ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ପ୍ରକାଶ ପାଇଲା ୟୁପିଏସି ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ

0

ନୂଆଦିଲ୍ଲୀ; ପ୍ରକାଶ ପାଇଛି ୟୁପିଏସି ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷାର ଫଳାଫଳ। ଏହି ପରୀକ୍ଷାରେ ମୋଟ ୯୫୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ଅନୁଜ ଅଗ୍ନିହୋତ୍ରୀ ପ୍ରଥମ ସ୍ଥାନ ଅଧିକାର କରି ଟପ୍ପର ହୋଇଛନ୍ତି। ଫଳାଫଳ ଅନୁଯାୟୀ ରାଜେଶ୍ୱରୀ ସୁଭେ ଏମ୍‌ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଆକାଂଶ ଧୂଲ୍‌ ତୃତୀୟ ସ୍ଥାନ ପାଇଛନ୍ତି। ସେହିପରି ରାଘବ ଝୁନ୍‌ଝୁନ୍‌ୱାଲା ଚତୁର୍ଥ, ଇଶାନ ଭଟ୍ଟନାଗର ପଞ୍ଚମ ଓ ଜିନିଆ ଅରୋରା ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି।

ଏହାସହ ରାଜାହ ମହାଇଦ୍ଦିନ ସପ୍ତମ, ପକ୍ଷାଲ ସେକ୍ରେଟ୍ରି ଅଷ୍ଟମ, ଆସ୍ଥା ଜୈନ ନବମ ଓ ଉଜ୍ୱଳ ପ୍ରିୟଙ୍କା ଦଶମ ସ୍ଥାନ ପାଇଛନ୍ତି। ୟୁପିଏସି ପକ୍ଷରୁ ପ୍ରକାଶିତ ଏହି ଫଳାଫଳ ପରେ ସଫଳ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଦେଖିବାକୁ ମିଳିଛି। ପ୍ରିଲିମ୍ସ ପରୀକ୍ଷା ୨୫ ମେ ୨୦୨୫ରେ ଅନୁଷ୍ଠିତ ହୋଇଥିଲା। ମେନ୍ ପରୀକ୍ଷା ୨୨ ଅଗଷ୍ଟ ରୁ ୩୧ ଅଗଷ୍ଟ, ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଶେଷ ପର୍ଯ୍ୟାୟ, ବ୍ୟକ୍ତିତ୍ୱ ପରୀକ୍ଷା ବା ସାକ୍ଷାତକାର, ୨୭ ଫେବୃଆରୀ, ୨୦୨୬ ରେ ଶେଷ ହୋଇଥିଲା।

Leave A Reply

Your email address will not be published.