ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ସୁନନ୍ଦାଙ୍କ ପାଇଁ ହୃଦୟ ଖୋଲିଦେଲେ

0

ଭୁବନେଶ୍ବର;ସ୍ବନାମଧନ୍ୟା ଶାସ୍ତ୍ରୀୟ ସଂଙ୍ଗୀତଜ୍ଞ ଡଃ ସୁନନ୍ଦା ପଟ୍ଟନାୟକଙ୍କ ସ୍ମତିରେ ସୁନନ୍ଦା ସମ୍ମାନ ଏବଂ ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର୍ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଭାରତୀୟ ସଂଗୀତ ଜଗତର କିମ୍ବଦନ୍ତୀ ସଂଙ୍ଗୀତଜ୍ଞ ଡଃ ସୁନନ୍ଦା ପଟ୍ଟନାୟକଙ୍କ ସ୍ମତିରେ ଆସନ୍ତା କାଲି ସଂଧ୍ୟାରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର,ଓଡିଶା ସଂଗୀତ ନାଟକ ଏକାଡେମୀ ଏବଂ ସୂଚନା ଲୋକ ସଂର୍ପକ ବିଭାଗ ସହଯୋଗରେ ରାଜ୍ୟ ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଶୋକସଭା ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଠାରେ ଅନୁଷ୍ଠିତ ହେବ।

ତାଙ୍କ ଅମ୍ଳାନ ସ୍ମତିରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଶାସ୍ତ୍ରୀୟ ସଂଗୀତରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ରାଜ୍ୟର ଜଣେ ବିଶିଷ୍ଟ ସଂଗୀତଜ୍ଞଙ୍କୁ ସୁନନ୍ଦା ସମ୍ମାନ ପ୍ରଦାନ କରାଯିବ। ଶାସ୍ତ୍ରୀୟ ସଂଗୀତରେ ଉଚ୍ଚତର ଗବେଷଣା ଓ ଶିକ୍ଷା ପାଇଁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର୍ ପ୍ରତିଷ୍ଠା କରାଯିବ।

ପୁରୀ ଓ କଟକରେ ଥିବା ତାଙ୍କ ବାସଭବନକୁ ତାଙ୍କ ପରିବାରର ଅନୁମତିକ୍ରମେ ସ୍ମତି ସଦନ ଭାବେ ବିକଶିତ କରାଯିବ। ସ୍ବର୍ଗତ ଡଃ ସୁନନ୍ଦା ପଟ୍ଟନାୟକ ଦ୍ବାରା ବ୍ୟବହୃତ ବାଦ୍ୟଯନ୍ତ୍ର ଏବଂ ଅନ୍ୟାନ୍ୟ ଜିନିଷକୁ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସ‌ରରେ ଏକ ସ୍ବତନ୍ତ୍ର ଗ୍ୟାଲେରୀରେ ସଂରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରାଯିବ। ତେଣୁ ସ୍ବର୍ଗତ ପଟ୍ଟନାୟକଙ୍କ ବ୍ୟବହୃତ ଜିନିଷକୁ ଦାନ କରିବା ପାଇଁ ତାଙ୍କ ପରିବାର ଲୋକଙ୍କୁ ଅନୁରୋଧ କରାଯିବ। ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିବର୍ଷ ସ୍ବର୍ଗତ ସୁନନ୍ଦା ପଟ୍ଟନାୟକଙ୍କ ଜୟନ୍ତୀ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରରେ ପାଳନ କରାଯିବ।

Leave A Reply

Your email address will not be published.