ପ୍ରମୁଖ ଖବର

ଆଇଇଡି ବୋମା ବିସ୍ଫୋରଣରେ ଯବାନ ଶହୀଦ, ଦୁଇ ଗୁରୁତର
ଓଲଟିଲା ଯାତ୍ରୀବାହୀ ବସ୍‌ : କଣ୍ଡକ୍ଟର ମୃତ, ୧୫ ଆହତ
ବିଜେପିରେ ମିଶିଲେ ଜୟ ଢୋଲକିଆ
ଓଡ଼ିଶାରେ ବଡ ମାଛ ମାର୍କେଟ ସହ ଧନ-ଧାନ୍ୟ କୃଷି ଯୋଜନା ଶୁଭାରମ୍ଭ କଲେ ମୋଦି

ଲଟେରି ପାଇଁ ରାଜ୍ୟ ଭିତରେ କଳି

0
  • ଲଟେରି ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ପାଇଁ ନିଷ୍ପତ୍ତି
  • ବିରୋଧ କଲେ ୮ ରାଜ୍ୟ, ସପକ୍ଷରେ ୨୧ ରାଜ୍ୟ ଦେଲେ ଭୋଟ

ନୂଆଦିଲ୍ଲୀ: ଲଟେରି ଉପରେ ୨୮% ଜିଏସଟି ଲାଗୁ ହେବ। ଜିଏସଟି ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ବିଭିନ୍ନ ରାଜ୍ୟ ମଧ୍ୟରେ ଏ ନେଇ ସହମତି ପ୍ରକାଶ ପାଇନଥିଲା। ଫଳରେ ପ୍ରଥମ ଥର ପାଇଁ ଜିଏସଟି ପରିଷଦ ବୈଠକରେ ଭୋଟିଂ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ବିଭିନ୍ନ ସାମଗ୍ରୀ ଓ ସେବା କ୍ଷେତ୍ରରେ ଜିଏସଟି ଲାଗୁ ନେଇ ମଧ୍ୟ ପୂର୍ବରୁ କେବେ ଏଭଳି ବିବାଦର ସୂ୍ତ୍ରପାତ ହୋଇନଥିଲା।

ନିଷ୍ପତ୍ତି ଅନୁସାରେ, ଆସନ୍ତା ମାର୍ଚ୍ଚ ପହିଲାରୁ ଉଭୟ ଘରୋଇ ଓ ସରକାରୀ ଲଟେରି ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେବ। ଲଟେରିରେ ଜିଏସଟି ବୃଦ୍ଧିକୁ ୨୧ଟି ରାଜ୍ୟ ସମର୍ଥନ କରିଥିବା ବେଳେ ୮ଟି ରାଜ୍ୟ ବିରୋଧ କରିଥିଲେ। ବର୍ତମାନ ରାଜ୍ୟସ୍ତରରେ ଲଟେରି ଉପରେ ୧୨ ପ୍ରତିଶତ ଓ ରାଜ୍ୟ ବାହାରେ ଲଟେରି ଉପରେ ୨୮ ପ୍ରତିଶତ ଜିଏସଟି ଆଦାୟ ହେଉଛି।

ଉଲ୍ଲେଖଯୋଗ୍ୟ, ଲଟେରି ଶିଳ୍ପ ଜିଏସଟି ବ୍ୟବସ୍ଥାର ନିଷ୍ପତ୍ତିକୁ ବିରୋଧ କରି ଆସୁଥିଲା। ଦ୍ବୈତ ବ୍ୟବସ୍ଥା ପରିବର୍ତେ ଲଟେରି ଉପରେ ୧୨ ପ୍ରତିଶତ ଟିକସ ଓ ପ୍ରାଇଜ ମନି ଉପରେ ଟିକସ ଛାଡ ନେଇ ସେମାନେ ଦାବି କରୁଛନ୍ତି।

Leave A Reply

Your email address will not be published.