ୍ବର: ନୀଳାମ୍ବୁ ଚିଲିକାକୁ ବିପଦ ମାଡି ଆସୁଛି। ମହାନଦୀରେ ଜଳସ୍ତର କମିବା କାରଣରୁ ଏହାର ଜୈବ ବିଭିଦତା ପ୍ରଭାବିତ ହେବା ଆରମ୍ଭ କରିଥିବା ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ମତ ରଖିଥିଲେ। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ସମୁଦ୍ର ଗତିପଥ ବଦଳାଉଛି ଆଉ ଅଧିକରୁ ଅଧିକ ମୁହାଣ ଖୋଲିବାରେ ଲାଗିଛି। ଫଳରେ ଚିଲିକାରେ ଲୁଣା ପାଣିର ମାତ୍ରା ବଢିବାରେ ଲାଗିଛି।

ଏସବୁକୁ ନେଇ ଚିଲିକା ସଂଘର୍ଷ କରୁଥିବା ବେଳେ ଆଉ ଦୁଇଟି ବଡ଼ ବିପଦ ମାଡି ଆସିଲାଣି। ଗୋଟିଏ ହେଲା ଜଳବାୟୁରେ ଅସମ୍ଭବ ପରିବର୍ତନ ଏବର୍ଷ ଲକ୍ଷ୍ୟ କରାଯାଉଛି। ଉଷ୍ମ ଡିସେମ୍ବର ହେଲାଣି। ମାସର ଅଧାସମୟ ଗଲାଣି, ଶୀତ ଅନୁଭଭ ହେଉନାହିଁ। ଏବର୍ଷ ବାକି ସମୟରେ ମଧ୍ୟ ସେଭଳି ବଡ଼ ଶୀତ ହେବ ନାହିଁ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କଲେଣି। ଏଣୁ ଚିଲିକାକୁ ଏହି ସମୟରେ ଯେତିକି ପକ୍ଷୀ ଆସିବା କଥା ତାହା ପରିଲକ୍ଷିତ ହେଉନାହିଁ। ବିଦେଶାଗତ ପକ୍ଷୀଙ୍କ ସଂଖ୍ୟାରେ ଦ୍ରୁତ ହ୍ରାସ ଘଟିଛି। ପାଖାପାଖି ଅଧା ପକ୍ଷୀ ଆସିଛନ୍ତି। ଏହା ଆଦୌ ଶୁଭ ଲକ୍ଷଣ ନୁହେଁ। ଥରେ ପକ୍ଷୀ କୌଣସି ବିକଳ୍ପ ସ୍ଥାନ ପାଇଲେ, ଏ ସ୍ଥାନକୁ ପୁଣି ଥରେ ଫେରିବା ସମ୍ଭାବନା କ୍ଷୀଣ। ଏଭଳି ଏକ ସଙ୍ଗିନ ସମସ୍ୟାକୁ ରାଜ୍ୟ ସରକାର ଯେତିକି ଗମ୍ଭୀରତାର ସହିତ ନେବା କଥା, ତାହା ଦେଖାଯାଉନାହିଁ। ବନ ବିଭାଗ ଏଦିଗକୁ ନେଇ ମଧ୍ୟ ଏଯାବତ୍ ବିଶେଷ ଚିନ୍ତା ପ୍ରକଟ କରିନାହାନ୍ତି।

କୁହାଯାଉଛି ଯେ ପୂର୍ବବର୍ଷମାନଙ୍କ ଅପେକ୍ଷା ଚିଲିକାରେ ଏଥର ଜଳସ୍ତର ଅପେକ୍ଷାକୃତ ଅଧିକ ରହିଛି। ଏଣୁ ଆସିଥିବା ପକ୍ଷୀ ଖାଦ୍ୟ ଖାଇବାରେ ବି ସମସ୍ୟା ସୃଷ୍ଟି ହେଉଛି। କାହିଁକି ଏଭଳି ପରିସ୍ଥିତି ହେଲା, ସେ ନେଇ ବି ଅଧିକ ଅନୁସନ୍ଧାନ ଜରୁରୀ

ଏହାଠାରୁ ଆହୁରି ସାଂଘାତିକ କଥା ହେଲା,ଯେତିକି ପକ୍ଷୀ ଆସିଛନ୍ତି, ସେମାନଙ୍କୁ ଶିକାର କରିବା ଲାଗି ଏବେ ଠାରୁ ଶିକାରୀ ଜାଲ ବିଛାଇ ଦେଲେଣି। କଟକଣା ସତ୍ତ୍ବେ ଖୋଲାଖାେଲି ପକ୍ଷୀ ଶିକାର ଚାଲିଛି।ଏକଥା ଆମେ କହୁନାହାନ୍ତି, ବରଂ ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ଚିଲିକାରେ ପାଟ୍ରୋଲିଂ ବେଳେ ଏମିତି ଏକ ଅଭାବନୀୟ ସ୍ଥିତି ସାମ୍ନାକୁ ଆସିଛି। ପାଖାପାଖି ୬୦ ଗୁଳିବିଦ୍ଧ ପକ୍ଷୀଙ୍କୁ ବନ ବିଭାଗ ଉଦ୍ଧାର କରିଛି ଓ ୨ଜଣ ଶିକାରୀ ଏହି ଘଟଣାରେ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ଏୟାର ଗନ୍, ୫ଶହ ଅଫୁଟା ଗୁଳି ଜବତ ହୋଇଛି। ଏହା ହିଁ ସୂଚାଇ ଦେଉଛି ଯେ ଶିକାରୀ କେତେ ବଡ଼ ଅପରେସନ୍ କରିବା ଲାଗି ଯୋଜନା କରିଛନ୍ତି।

ବନ ବିଭାଗ ଅଧିକାରୀମାନେ ଏ ନେଇ ଯେତିକି ସତର୍କତା ଅବଲମ୍ବନ କରିବା କଥା ତାହା କରିନାହାନ୍ତି। ୨୪ ଘଣ୍ଟିଆ ପାଟ୍ରୋଲିଂ ପାଇଁ ବନ ବିଭାଗର ସାଧନ ଅଛି ତ? ଏମିତି ଗୋଟିଏ ବଡ ପ୍ରଶ୍ନ ଏବେ ଉଙ୍କି ମାରୁଛି। ପୁଣି ଠିକଣା ସମୟରେ ସରକାର ବନଖଣ୍ଡ ଅଧିକାରୀଙ୍କୁ ବଦଳି କରାଇଛନ୍ତି। ସେ ଚିଲିକା ସଂପର୍କରେ ଅନୁଧ୍ୟାନ କରି ବାସ୍ତବସ୍ଥିତି ପରଖିବା ବେଳକୁ ପରିସ୍ଥିତି ଆହୁରି ଗମ୍ଭୀର ହୋଇଯିବ।

Leave A Reply

Your email address will not be published.