ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଗାନ୍ଧୀ ପରିବାରକୁ ଛାଡିବା ବେଳ ଆସିଗଲା?

0
  • ଦିଲ୍ଲୀକୁ ଛାଡି ନିଜେ ବାଛିବାକୁ ପଡିବ ନେତା
  • ଦିଲ୍ଲୀ ଭଳି ହୋଇପାରେ ପୌର, ପଞ୍ଚାୟତ ଫଳ

ଭୁବନେଶ୍ବର: ନୂଆଦିଲ୍ଲୀ ନିର୍ବାଚନ ଫଳାଫଳ ଏବେ ଜାତୀୟ ରାଜନୀତିରେ କମ୍ପନ ସୃଷ୍ଟି କଲାଣି। ଯାହା ଆଶା କରାଯାଉଥିଲା, ତାହା ଘଟିଲା। ସାଧାରଣ ନିର୍ବାଚନରେ ଯେଉଁ ଭୋଟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ଯାଇଥିଲେ, ବିଧାନସଭା ନିର୍ବାଚନରେ ସେମାନେ ସମାନ ଢଙ୍ଗରେ ନିଜ ନିଜର ଭୋଟ୍ ଆପ୍ ସପକ୍ଷରେ ଦେଇଛନ୍ତି। ଗତ ନିର୍ବାଚନରେ ଏମିତି ହୋଇଥିଲା। ଅର୍ଥାତ୍ ନିର୍ବାଚନ ରାଜନୀତିର ଏହି ପରିବର୍ତିତ କୌଶଳରେ ଭୋଟରଙ୍କ ବିଚାରାଧାରାରେ ପରିବର୍ତନ ଆଣିବାରେ କେନ୍ଦ୍ରୀୟ ବିଜେପି ନେତା ସକ୍ଷମ ହୋଇନାହାନ୍ତି। ଧାରା ଅବ୍ୟାହତ ରହିଛି। ତେବେ ନିର୍ବାଚନରେ କଂଗ୍ରେସର ଭୂମିକା ସବୁଠାରୁ ବଡ଼ ବିତର୍କ ଆହ୍ବାନ କଲେଣି। ଦିଲ୍ଲୀ ନିର୍ବାଚନରେ କଂଗ୍ରେସ ମୂଳପୋଛ ହୋଇଯାଇଛି। ଉଭୟ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଖୋଦ୍ ଦିଲ୍ଲୀ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏହି ନିର୍ବାଚନର ଏକ ସଙ୍ଗିନ୍ ପ୍ରଭାବ ଓଡ଼ିଶା ରାଜନୀତି ଉପରେ ଦେଖୁଛନ୍ତି। ବିଶେଷଜ୍ଞଙ୍କ କହିବାନୁସାରେ, ଗାନ୍ଧୀ ପରିବାରର କରିସ୍ମା ଶେଷ ହୋଇଛି। ଲୋକେ ସେମାନଙ୍କୁ ଆଉ ଦେଖିବାକୁ ଚାହୁଁନାହାନ୍ତି। ଗୋଟିଏ ପରେ ମହାତ୍ମାଗାନ୍ଧୀଙ୍କୁ ମନ ଭିତରେ କିଭଳି ସାଇତି ରଖାଯିବ ସେ ନେଇ ବିତର୍କ ଚାଲିଥିବା ବେଳେ ଆଉ ଗୋଟିଏ ଗାନ୍ଧୀ ପରିବାରକୁ ମନରୁ ବିଦା କରିବା ଲାଗି ଲୋକେ ନିଷ୍ପତ୍ତି ନେବା ଆରମ୍ଭ କଲେଣି।

ବିଭିନ୍ନ ରାଜ୍ୟରେ ଗତ ଦିନରେ ଯେଉଁଠି କଂଗ୍ରେସ ସଫଳତା ପାଇଛି, ତାହା ସ୍ଥାନୀୟ ନେତୃତ୍ବର ପରାକାଷ୍ଠା। ଜାତୀୟ ନେତାଙ୍କର କୌଣସି ଭୂମିକା ନାହିଁ। ନା ରାହୁଲ ଗାନ୍ଧୀ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମକକ୍ଷ ନା ତାଙ୍କୁ କେହି ଗୁରୁତ୍ବର ସହ ଗ୍ରହଣ କରୁଛନ୍ତି।

ଓଡ଼ିଶା କଂଗ୍ରେସ ପାଇଁ ଏହା ଏକ ଆହ୍ବାନ। ରାଜ୍ୟରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତି ମଧ୍ୟ ସମାନ ଭାବନା ଉଦ୍ରେକ ହେଲାଣି। ଅବଶ୍ୟ ଏକଥା ସତ ଯେ ତାଙ୍କର ବିକଳ୍ପ ମହମ୍ମଦ ମୋକିମ୍ ନୁହେଁ, କିନ୍ତୁ ନିରଞ୍ଜନଙ୍କୁ ବାଦ୍ ଦେଇ ଦଳ ଏବେ ନୂଆ ନେତା, ନୂଆ ଅଭିଯାନ ରାଜ୍ୟସ୍ତରରୁ କରିବାକୁ ପଡିବ। ଯଦି ଏହା ନହୁଏ, ତେବେ ଦଳର ପ୍ରଭାବୀ ନେତାମାନେ କଂଗ୍ରେସ ଛାଡି ଅନ୍ୟ ବିକଳ୍ପ ଫର୍ମୁଲାରେ ଯିବାର ସମୟ ଆସିଯାଇଛି। ଅନ୍ୟଥା ସେମାନେ ଆଗକୁ ନିର୍ବାଚନ ରାଜନୀତିରେ ରହିବା ମଧ୍ୟ ଅସମ୍ଭବ ହୋଇପଡିବ, ଯେମିତି ଅନ୍ୟ ରାଜ୍ୟର ସ୍ଥିତି ହେଲାଣି।

ଜାତୀୟସ୍ତରର ବିଶେଷଜ୍ଞ ମଧ୍ୟ ସମାନ ଚିତ୍ର ଆଙ୍କୁଛନ୍ତି। ଗାନ୍ଧୀ ପରିବାରକୁ ନେଇ କଂଗ୍ରେସ ଆଗକୁ ଯାଇପାରିବ ନାହିଁ। ବରଂ ସ୍ଥାନୀୟ ନେତାଙ୍କୁ ସାମ୍ନା ଆସିବା ଦରକାର। ଏପରିସ୍ଥଳେ ଓଡ଼ିଶାର କଂଗ୍ରେସ ନେତାମାନେ ଏକାଠି ବସି ସେମାନଙ୍କର ନେତା ବାଛିବା ସହିତ ଯଦି ତୁରନ୍ତ ନୂଆ ରଣନୀତି ନିର୍ଧାରଣ ନକରନ୍ତି ଓ ହାଇକମାଣ୍ଡ ରାଜ୍ ପୂର୍ଣ୍ଣଛେଦ ନ ପଡେ, ତେବେ ଆଗକୁ ଆସୁଥିବା ପୌର ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନରେ ଦଳକୁ ଦିଲ୍ଲୀ ନିର୍ବାଚନ ଭଳି ଫଳାଫଳ ସାମ୍ନା କରିବା ଆଶଙ୍କାକୁ ଏଡାଇ ଦେଇ ହେବନାହିଁ।

Leave A Reply

Your email address will not be published.